ବାଲେଶ୍ବର: ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ଜୋରଦାର ନିର୍ବାଚନୀ ପ୍ରଚାର ଚାଲିଛି । ଆଉ ଏଥିରୁ ବାଦ୍ ପଡିନାହାଁନ୍ତି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢୁଥିବା 80 ବର୍ଷୀୟ ବେଣୁଧର ବାରିକ । ସବୁଠୁ ବୟସ୍କ ପ୍ରାର୍ଥୀ ହୋଇଥିବାରୁ ସେ ଚର୍ଚ୍ଚାରେ ରହିଛନ୍ତି ।
ତେବେ ବେଣୁଧରଙ୍କ ପାଇଁ କଳାକାରଠୁ ଆରମ୍ଭ କରି ସମାଜସେବୀ ସଭିଏଁ ପ୍ରଚାର କରୁଛନ୍ତି । ଇତିମଧ୍ୟରେ ପୁଣି ଥରେ ତାଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି ଯାତ୍ରା ଜଗତର ଆଇଟମ ଗାର୍ଲ ରାଣୀ ପଣ୍ଡା । ବାଲେଶ୍ଵର ସହରରେ ଏକ ଖୋଲା ଜିପରେ ବେଣୁଧରଙ୍କୁ ବସାଇ ସେ ପ୍ରଚାର କରିଥିଲେ । ଏଥିସହିତ ବିଭିନ୍ନ ୱାର୍ଡରେ ଜନସଭା କରି ବେଣୁଧରଙ୍କ ସପକ୍ଷରେ ଭୋଟ ମାଗିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ