ETV Bharat / city

'ଘରୋଇଠୁ ସରକାରୀ ସ୍କୁଲର ଚାହିଦା ଅଧିକ'

author img

By

Published : Nov 7, 2019, 4:12 PM IST

ସରକାରୀ ସ୍କୁଲର ମାନ କମି ନାହିଁ ବରଂ କିଛି ଭିତ୍ତିଭୂମିର ଅଭାବ ରହିଛି । ଯାହାକୁ ନେଇ ଏବେ ଚିନ୍ତାରେ ସରକାର । ଆଉ ସ୍କୁଲଗୁଡିକର ଉନ୍ନତି ପାଇଁ ଅର୍ଥ ମଞ୍ଜୁର କରିବା ସହ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ସରକାରୀ ସ୍କୁଲର ମାନ କମି ନାହିଁ ବରଂ କିଛି ଭିତ୍ତିଭୂମିର ଅଭାବ ରହିଛି। ଯାହା ଉପରେ ଏବେ ସରକାର ଚିନ୍ତା କରିଛନ୍ତି ଓ ସ୍କୁଲଗୁଡିକର ଉନ୍ନତି ପାଇଁ ଅର୍ଥ ମଧ୍ୟ ମଞ୍ଜୁର କରିଛନ୍ତି। ‘ମୁଁ ବି ସରକାରୀ ସ୍କୁଲରେ ପଢ଼ୁଥିଲି, ମୋ ପରିବାରର ସମସ୍ତେ ସରକାରୀ ସ୍କୁଲରେ ପଢ଼ିଛନ୍ତି ଓ ପଢୁଛନ୍ତି’। ଏଥିପାଇଁ ଘରୋଇ ସ୍କୁଲଠାରୁ ସରକାରୀ ସ୍କୁଲର ଏବେ ବି ଅଧିକ ଚାହିଦା ରହିଛି। ଗୁରୁବାର ବାଲେଶ୍ବରର ବିଭିନ୍ନ ସ୍କୁଲ ବୁଲିବା ସମୟରେ ଏପରି କିଛି କହିଛନ୍ତି ମୋ ସ୍କୁଲ ଯୋଜନାର ରାଜ୍ୟ ଅଧ୍ୟକ୍ଷା ସୁସ୍ମିତା ବାଗଚି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବୁଧବାର ରାତିରେ ଅଧ୍ୟକ୍ଷା ବାଲେଶ୍ଵର ସର୍କିଟ ହାଉସରେ ପହଞ୍ଚିଥିଲେ। ଗୁରୁବାର ସକାଳେ ଏକ ଟିମ ତାଙ୍କ ସହ ନୀଳଗିରି ବାଲିଗୋହିରୀସ୍ଥିତ ଆରଟି ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରୁ ଆସି ବାଲେଶ୍ଵର ସହରର ଶକୁନ୍ତଳା ହାଇସ୍କୁଲ, ମିଶନ ବାଳିକା ବିଦ୍ୟାଳୟ ଓ ଜିଲ୍ଲା ସ୍କୁଲ ପରିଦର୍ଶନ କରିଥିଲେ। ଏଥିସହ ସ୍କୁଲଗୁଡିକରେ ଥିବା ବିଭିନ୍ନ ସମସ୍ୟା ଓ ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଥିଲା।

ତେବେ ସ୍କୁଲ ପରିଦର୍ଶନ କରିବା ପରେ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.