ETV Bharat / city

ବିବାହ ପାଇଁ ମନା କରିବାରୁ ନାବାଳିକାକୁ ଶାରୀରିକ ନିର୍ଯାତନା ଅଭିଯୋଗ

ବାଲେଶ୍ଵର ଜିଲ୍ଲାର ଖନ୍ତାପଡ଼ା ଥାନା ଅଧିନସ୍ଥ ଏକ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବିବାହ କରିବାକୁ ରାଜି ନହେବାରୁ ଶାରୀରିକ ନିର୍ଯାତନା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର
author img

By

Published : Nov 6, 2019, 5:21 PM IST

ବାଲେଶ୍ଵର: ଜିଲ୍ଲାର ଖନ୍ତାପଡ଼ା ଥାନା ଅଧିନସ୍ଥ ଏକ ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବିବାହ କରିବାକୁ ରାଜି ନହେବାରୁ ଶାରୀରିକ ନିର୍ଯାତନା । ନାବାଳିକା ଝିଅକୁ ବିହାରର ଜଣେ ପୁଅ ସହିତ ବାହାଘର କରିବା ପାଇଁ ଘର ଲୋକଙ୍କୁ କହିବା ସହ ଟଙ୍କା ବି ଯଚାଯାଇଥିଲା । ମାତ୍ର ନାବାଳିକାଙ୍କ ବାପା ଏହି ପ୍ରସ୍ତାବରେ ରାଜି ନହେବାରୁ ନାବାଳିକା ଝିଅକୁ ଟେକି ନେଇ ଏକ ଘରେ ଶାରୀରିକ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ରିକ୍ସା ଟାଣିବା ପାଇଁ ବାଲେଶ୍ଵର ଆସନ୍ତି । 10 ଦିନ ତଳେ ସେହି ଗ୍ରାମର ପଦ୍ମଲୋଚନ ଜେନା ନାମକ ଜଣେ ବ୍ୟକ୍ତି ନାବାଳିକା ଝିଅର ବିଭାଘର ପାଇଁ, ତା’ର ବାପାଙ୍କୁ 10 ହଜାର ଟଙ୍କା ଯାଚିଥିଲା। ମାତ୍ର ବୟସ ହୋଇନଥିବାରୁ ଉକ୍ତ ବ୍ୟକ୍ତି ଜଣଙ୍କ ଝିଅ ବାହାଘର ପାଇଁ ମନା କରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ପଦ୍ମଲୋଚନ ନାବାଳିକା ସ୍କୁଲରୁ ଫେରିବା ବେଳେ ତାଙ୍କୁ ଟେକି ନେଇ ଏକ ଘରେ ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହାସହ ନାବାଳିକାର ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ତାଙ୍କ ଘର ନିଆଁ ଲଗାଇ ପୋଡି ଦେଇଥିବା ଖନ୍ତାପଡା ଥାନାରେ ଅଭିଯୋଗ ହୋଇଛି ।

ଥାନା ପକ୍ଷରୁ ଏହି ଘଟଣାର କିଛି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ନାବାଳିକା ଝିଅକୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି। ଝିଅର ସୁରକ୍ଷା ପାଇଁ ତାଙ୍କୁ ବାଳାଶ୍ରମରେ ଛାଡିବା ପାଇଁ ବାପା ସ୍ଥିର କରିଥିବା ଜଣାପଡ଼ିଛି। ଏ ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କହିଛନ୍ତି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଧିନ ଏକ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ନାବାଳିକା ଝିଅକୁ ବିହାରର ଜଣେ ପୁଅ ସହିତ ବାହାଘର କରିବା ପାଇଁ ବାପାକୁ କହିବା ଓ ଟଙ୍କା ଯାଚିବା ପରେ ବାପା ଏହି ପ୍ରସ୍ତାବରେ ରାଜି ନହେବାରୁ ନାବାଳିକା ଝିଅକୁ ଟେକି ନେଇ ଏକ ଘରେ ଶାରୀରିକ ନିର୍ଯ୍ୟାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

Body:ଉକ୍ତ ଗ୍ରାମର ଜୈନିକ ବ୍ୟକ୍ତି ରିକ୍ସା ଟାଣିବା ପାଇଁ ବାଲେଶ୍ଵର ଆସନ୍ତି। 10 ଦିନ ତଳେ ସେହି ଗ୍ରାମର ପଦ୍ମଲୋଚନ ଜେନା ନାମକ ଜଣେ ବ୍ୟକ୍ତି ନାବାଳିକା ଝିଅର ବିଭାଘର ପାଇଁ ବାପାଙ୍କୁ 10 ହଜାର ଟଙ୍କା ଯାଚିଥିଲା। ବୟସ ହୋଇ ନଥିବାରୁ ବାପା ଝିଅ ବାହାଘର ପାଇଁ ମନା କରିଥିଲେ। ଏହାର ରାଗ ସୁଝାଇବା ପାଇଁ ପଦ୍ମଲୋଚନ ନାବାଳିକା ସ୍କୁଲରୁ ଫେରିବା ବେଳେ ତାଙ୍କୁ ଟେକି ନେଇ ଏକ ଘରେ ପୁରାଇବା ସହ ତାଙ୍କ ସହ ଶାରୀରିକ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଏହାସହ ନାବଳିକାର ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିବା ଓ ତାଙ୍କ ଘର ନିଆଁ ଲଗାଇ ପୋଡି ଦେଇଥିବା ଖନ୍ତାପଡା ଥାନାରେ ଅଭିଯୋଗ ହୋଇଛି। ଥାନା ପକ୍ଷରୁ ଏହି ଘଟଣାର କିଛି କାର୍ଯ୍ୟାନୁଷ୍ଠାନ ନିଆ ନଯିବାରୁ ବାପା ନାବାଳିକାଙ୍କୁ ନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପାଖରେ ପହଞ୍ଚି ନ୍ୟାୟ ଭିକ୍ଷା କରିଛନ୍ତି। ଝିଅର ସୁରକ୍ଷା ପାଇଁ ତାଙ୍କୁ ବାଳାଶ୍ରମରେ ଛାଡିବା ପାଇଁ ବାପା ସ୍ଥିର କରିଥିବା ଜଣାପଡ଼ିଛି।

Conclusion:ତେବେ ଏହି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ କହିଛନ୍ତି।
ବାଇଟ1- ନାବଳିକାର ବାପା
ବାଇଟ2- ଭାଗିରଥି ବାରିକ(ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.