ETV Bharat / city

ବିନା ହେଲମେଟରେ ଯାଉଥିଲେ ମନ୍ତ୍ରୀ ଓ ବିଧାୟକ, କଟିଲା ହଜାର ଟଙ୍କାର ଚାଲାଣ - ଗଣଶିକ୍ଷା ମନ୍ତ୍ରୀ ଓ ବାଲେଶ୍ବର ବିଧାୟକ ଦେଲେ ଫାଇନ

ବାଲେଶ୍ଵର ଗସ୍ତରେ ଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କ ଠାରୁ କଟିଲା ଫାଇନ । ବିନା ହେଲମେଟରେ ଗାଡ଼ି ଚଳାଇ ଦେଲେ ଫାଇନ । ଅଧିକ ପଢ଼ନ୍ତୁ

ବିନା ହେଲମେଟରେ ଯାଉଥିଲେ ମନ୍ତ୍ରୀ ଓ ବିଧାୟକ, କଟିଲା ହଜାର ଟଙ୍କାର ଚାଲାଣ

author img

By

Published : Jun 25, 2022, 3:51 PM IST

Updated : Jun 25, 2022, 5:01 PM IST

ବାଲେଶ୍ଵର: ବିନା ହେଲମେଟରେ ଗାଡ଼ି ଚଳାଇ ତଣ୍ଡ ଗଣିଲେ ଗଣଶିକ୍ଷା ମନ୍ତ୍ରୀ ଓ ବାଲେଶ୍ବର ବିଧାୟକ । ଉଭୟ ମନ୍ତ୍ରୀ ଓ ବିଧାୟକ ଗୋଟିଏ ବାଇକରେ ବୁଲୁଥିବାବେଳେ ଉଭୟଙ୍କ ମୁଣ୍ଡରେ ହେଲମେଟ ନଥିବାରୁ ୧୦୦୦ ଟଙ୍କାର ଫାଇନ କଟାଯାଇଛି । ତେବେ ଯେଉଁ ଗାଡି ନମ୍ବରରେ ଟ୍ରାଫିକ ପୋଲିସ ଫାଇନ କାଟିଛି, ତାହା ପଙ୍କଜ ଅଗ୍ରୱାଲ ନାମକ ବ୍ୟକ୍ତିଙ୍କ ନାମରେ ରହିଥିବା ଜଣାପଡିଛି ।

ବିନା ହେଲମେଟରେ ଯାଉଥିଲେ ମନ୍ତ୍ରୀ ଓ ବିଧାୟକ, କଟିଲା ହଜାର ଟଙ୍କାର ଚାଲାଣ

ବାଲେଶ୍ଵର ଗସ୍ତରେ ଆସିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆଜି(ଶନିବାର) ସକାଳ ଠାରୁ ମନ୍ତ୍ରୀ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହ ବାଲେଶ୍ଵର ସଦର ବିଧାୟକ ସ୍ବରୂପ କୁମାର ଦାସଙ୍କ ସହ ବାଇକରେ ବସି ବିଭିନ୍ନ ସ୍ଥାନ ବୁଲୁଥିବା ଦେଖିବାକୁ ମିଳିଛି । ତେବେ ଉଭୟ ଆଇନକୁ ଆଡ଼ ଆଖିରେ ନେଇ ହେଲମେଟ ପିନ୍ଧିବାକୁ ଗୁରୁତ୍ବ ଦେଇନଥିଲେ । ରାଜ୍ୟ ମନ୍ତ୍ରୀ ମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବିଭାଗରେ ଥିବା ମନ୍ତ୍ରୀ ଓ ସଦର ବିଧାୟକଙ୍କ ଏଭଳି କାର୍ଯ୍ୟକଳାପକୁ ସାଧାରଣରେ ନିନ୍ଦା କରାଯାଇଛି ।

ଇଟିଭି ଭାରତ, ବାଲେଶ୍ବର

Last Updated : Jun 25, 2022, 5:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.