ବାଲେଶ୍ବର: ଲକଡାଉନ ବେଳେ ଥାନାରେ ପ୍ରେମୀ ଯୁଗଳଙ୍କ ପଡ଼ିଲା ହାତଗଣ୍ଠି । ଏପରି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସିଂଲା ଥାନାରେ । ଘରୁ ଲୁଚି ପଳାଇଥିବା ପ୍ରେମୀଯୁଗଳଙ୍କ ବାହାଘର ଥାନାରେ କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ପଥଦୁର୍ଗା ଗ୍ରାମର ଅଜୟ ପଣ୍ଡିତ ଓ ସିତାଡିହା ଗ୍ରାମର ନମିତା ଗିରି ଉଭୟ ଘରୁ ଲୁଚି ପଳାଇଥିଲେ । ଏନେଇ ଝିଅ ଘର ତରଫରୁ ଥାନାରେ ଏତଲା ଦିଆଯାଇଥିଲା । ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ପ୍ରେମୀଯୁଗଳଙ୍କ ବାହାଘର କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଥାନାରେ ଉଭୟ ପକ୍ଷଙ୍କ ସମେତ ଥାନା ଅଧିକାରୀଙ୍କ ଉପସ୍ଥିତିରେ ପ୍ରେମୀଯୁଗଳଙ୍କ ବିବାହ କରାଯାଇଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ