ETV Bharat / city

ମାଷ୍ଟରମାଇଣ୍ଡ ଲୁଟେରା: ଦିଲ୍ଲୀରୁ ଚୋରୀ, ସୋରରେ ଗିରଫ

ବାଲେଶ୍ବରର ସୋର ଥାନା ଅଞ୍ଚଳର ଜଣେ ଯୁବକ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଘରୁ ଗହଣା ଲୁଟି ଗିରଫ ହୋଇଛି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର
author img

By

Published : Jul 19, 2019, 7:22 PM IST

ବାଲେଶ୍ବର: ମାଲିକ ଘରୁ ସୁନା ଚୋରୀ କରି ଗିରଫ ହେଲେ ଯୁବକ । ବାଲେଶ୍ବରର ସୋର ଥାନା ଅଞ୍ଚଳର ଜଣେ ଯୁବକ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଘରୁ ଗହଣା ଳୁଟି ନିଜ ଘରେ ଲୁଚିଥିବା ବେଳେ, ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ସୋର ଥାନା ରଘୁନାଥପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ କରୁଣାକର ଦିଲ୍ଲୀ ଆଦର୍ଶ ଥାନା ଅଞ୍ଚଳର ରବୀନ୍ଦ୍ର କୁମାର ଖାରି ନାମକ ଜଣେ ବ୍ୟବସାୟୀଙ୍କ ଘରେ ଚାକର ଭାବେ କାମ କରୁଥିଲେ । ଘରେ ମାଲିକ ନଥିବାର ସୁଯୋଗ ନେଇ କରୁଣାକର ହୀରା ମୁଦି, ସୁନା ହାର ଓ ରୁପା ଅଳଙ୍କାର ଆଦି ଚୋରି କରି ନେଇଆସିଥିଲେ । ଚୋରି ହୋଇଥିବା ଅଳଙ୍କାରର ମୂଲ୍ୟ ପାଖାପାଖୀ 10ଲକ୍ଷ ଟଙ୍କା ହେବ ବୋଲି ବ୍ୟବସାୟୀ ରବୀନ୍ଦ୍ର ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଏନେଇ ଦିଲ୍ଲୀ ପୋଲିସ ସୋରରେ ପହଞ୍ଚି କରୁଣାକରଙ୍କୁ ଗିରଫ କରିବା ସହ ଚୋରି ଅଳଙ୍କାର ଜବତ କରିଥିବା ଜଣାପଡ଼ିଛି ।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.