ବାଲେଶ୍ବର: ଜୁନ ମାସର ପ୍ରତି ଶନିବାର ଓ ରବିବାରକୁ 11 ଜିଲ୍ଲାକୁ ସଟଡାଉନ ଘୋଷଣା କରିଥିଲେ ରାଜ୍ୟ ସରକାର । ଆଜି ମାସ ଶେଷର ସପ୍ତାହିକ ହୋଇଥିବାରୁ ବାଲେଶ୍ବରରେ ସଟଡାଉନକୁ ନିୟମ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳ ସମେତ ସହରର ବିଭିନ୍ନ ଛକ ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରିଛି । ଯାତାୟତ କରୁଥିବା ଲୋକମାନଙ୍କୁ କାରଣ ପଚାରି ବୁଝାଯାଉଛି । ଉପଯୁକ୍ତ କାରଣ ଦେଖାଇ ପାରୁ ନଥିବା ଲୋକମାନଙ୍କ ପାଖରୁ ଫାଇନ ଆଦାୟ କରୁଛି ପୋଲିସ । ଏହାସହ ହେଲମେଟ, ମାସ୍କ ଆଦି ପାଇଁ ମଧ୍ୟ ଫାଇନ କଟାଯାଇଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ ଇଟିଭି ଭାରତ