ETV Bharat / city

ଶେଷ ଯାତ୍ରାରେ ବାପାଙ୍କୁ କାନ୍ଧ ଦେଲେ ୪ ଦିବ୍ୟାଙ୍ଗ ଝିଅ

ବାପାଙ୍କ ମୃତ୍ୟୁ ପରେ ଶେଷ ଯାତ୍ରାରେ କାନ୍ଧ ଦେଲେ ୪ ଦିବ୍ୟାଙ୍ଗ ଝିଅ । ଖାଲି ସେତିକି ନୁହେଁ, ଝିଅମାନେ ବାପାଙ୍କ ଶେଷକୃତ୍ୟ ନିଜେ ସମ୍ପନ୍ନ କରିଛନ୍ତି । ଅଧିକ ପଢ଼ନ୍ତୁ...

last ritual of father were performed by 4 handicap daughter in Balasore
ଶେଷ ଯାତ୍ରାରେ ବାପାଙ୍କୁ କାନ୍ଧ ଦେଲେ ୪ ଦିବ୍ୟାଙ୍ଗ ଝିଅ
author img

By

Published : Oct 17, 2021, 8:20 PM IST

ବାଲେଶ୍ବର: ବାପାଙ୍କ ମୃତ୍ୟୁ ପରେ ଶେଷ ଯାତ୍ରାରେ କାନ୍ଧ ଦେଲେ ୪ ଦିବ୍ୟାଙ୍ଗ ଝିଅ । ଖାଲି ସେତିକି ନୁହେଁ ଝିଅମାନେ ବାପାଙ୍କ ଶେଷକୃତ୍ୟ ନିଜେ ସମ୍ପନ୍ନ କରିଛନ୍ତି । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ନିଜାମପୁର ପଞ୍ଚାୟତ ଅନ୍ତର୍ଗତ ଦୁମୁଦା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ । ଗାଁର ବାଇଧର ଜେନା ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରୁ ଆରପାରିକୁ ଚାଲିଗଲେ । ବାଇଧରଙ୍କ ୪ ଝିଅ ମୁକ ବଧିର । ଫଳରେ କୌଣସି ଝିଅ ବିବାହ ମଧ୍ୟ କରି ପାରିନାହାନ୍ତି । ବାଇଧର ରୋଗାଗ୍ରସ୍ତ ଥିବାରୁ କୌଣସି ମତେ ୫ କୁଟୁ୍ମ୍ବର କଷ୍ଟେମଷ୍ଟେ ପରିବାର ଚଳିଯାଉଥିଲେ । ଏବେ ବାଇଧରଙ୍କ ମୃତ୍ୟୁ ପରେ ଏବେ ବେସାହାରା ହୋଇ ପଡ଼ିଛନ୍ତି ୪ ଦିବ୍ୟାଙ୍ଗ ଝିଅ ।

ଶେଷ ଯାତ୍ରାରେ ବାପାଙ୍କୁ କାନ୍ଧ ଦେଲେ ୪ ଦିବ୍ୟାଙ୍ଗ ଝିଅ

୬ ମାସ ପୂର୍ବରୁ ମାଆ ଆରପାରିକୁ ଚାଲି ଯାଇଥିଲେ । କିଛି ବର୍ଷ ପୂର୍ବେ ପକ୍ଷାଘାତ ରୋଗରେ ପଡ଼ି ବାଇଧର ଶଯ୍ୟାଶାୟୀ ହୋଇ ପଡ଼ିଥିଲେ । ଏହାପରେ ତାଙ୍କ ପତ୍ନୀ ହାରମଣି ଜେନା ଛେଳି ପାଳନ କରି ପରିବାର ବୋଝ ମୁଣ୍ଡାଇଥିଲେ । କିନ୍ତୁ ୬ ମାସ ପୂର୍ବରୁ କୌଣସି କାରଣରୁ ତାଙ୍କର ଦେହାନ୍ତ ହୋଇଥିଲା । ସେ ଦୁଃଖ ନସରୁଣୁ ଆଜି ବାପା ମଧ୍ୟ ଆରପାରିକୁ ଚାଲି ଯାଇଛନ୍ତି । ଫଳରେ ୪ ଭଉଣୀ ଏକପ୍ରକାର ଅସହାୟ ହୋଇ ପଡ଼ିଛନ୍ତି ।

ମୁରବୀଶୂନ୍ୟ ହେବାପରେ ଏବେ ନିଜ ପେଟ କିଭଳି ପାଳିବେ, ସେହି ଚିନ୍ତାରେ ୪ ଦିବ୍ଯାଙ୍ଗ ଭଉଣୀ । ବାପାଙ୍କ ଦେହାନ୍ତ ପରେ ଏବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ୪ ଭଉଣୀ ।

ବାଲେଶ୍ବରରରୁ ଜୀବନ ଜ୍ୟୋତି ନାୟକ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.