ETV Bharat / city

20 ବର୍ଷ ହେଲା ବିନା ଆଲୁଅରେ ଚଳୁଛନ୍ତି 40 ପରିବାର - ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପରିଖି ପଞ୍ଚାୟତ ବଳରାମଗଡ଼ି

ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପରିଖି ପଞ୍ଚାୟତ ବଳରାମଗଡ଼ି ୱାର୍ଡର କୁଡିପାହି ଗାଁ । ଯେଉଁଠି ବସବାସ କରନ୍ତି 40 ପରିବାର । ଦୀର୍ଘ 20 ବର୍ଷ ହେଲାଣି ଗାଁକୁ ପହଞ୍ଚିପାରୁନି ବିଜୁଳି । ଆଉ ଡିବିରି ଭରସାରେ ଦିନ କାଟୁଛନ୍ତି ଲୋକେ । ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

ଫେଲ ମାରିଲା ଯୋଜନା, ବିନା ଆଲୁଅରେ ଚଳୁଛନ୍ତି 40 ପରିବାର

author img

By

Published : Jun 20, 2020, 1:59 PM IST

ବାଲେଶ୍ବର: "ଡିଜିଟାଲ ଯୁଗରେ ଡିବିରି ଆଲୁଅ "ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଚି ହେଲେ ଏହା ସତ ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ପରିଖି ପଞ୍ଚାୟତ ବଳରାମଗଡ଼ି ୱାର୍ଡର କୁଡିପାହି ଗାଁ । ଯେଉଁଠି ଆଜିବି ଆଲୋକ ଏମାନଙ୍କ ପାଇଁ ସାତସପନ । ଡିବିରି ଆଲୁଅ ଉପରେ ନିର୍ଭର କରନ୍ତି । ଏଠି ସଞ୍ଜ ନଇଁଲେ ଖୋଜା ପଡେ ଡିବିରି । ଆଉ ଝଡବର୍ଷା ହେଲେ ତ କଥା ସରିଲା । ଡିବିରି ବି ଅନ୍ଧାର ଦୂରେଇ ପାରେନି । ପ୍ରାୟ 20 ବର୍ଷ ଧରି ଅନ୍ଧକାରରେ ଦିନ କାଟୁଛନ୍ତି 40 ପରିବାର ।

ଫେଲ ମାରିଲା ଯୋଜନା, ବିନା ଆଲୁଅରେ ଚଳୁଛନ୍ତି 40 ପରିବାର

ଏପରିକି ଡିବିରିର ଧୂଆଁଧୂଆଁ ଆଲୁଅରେ କଅଁଳ ବୟସର ପିଲାମାନେ ପାଠ ପଢିଥାନ୍ତି । ତ ପୁଣି ଅସହ୍ୟ ଗରମରେ ବିଞ୍ଚଣା ଖଣ୍ଡେ ସାହା ଭରସା । ନେତା ମନ୍ତ୍ରୀ ନିର୍ବାଚନ ସମୟରେ ଆସନ୍ତି ଆଉ ବିଜୁଳି ଆଳୁଅର ମିଠା ସ୍ବପ୍ନ ଦେଖେଇ ପୁଣି ନିଜ ବାଟରେ ଚାଲି ଯାଆନ୍ତି। ଆଜିର ଏହି ଡିଜିଟାଲ ଯୁଗରେ ଡିବିରି ଆଲୁଅ ପାଲଟିଛି ଏମାନଙ୍କ ଭାଗ୍ୟ । ସେପଟେ ଗାଁ କୁ ଯିବାକୁ ଭଲ ରାସ୍ତା ଟିଏ ବି ନାହିଁ ।

ପ୍ରାୟ 3 ବର୍ଷ ତଳେ ଗାଁକୁ ଇଲେକ୍ଟ୍ରି ଖୁଣ୍ଟ ଆସିଥିଲା। ଗାଁ ଲୋକମାନେ ଖୁସିରେ ବିଜୁଳି ଆଲୁଅ ଜଳିବାର ସୁଯୋଗ ସୃଷ୍ଟି ହେବା ଦେଖି ନିଜ କାନ୍ଧରେ ଖୁଣ୍ଟ ବୋହି ଆଣିଲେ । ହେଲେ ଏଯାଏ କେବଳ ଖୁଣ୍ଟରେ ସୀମିତ ହୋଇ ରହିଛି ବିଜୁଳି ଆଲୁଅର ସ୍ବପ୍ନ। ଖାଲି ଏତିକି ନୁହେଁ ଏହି ଗାଁ ପ୍ରତି ସତେ ଯେମିତି ସରକାରୀ ଅଧିକାରୀଙ୍କ ଦୃଷ୍ଟି ପଡୁନି। ଅନ୍ୟପଟେ ବିଦ୍ୟୁତ ବିଭାଗ ଯେଉଁ କମ୍ପାନୀକୁ ସେଠାକାର ବିଦ୍ୟୁତ ସଂଯୋଗର ଦାୟିତ୍ବ ଦେଇଥିଲା ଆଗାମୀ 7 ଦିନ ଭିତରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏବେ ଗାଁକୁ ତାର ଓ ଟ୍ରାନ୍ସଫର୍ମର ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏ ଗାଁ କେବେ ଦେଖିବ ବିଜୁଳିଆଲୁଅ, ସେନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ।

ପ୍ରତି ଘରକୁ ବିଦ୍ୟୁତ ଯୋଗାଇଦେବାକୁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା ଆରମ୍ଭ କରିଛନ୍ତି ସରକାର । ହେଲେ କୁଡିପାହି ଗାଁ ଭଳି ଗାଁ ଗୁଡିକ ସରକାରୀ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.