ETV Bharat / city

ପୁଣି ପଶ୍ଚିମବଙ୍ଗର ଦବଙ୍ଗଗିରି, ଓଡିଶା ସୀମାରେ ନିର୍ମାଣ କଲା ପାଚେରୀ

ପୁଣି ଓଡିଶା ସୀମାରେ ପଶ୍ଚିମବଙ୍ଗ ଦେଖାଇଲା ଦବଙ୍ଗଗିରି। ବେଆଇନ ଭାବେ ଆରମ୍ଭ କଲା ପାଚେରୀ ନିର୍ମାଣ କାର୍ଯ୍ୟ। ଅଧିକ ପଢନ୍ତୁ...

interstater dispute wall construction started by westbengal in odisha
ପୁଣି ପଶ୍ଚିମବଙ୍ଗର ଦବଙ୍ଗଗିରି, ନିର୍ମାଣ କଲା ପାଚେରୀ
author img

By

Published : Sep 8, 2021, 6:33 PM IST

ବାଲେଶ୍ବର: ପୁଣି ଓଡିଶା ସୀମାରେ ପଶ୍ଚିମବଙ୍ଗ ଦେଖାଇଲା ଦବଙ୍ଗଗିରି। ବେଆଇନ ଭାବେ ଆରମ୍ଭ କଲା ପାଚେରୀ ନିର୍ମାଣ କାର୍ଯ୍ୟ। ରାଜ୍ୟର ଅନ୍ୟତମ ମନୋରମ ବେଳାଭୂମି ଉଦୟପୁର ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଶ୍ଚିମବଙ୍ଗ।

ପୁଣି ପଶ୍ଚିମବଙ୍ଗର ଦବଙ୍ଗଗିରି, ନିର୍ମାଣ କଲା ପାଚେରୀ

କେତେବେଳେ ଗାଁ ଭିତରକୁ ଧସେଇ ପଶୁଛି ତ କେତେବେଳେ ବେଳାଭୂମିରେ ବେଆଇନ ଭାବେ ପାଚେରୀ ନିର୍ମାଣ କରୁଛି। ସ୍ଥାନୀୟ ଲୋକେ ପ୍ରଶାସନକୁ ଖବର ଦେବାପରେ ଭୋଗରାଇ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଇଛନ୍ତି। ଗାର୍ଡ ୱାଲ ନିର୍ମାଣ ହେଉଥିବା ସ୍ଥାନଟି ପଶ୍ଚିମବଙ୍ଗର କି ଓଡ଼ିଶାର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ସେଠାରେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ପହଞ୍ଚି ମାପଚୁପ କରିଥିଲେ। ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦାମାନେ ଏହାର ସ୍ଥାୟୀ ସମାଧାନ ନ ହେବାଯାଏ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ନେଇ ପଶ୍ଚିମବଙ୍ଗର ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.