ETV Bharat / city

ବନ୍ୟାପାଣିରେ ଘେରରେ ଗ୍ରାମବାସୀ, ସହାୟତାକୁ ଚାତକ ପରି ଅପେକ୍ଷା - ବାଲେଶ୍ବରରେ ବନ୍ୟାପାଣି

ବାଲେଶ୍ବର ଜିଲ୍ଲା ସଦର ବ୍ଲକ ପରୀକ୍ଷି ପଞ୍ଚାୟତ ପନ୍ତା ଗ୍ରାମରେ ବର୍ଷାପାଣି ଘେରରେ ଗ୍ରାମବାସୀ । ସହାୟତା ଅପେକ୍ଷାରେ ଲୋକେ । ଅଧିକ ପଢନ୍ତୁ...

heavy water logger situation in village of balasore people wait for relief
ବନ୍ୟାପାଣିରେ ଘେରରେ ଗ୍ରାମବାସୀ, ସହାୟତା ଅପେକ୍ଷାରେ ଲୋକେ
author img

By

Published : Sep 20, 2021, 8:26 PM IST

ବାଲେଶ୍ଵର: ପାଣିଘେରରେ ଗ୍ରାମବାସୀ ପହଞ୍ଚିନି ସହାୟତା । ନାଁ ପହଞ୍ଚିଛି ପ୍ରଶାସନ ନା ପହଞ୍ଚିଛନ୍ତି ରାଜନେତା । ବାଲେଶ୍ବର ଜିଲ୍ଲା ସଦର ବ୍ଲକ ପରୀକ୍ଷି ପଞ୍ଚାୟତ ପନ୍ତା ଗ୍ରାମରେ ବର୍ଷାପାଣି ଘେରରେ ଗ୍ରାମବାସୀ । ସହାୟତା ଅପେକ୍ଷାରେ ଲୋକେ ।

ବନ୍ୟାପାଣିରେ ଘେରରେ ଗ୍ରାମବାସୀ, ସହାୟତା ଅପେକ୍ଷାରେ ଲୋକେ

ବର୍ଷା ଦିନ ଆସିଲେ ଚିନ୍ତାରେ ପଡିଯାଆନ୍ତି ଗ୍ରାମବାସୀ। ପଞ୍ଚାୟତର ଏହା ଶେଷ ମୁଣ୍ଡ ଗାଁ ହୋଇଥିବାରୁ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଫଳରେ ଲଗାଣ ବର୍ଷାରେ ଘର ଓ ରାସ୍ତାରେ ଆଣ୍ଡୁଏ ପାଣି ଜମି ରହିଥାଏ। ପରୀକ୍ଷି ପଞ୍ଚାୟତରେ ବନ୍ୟା ପାଣି ରହିଥିବାବେଳେ ପନ୍ତା ଗ୍ରାମରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଗ୍ରାମରେ ୫ ଶହ ଘର ରହିଥିବାବେଳେ ପ୍ରାୟ ହଜାରେ ଗ୍ରାମବସୀ ରହୁଛନ୍ତି। ପ୍ରତିବର୍ଷ ହନ୍ତସନ୍ତ ହେଉଥିବା ଗ୍ରାମବାସୀ ଏଥର ମଧ୍ୟ ପାଣିଘେରରେ ରହିଛନ୍ତି ।

ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଘର ଅଗଣାରେ ପାଣି ଲହଡ଼ି ମାରୁଛି । ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି ଜମିକି ରହିଛି। ଗାଡ଼ି ନେଇ କେହି ବାହାରକୁ କିମ୍ବା ଭିତରକୁ ଯିବା ଆସିବା ସମ୍ଭବ ହେଉନି । ପାଣିଘେରରେ ଥିବା ବିଭିନ୍ନ ଅଞ୍ଚଳକୁ ନେତା ତଥା ସ୍ବେଚ୍ଛାସେବୀମାନେ ଯାଇ ସହାୟତା ଯୋଗାଇଦେଉଛନ୍ତି, ମାତ୍ର ଏହି ଅଞ୍ଚଳକୁ ଏଯାଏଁ କେହି ଆସି ନଥିବା ଅଭିଯୋଗ ହୋଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.