ETV Bharat / city

ହ୍ୟୁମାନ କେୟାର ଫାଉଣ୍ଡେସନର ମହାନତା, ଅସହାୟ ବୃଦ୍ଧଙ୍କ କଲେ ଏକାଦଶାହ କାର୍ଯ୍ୟ - ହ୍ୟୁମାନ କେୟାର ଫାଉଣ୍ଡେସନ

ମଣିଷ ମରିଗଲେ ପର ହୋଇଯାଏ । କିନ୍ତୁ ଆମ ସମାଜରେ ଏମିତି ବି ମଣିଷ ଅଛନ୍ତି ଯେ, ଯେଉଁମାନେ କି ଚିକିତ୍ସା ଠାରୁ ଆରମ୍ଭ କରି ଶ୍ରାଦ୍ଧ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏପରି ମହତ କାର୍ଯ୍ୟ କରିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ । ଅଧିକ ପଢନ୍ତୁ

ହ୍ୟୁମାନ କେୟାର ଫାଉଣ୍ଡେସନର ମହାନତା, ଅସହାୟ ବୃଦ୍ଧାର କଲେ ଶ୍ରାଦ୍ଧ କାର୍ଯ୍ୟ

author img

By

Published : May 7, 2022, 3:41 PM IST

Updated : May 7, 2022, 7:40 PM IST

ବାଲେଶ୍ବର: ମଣିଷ ମରିଗଲେ ପର ହୋଇଯାଏ । କିନ୍ତୁ ଆମ ସମାଜରେ ଏମିତି ବି ମଣିଷ ଅଛନ୍ତି ଯେ, ଯେଉଁମାନେ ଚିକିତ୍ସା ଠାରୁ ଆରମ୍ଭ କରି ଶ୍ରାଦ୍ଧ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାନ୍ତି । ଏପରି ମହତ କାର୍ଯ୍ୟ କରିଛନ୍ତି ସ୍ୱେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ(Human Care Foundation) । ସୂଚନା ଅନୁସାରେ, କିଛିଦିନ ପୁର୍ବେ ସିମୁଳିଆ ବ୍ଲକ୍ କହ୍ନେଇବିନ୍ଧା ଅଞ୍ଚଳରେ ଅସହାୟ ଗରିବ ବୃଦ୍ଧ ପାଣୁଆ ଗୋଚ୍ଛାୟତ ଅସୁସ୍ଥ ହୋଇ ପଡ଼ିଥିଲେ ।

ହ୍ୟୁମାନ କେୟାର ଫାଉଣ୍ଡେସନର ମହାନତା, ଅସହାୟ ବୃଦ୍ଧାର କଲେ ଶ୍ରାଦ୍ଧ କାର୍ଯ୍ୟ

ସ୍ଥାନୀୟ ଲୋକେ ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରି ତାଙ୍କର ଚିକିତ୍ସା କରୁଥିଲେ । ଖବରପାଇ ସିମୁଳିଆ ଅଞ୍ଚଳର ସ୍ୱେଚ୍ଛାସେବୀ ସଂଗଠନ ହ୍ୟୁମାନ କେୟାର ଫାଉଣ୍ଡେସନ ତାଙ୍କୁ ମାର୍କୋଣା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଥିଲା । ପାଣୁଆଙ୍କର କେହି ବନ୍ଧୁ ପରିଜନ ନଥିବାରୁ ମୃତଦାହଠାରୁ ଆରମ୍ଭ କରି ଏକାଦଶାହ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସଂଗଠନ ପକ୍ଷରୁ କରାଯାଇଥିଲା ।

ହ୍ୟୁମାନ କେୟାର ଫାଉଣ୍ଡେସନ ସଭାପତି ମଣିଭଦ୍ର ସାହୁ, ସମ୍ପାଦକ ସୂର୍ଯ୍ୟନାରାୟଣ ମହାନ୍ତି, ଅଜୟ କୁମାର ମହାନ୍ତିଙ୍କ ସମେତ ଗ୍ରାମବାସୀଙ୍କ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦନ ହୋଇଥିଲା । ପ୍ରଥମେ ପାଣୁଆଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ସମସ୍ତେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାସହ କର୍ମକର୍ତ୍ତାମାନେ ଗ୍ରାମରେ ଏକାଦଶାହ ଭୋଜି ବଣ୍ଟନ କରିଥିଲେ ।

ବାଲେଶ୍ବରରୁ ଜୀବନଜ୍ୟୋତି, ଇଟିଭି ଭାରତ

Last Updated : May 7, 2022, 7:40 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.