ETV Bharat / city

ବାଲେଶ୍ଵରରେ ଉଦଘାଟିତ ହେଲା ଦେଶର ପ୍ରଥମ କେଜ କଲଚର

author img

By

Published : Aug 9, 2021, 1:43 PM IST

ଦେଶର ପ୍ରଥମ କରି ବାଲେଶ୍ବର ବାହାବଳପୁରଠାରେ ଗଭୀର ସମୁଦ୍ର ଭିତରେ ମାଛ ଚାଷ (ମେରାଇନ କେଜ୍ କଲଚର)ର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ...

ବାଲେଶ୍ଵରରେ ଉଦଘାଟିତ ହେଲା ଦେଶର ପ୍ରଥମ କେଜ କଲଚର
ବାଲେଶ୍ଵରରେ ଉଦଘାଟିତ ହେଲା ଦେଶର ପ୍ରଥମ କେଜ କଲଚର

ବାଲେଶ୍ବର: ଦେଶର ପ୍ରଥମ କରି ବାଲେଶ୍ବର ବାହାବଳପୁର ଠାରେ ଗଭୀର ସମୁଦ୍ର ଭିତରେ ମାଛ ଚାଷ (ମେରାଇନ କେଜ୍ କଲଚର)ର ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ଜାତୀୟ ମତ୍ସ୍ୟସମ୍ପଦ ଉନ୍ନୟନ ବୋର୍ଡ ଦ୍ବାରା ଶତ ପ୍ରତିଶତ ଆର୍ଥିକ ସହାୟତାରେ ଏହାକୁ ପାଇଲଟ୍ ପ୍ରୋଜେକ୍ଟ ଭାବେ ନିଆଯାଇଛି । ବାହାବଳପୁର ମାଛ ଉତ୍ପାଦନ କେନ୍ଦ୍ରଠାରୁ ପ୍ରାୟ ୨୦ କିଲୋମିଟର ଭିତରେ ଏହି ପ୍ରକଳ୍ପ କରାଯାଇଛି ।

ଏହା ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ମତ୍ସ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହା ଦ୍ବାରା ଅଧିକ ମତ୍ସ୍ୟ ଉତ୍ପାଦନ ହେବା ସହ ମତ୍ସ୍ୟଜୀବୀ, ମତ୍ସ୍ୟଚାଷୀ ଏବଂ ମତ୍ସ୍ୟ ଉଦ୍ୟୋଗୀଙ୍କ ଆୟର ବୃଦ୍ଧି ହେବ ବୋଲି ଆଶା କରାଯାଉଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.