ETV Bharat / city

କିଣା ହେଉନି ଧାନ, ବିଧାୟକଙ୍କ ଘର ସାମ୍ନାରେ ବିକ୍ଷୋଭ କଲା BJP

ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ ନକିଣିବାରୁ ଶେଷରେ ବିଧାୟକଙ୍କ ଘର ଆଗରେ ଧାନ ରଖି ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ଅଧିକ ପଢ଼ନ୍ତୁ

author img

By

Published : Dec 4, 2021, 5:05 PM IST

ଧାନ କିଣା ହୋଇନଥିବାରୁ ବିଧାୟକଙ୍କ ଘର ସାମ୍ନାରେ ବିଜେପିର ବିକ୍ଷୋଭ

ବାଲେଶ୍ବର: ସମବାୟ ସମିତିରେ ଚାଷୀଙ୍କଠାରୁ ଧାନ ନକିଣିବାରୁ ଶେଷରେ ବିଧାୟକଙ୍କ ଘର ଆଗରେ ଧାନ ରଖି ବିଜେପି ପକ୍ଷରୁ ଧାରଣା ଦିଆଯାଇଛି । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବିଧାୟକ ଅଶ୍ୱିନୀ ପାତ୍ରଙ୍କ ଘରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଜଳେଶ୍ବର ବ୍ଲକରେ 19ଟି ସମବାୟ ସମିତି ଥିଲେ ମଧ୍ୟ କେଉଁଠି ବି ଧାନ କିଣା ଆରମ୍ଭ ହୋଇ ନଥିବା ଅଭିଯୋଗ ହୋଇଛି । ଏଥିପାଇଁ ଚାଷୀମାନେ କମ୍‌ଦାମରେ ଦଲାଲଙ୍କ ଦ୍ୱାରା ପଶ୍ଚିମବଙ୍ଗକୁ ଧାନ ବିକ୍ରି ହେଉଥିବା ଜଳେଶ୍ବର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । କୌଣସି ମଣ୍ଡିରେ ଧାନ କିଣା ହୋଇ ନଥିବାରୁ ଜଳେଶ୍ବର ବିଜେପି ପକ୍ଷରୁ ବିଧାୟକଙ୍କ ଘର ଘେରାଉ କରାଯାଇଥିଲା । ଯଥାଶୀଘ୍ର ଧାନକିଣା ଆରମ୍ଭ ନହେଲେ ଆନ୍ଦୋଳନ ତୀବ୍ରତର କରିବାକୁ ଧମକ ଦେଇଛି ବିଜେପି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.