ETV Bharat / city

୧୭ ଦାବି ନେଇ ଭାରତ ଭ୍ରମଣ କରିବେ ବିନୋଦ - ଭାରତ ବୁଲିବେ ବିନୋଦ କୁମାର

ଦେଶରେ ଥିବା ବିଭିନ୍ନ ପ୍ରଶାସନିକ ଓ ରାଜନୈତିକ ସମସ୍ୟାର ସମାଧାନ ଦାବି ନେଇ ପୂରା ଭାରତ ବୁଲିବେ ବିନୋଦ କୁମାର। ଉତ୍ତର ପ୍ରଦେଶ ବାସିନ୍ଦା ହେଉଛନ୍ତି ବିନୋଦ କୁମାର। ଅଧିକ ପଢ଼ନ୍ତୁ...

୧୭ ଦାବି ନେଇ ଭାରତ ଭ୍ରମଣ କରିବେ ବିନୋଦ
୧୭ ଦାବି ନେଇ ଭାରତ ଭ୍ରମଣ କରିବେ ବିନୋଦ
author img

By

Published : Mar 1, 2021, 10:14 PM IST

ବାଲେଶ୍ବର: ଦେଶରେ ଥିବା ବିଭିନ୍ନ ପ୍ରଶାସନିକ ଓ ରାଜନୈତିକ ସମସ୍ୟାର ସମାଧାନ ଦାବି ନେଇ ପୂରା ଭାରତ ବୁଲିବେ ବିନୋଦ କୁମାର । ଉତ୍ତର ପ୍ରଦେଶ ବାସିନ୍ଦା ହେଉଛନ୍ତି ବିନୋଦ କୁମାର । ବର୍ତ୍ତମାନ ସୁଦ୍ଧା ସେ ଉତ୍ତର ପ୍ରଦେଶରୁ ବାହାରି ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ, ଛତିଶଗଡ଼ ପରିଭ୍ରମଣ କରି ଓଡ଼ିଶାରେ ପହଞ୍ଚିଛନ୍ତି।

୧୭ ଦାବି ନେଇ ଭାରତ ଭ୍ରମଣ କରିବେ ବିନୋଦ

ଉତ୍ତର ପ୍ରଦେଶର 50 ବର୍ଷୀୟ ବିନୋଦ କୁମାର ବିଭିନ୍ନ ଦାବି ନେଇ ଗତ ଜାନୁଆରୀ ମାସରୁ ଏକ ସାଇକେଲ ନେଇ ବାହାରି ପଡ଼ିଥିଲେ ଭାରତ ଭ୍ରମଣରେ। ମୁଖ୍ୟତଃ 17ଟି ଦାବି ନେଇ ଦେଶର 30ଟି ରାଜ୍ୟ ଭ୍ରମଣ କରିବାତୁ ସେ ଲକ୍ଷ୍ୟ ରଖିଛନ୍ତି। ତାଙ୍କର କିଛି ଗୁରୁତ୍ବପୂର୍ଣ୍ଣ ଦାବି ହେଉଛି, ସମସ୍ତଙ୍କ ପାଇଁ ଶିକ୍ଷା ଓ ଚିକିତ୍ସା ସୁବିଧା ସମାନ କରିବା, ପେନସନ ଉପଭୋକ୍ତା ମାନଙ୍କୁ ତୁରନ୍ତ ସୁବିଧା ଯୋଗାଇଦେବା, ମନରେଗା ମଜୁରୀ 500 ଟଙ୍କା କରିବା, ବାର୍ଦ୍ଧକ୍ୟ ଭତ୍ତା 7 ହଜାର 5ଶହ ଟଙ୍କା କରାଯାଉ, ବିଧାୟକ ଓ ସାଂସଦଙ୍କ ପାଣ୍ଠି ସାର୍ବଜନୀନ କରିବା ଇତ୍ୟାଦି।

ବିନୋଦ କୁମାରଙ୍କ ଏହା ହେଉଛି ପ୍ରଥମ ଚରଣ ଭାରତ ପରିଭ୍ରମଣ। ପ୍ରତ୍ୟେକ ରାଜ୍ୟରେ ନିଜର ଦାବି ରଖିବା ବିନୋଦଙ୍କ ମୂଳ ଲକ୍ଷ୍ୟ। ବର୍ତ୍ତମାନ ସେ ରାଜ୍ୟର ବାଲେଶ୍ବର ଜିଲ୍ଲାରେ ପହଞ୍ଚିଛନ୍ତି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.