ବାଲେଶ୍ବର: ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଜନ ହିତକର କାର୍ଯ୍ୟର ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ତଥା ରାଷ୍ଟ୍ର ପାହ୍ୟାର କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ବାଲଶ୍ବର ଜିଲ୍ଲା । ଆଉ ଏହି ଗସ୍ତ ସମୟରେ ବାଲେଶ୍ବର ବିଜେପି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
କେନ୍ଦ୍ରମନ୍ତ୍ରୀଙ୍କ ଏହି ଛଅ ଦିନିଆ ଜନ ଆଶୀର୍ବାଦ ଯାତ୍ରାରେ କେନ୍ଦ୍ର ଆଦିବାସୀ ଉନ୍ନୟନ ଓ ଜଳଶକ୍ତି ମନ୍ତ୍ରୀ ବିଶେଶ୍ବର ଟୁଡୁ ବାଲେଶ୍ବର ଜିଲ୍ଲାରେ ପହଞ୍ଚି ଥିଲେ । ସେଠାରୁ ଜିଲ୍ଲାର ପ୍ରବେଶ ପଥ ସିମୁଳିଆ ଠାରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସିମୁଳିଆ ନେତା ପଦ୍ମଲୋଚନ ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ବର ଚନ୍ଦ୍ର ବେହେରା, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଟୁଡୁଙ୍କୁ ସ୍ବାଗତ କରିଛନ୍ତି ।
ଆଉ ଏହାପରେ ଏକ ପଟୁଆରରେ ମନ୍ତ୍ରୀଙ୍କ ଗାଡ଼ି ବାଲେଶ୍ବର ସହର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଶେଷରେ ବାଲେଶ୍ବର ସର୍କିଟ ହାଉସରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାର ଅନ୍ୟ ସମସ୍ତ ପଦାଧିକାରୀ, ମୋର୍ଚ୍ଚା ପଦାଧିକାରୀ, ବିଜେପି କାର୍ଯ୍ୟକର୍ତ୍ତା ଓ ବୁଦ୍ଧିଜୀବୀମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ