ବାଲେଶ୍ବର: ଯୁବତୀଙ୍କୁ କମେଣ୍ଟ ମାରି ବନ୍ଧା ହେଲେ 2 ରୋଡ ରୋମିଓ । ଦୁହେଁ ବିଭିନ୍ନ ସମୟରେ କଲେଜ ଛାତ୍ରୀଙ୍କୁ ହଇରାଣ କରୁଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣାଟି ହେଉଛି ବାଲେଶ୍ବର ନୀଳଗିରି ଅଞ୍ଚଳର ।
ଏହି ରୋଡ ରୋମିଓଙ୍କ ବାରମ୍ବାର ଉତ୍ପାତ ବିଷୟରେ ଥାନାରେ ଅଭିଯୋଗ ହୋଇଥିଲା । ଯାହାକୁ ଆଧାର କରି ନୀଳଗିରି ଥାନା ଅଧିକାରିଣୀ ତଦନ୍ତ କରି ବଡପାଟପୁର ଅଞ୍ଚଳର ପୁନିଆ ମଲ୍ଲିକ ଓ ଜଗନ୍ନାଥ ମଲ୍ଲିକଙ୍କୁ ଗିରଫ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ