ବାଲେଶ୍ୱର: ଜିଲ୍ଲାର ନୀଳଗିରି କୁଲଡିହାରେ ଦନ୍ତା ହାତୀକୁ ମାରି ଦାନ୍ତ ଲୁଟ କରିବା ଘଟଣା । ଏହି ଘଟଣାରେ ବନ ବିଭାଗର 2 କର୍ମଚାରୀ ନିଲମ୍ବିତ ହୋଇଥିବା ସୂଚନା ମିଳିଛି।
ତେବେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଶିକାର ଉପରେ ରୋକ ଲଗାଇବାରେ ବିଫଳ ହୋଇଥିବା ବନ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ। ଡିଏଫଓ ବିଶ୍ୱରାଜ ପଣ୍ଡା ଏହି ଘଟଣାର ତଦନ୍ତ କରିଥିଲେ । ଏହାପରେ କୁଲଡିହା ଫରେଷ୍ଟର କିଶୋର ଚନ୍ଦ୍ର ଭୂୟାଁ ଓ ଗାର୍ଡ ଲାଲମୋହନ ସିଂଙ୍କୁ ନିଲମ୍ବନ କରିବା ସହ ଏସିଏଫଓ ଲକ୍ଷ୍ମଣ କୁମାର ପ୍ରଧାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।
ପ୍ରକାଶ ଥାଉକି, ଗତ 5 ତାରିଖ କୁଲଡିହା ରେଞ୍ଜ ତେଣ୍ଡା ଜଙ୍ଗଲ ଭିତରେ ଏକ ଦନ୍ତାହାତୀକୁ ମାରି ଶିକାରୀମାନେ ଦାନ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଡିଏଫଓ ତଦନ୍ତ କରି ଏମିତି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ