ETV Bharat / business

ସ୍ମୃତିରେ 2023: ଏ ବର୍ଷ ଇହ ଧାମକୁ ପର କଲେ ଏହି ବିଶିଷ୍ଟ ଭାରତୀୟ ଶିଳ୍ପପତି

Indian Industrialists Passed Away In 2023: ଦିନକ ପରେ କ୍ୟାଲେଣ୍ଡରରୁ ଲିଭିଯିବ ବର୍ଷ 2023 । ସ୍ମୃତି ହୋଇ ରହିଯିବ 2023 । ଏହି ବର୍ଷ କର୍ପୋରେଟ ଜଗତର ବହୁ ବଡ଼ ବଡ଼ ହସ୍ତୀ ଦୁନିଆରୁ ବିଦାୟ ନେଇଛନ୍ତି । ଜାଣନ୍ତୁ କେଉଁ ଦିବଙ୍ଗତ ବିଶିଷ୍ଟ ଶିଳ୍ପପତିମାନଙ୍କର 2023 ବର୍ଷ ଜୀବନର ଶେଷ ବର୍ଷ ଥିଲା । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Dec 31, 2023, 8:29 PM IST

ସ୍ମୃତିରେ 2023
ସ୍ମୃତିରେ 2023

ନୂଆଦିଲ୍ଲୀ: ଦିନକ ପରେ କ୍ୟାଲେଣ୍ଡରରୁ ଲିଭିଯିବ ବର୍ଷ 2023 । ନୂଆ ଆଶା ଓ ନୂଆ ସମ୍ଭାବନା ନେଇ କ୍ୟାଲେଣ୍ଡର ଫର୍ଦ୍ଦରେ ଯୋଡ଼ି ହେବ ନବବର୍ଷ 2024 । ବର୍ଷ 2023 କାହା ପାଇଁ ଭଲ ଥିଲା ତ ଆଉ କାହା ପାଇଁ ସେମିତି କିଛି ଖାସ ବର୍ଷ ନଥିଲା । 2023 ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି । ତେବେ ବିଶ୍ବ ଅର୍ଥନୀତିରେ ଭାରତ ଓକ ବୃହତ ଅର୍ଥନୈତିକ ଦେଶ ଭାବରେ ପରିଣତ ହୋଇଛି । ସାରା ବିଶ୍ବରେ ଶିଳ୍ପ ଜଗରେ ନିଜର ପତିଆରା ଜାହିର କରିଛି ଭାରତ । ଏସବୁ ଭିତରେ 2023ରେ କର୍ପୋରେଟ ଜଗତର ବହୁ ବଡ଼ ବଡ଼ ହସ୍ତୀ ଦୁନିଆରୁ ବିଦାୟ ନେଇଛନ୍ତି । ସେ ବାଘ ବକରୀ ଚାୟ ଗ୍ରୁପ୍‌ର ମାଲିକଙ୍କଠାରୁ ନେଇ ସୁବ୍ରତ ରାୟଙ୍କ ପର୍ଯ୍ୟନ୍ତ ଅନେକ ଭାରତୀୟ ଶିଳ୍ପପତିଙ୍କର ପରଲୋକ ଘଟିଥିଲା । ତେବେ ଆସନ୍ତୁ ନଜର ପକାଇବା ସେହି ଦିବଙ୍ଗତ ବିଶିଷ୍ଟ ଶିଳ୍ପପତିଙ୍କୁ ଯେଉଁମାନଙ୍କର 2023 ବର୍ଷ ଜୀବନର ଶେଷ ବର୍ଷ ଥିଲା ।

ସ୍ମୃତିରେ 2023
ସ୍ମୃତିରେ 2023

1. କେଶବ ମହିନ୍ଦ୍ରା: ଭାରତର ସର୍ବ ପୁରାତନ ଅରବପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ ଏମିରିଟସ କେଶବ ମହିନ୍ଦ୍ରାଙ୍କର ଏପ୍ରିଲ୍ ୧୨ ତାରିଖରେ ପରଲୋକ ଘଟିଥିଲା । ସେ ୯୯ ବର୍ଷ ବୟସରେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । କେଶବ ମହିନ୍ଦ୍ରା ଫୋବର୍ସ ୨୦୨୩ ବର୍ଷର ଧନୀ ଶିଳ୍ପପତିଙ୍କ ତାଲିକାରେ ସ୍ଥାନ ପାଇଥିଲେ । ୧୬ ଜଣ ନୂଆ ଅରବପତିଙ୍କ ସହ ପ୍ରଥମ ଥର ପାଇଁ ଏହି ତାଲିକାରେ ସାମିଲ ହୋଇଥିଲେ କେଶବ ମହିନ୍ଦ୍ରା ।

କେଶବ ମହିନ୍ଦ୍ରା ୧୯୪୭ ମସିହାରେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ମହିନ୍ଦ୍ରା ଗ୍ରୁପ୍‌ରେ ଯୋଗ ଦେଇଥିଲେ । ସେହିପରି ୧୯୬୩ ମସିହାରେ କେଶବ ଏହି ଗ୍ରୁପ୍‌ର ଚେୟାରମ୍ୟାନ୍‌ ଭାର ସମ୍ଭାଳିଥିଲେ । ଦୀର୍ଘ ୪୮ ବର୍ଷ ଧରି ଏବି ପଦଭାର ସମ୍ଭାଳିବା ପରେ ପରେ ୨୦୧୨ ମସିହାରେ କେଶବ ତାଙ୍କ ପୁତୁରା ଆନନ୍ଦ ମହିନ୍ଦ୍ରାଙ୍କୁ ଚେୟାରମ୍ୟାନ ଦାୟିତ୍ବ ହସ୍ତାନ୍ତର କରିଥିଲେ ।

ସ୍ମୃତିରେ 2023
ସ୍ମୃତିରେ 2023

2. ଶ୍ରୀଚନ୍ଦ ପରାମାନନ୍ଦ: ବିଶିଷ୍ଟ ଉଦ୍ୟୋଗପତି, ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ତଥା ଏସ୍‌ପି ହିନ୍ଦୁଜାଙ୍କର ମେ' 17 ତାରିଖରେ ପରଲୋକ ହୋଇଥିଲା । ସେ 87 ବର୍ଷ ବୟସରେ ଲଣ୍ଡନରେ ତାଙ୍କ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଶ୍ରୀଚନ୍ଦ ଚିକିତ୍ସାଧୀନ ଥିଲେ । ତେବେ ହିନ୍ଦୁଜା ବ୍ରଦର୍ସଙ୍କ ମଧ୍ୟରେ ସେ ବଡ଼ ଭାଇ ଥିଲେ । ଚାରି ହିନ୍ଦୁଜା ଭାଇଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ ଶ୍ରୀଚନ୍ଦ ପରାମାନନ୍ଦ । ତେବେ 2023 ଜାନୁଆରୀରେ ହିନ୍ଦୁଜା ଗ୍ରୁପ୍‌ର ଅଧ୍ୟକ୍ଷ ଏସ.ପି ହିନ୍ଦୁଜାଙ୍କ ପତ୍ନୀଙ୍କ ବିୟୋଗ ମଧ୍ୟ ହୋଇଥିଲା ।

ପରାଧୀନ ଭାରତର କରାଚିରେ ଏକ ବ୍ୟବସାୟୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା । 1964 ମସିହାରେ ବଲିଉଡ ବ୍ଲକବଷ୍ଟର ମୁଭି 'ସଙ୍ଗମ'ର ଅନ୍ତର୍ଜାତୀୟ ବିତରଣରୁ ଆରମ୍ଭ ହୋଇଥିବା ହିନ୍ଦୁଜାଙ୍କ ବ୍ୟବସାୟିକ ସଫଳତା ତାଙ୍କୁ ବ୍ରିଟେନର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି କରିପାରିଥିଲା । ପରେ ସେ ବହୁଚର୍ଚ୍ଚିତ ବୋଫର୍ସ ପ୍ରତିରକ୍ଷା ଘୋଟାଲାରେ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗରେ ବିବାଦ ପରିସରକୁ ଆସିଥିଲେ । ଏପରିକି ତାଙ୍କ ସାନ ଭାଇମାନେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେ ଓ ତାଙ୍କର ଦୁଇ ସାନଭାଇ ସ୍ବିଡେନ୍‌ର ବନ୍ଧୁକ ନିର୍ମାତା ଏ.ବି ବୋଫର୍ସଙ୍କୁ ଏକ ଭାରତୀୟ ସରକାରୀ ଚୁକ୍ତିନାମାରେ ସ୍ବାକ୍ଷରିତ କରାଇବା ପାଇଁ 64 କୋଟି ଟଙ୍କା ଲାଞ୍ଚ ଗ୍ରହଣ କରିଥିବା ଅଭିଯୋଗ ହୋଇଥିଲା ।

ସ୍ମୃତିରେ 2023
ସ୍ମୃତିରେ 2023

3. ମିକି ଜଗତିୟାନୀ: ହୋମ୍‌ ସେଣ୍ଟର ଓ ଲାଇଫ୍‌ଷ୍ଟାଇଲ୍‌ ଭଳି ବ୍ରାଣ୍ଡକୁ ପରିଚାଳନା କରୁଥିବା ରିଟେଲ ଲ୍ୟାଣ୍ଡମାର୍କ ଗ୍ରୁପର ପ୍ରତିଷ୍ଠାତା ମିକି ଜଗତିୟାନୀ ତଥା ମୁକେଶ ଜଗତିୟନୀଙ୍କ ମେ 26 ତାରିଖରେ ପରଲୋକ ହୋଇଥିଲା । ସେ 70 ବର୍ଷ ବୟସରେ ସେ ଶେଷ ନିଶ୍ବସ ତ୍ୟାଗ କରିଥିଲେ । ତେବେ ଚଳିତ ବର୍ଷ ପ୍ରାରମ୍ଭରେ 5.2 ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ଫୋର୍ବସର 37ତମ ବାର୍ଷିକ ବିଶ୍ୱ ଅରବପତି ତାଲିକାରେ 511ତମ ସ୍ଥାନ ଅଧିକାର କରିଥିଲେ ଜଗତିୟାନୀ । ତେବେ ନିଜ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ମିକି ଜଣେ ଗାଡ଼ିଚାଳକ ଭାବରେ କାର୍ଯ୍ୟ କରୁଥିଲେ । ନିଜ ନିଷ୍ଠା ଓ ଉତ୍ୟାମ ବଳରେ ମିକି ଜଣେ ସଫଳ ଉଦ୍ୟୋଗୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ।

ସ୍ମୃତିରେ 2023
ସ୍ମୃତିରେ 2023

4. ଅମ୍ବରୀଶ ମୂର୍ତ୍ତି: ଲୋକପ୍ରିୟ ଅନ୍‌ଲାଇନ୍‌ ଫର୍ଣ୍ଣିଚର କମ୍ପାନୀ ପେପରଫ୍ରାଇର ସହ-ପ୍ରତିଷ୍ଠାତା ଅମ୍ବରୀଶ ମୂର୍ତ୍ତିଙ୍କର ଅଗଷ୍ଟ 7 ତାରିଖରେ ପରଲୋକ ହୋଇଥିଲା । ଲେହରେ, ହାର୍ଟ ଆଟାକ୍‌ ଯୋଗୁଁ ୫୧ ବର୍ଷ ବୟସରେ ଅମ୍ବରୀଶ ମୂର୍ତ୍ତି ତାଙ୍କ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ପେପରଫ୍ରାଇର (Pepperfry) ଅନ୍ୟ ସହ ପ୍ରତିଷ୍ଠାତା ଆଶିଷ ସିଂହ ଏକ ଟ୍ବିଟ୍‌ କରି ଏହି ଦୁଃଖଦ ଘଟଣାର ସୂଚନା ଦେଇଥିଲେ ।

ଅମ୍ବରୀଶ ମୂର୍ତ୍ତି ଜଣେ ଦକ୍ଷ ବାଇକର ଥିଲେ । ଅମ୍ବରୀଶ ମୂର୍ତ୍ତି ୧୯୯୬ ମସିହାରେ କ୍ୟାଡବରୀର ସେଲ୍ସ ଏବଂ ମାର୍କେଟିଙ୍ଗ୍‌ ପ୍ରୋଫେସନାଲ ଭାବରେ ବ୍ୟବସାୟ ଜଗତରେ ଏଣ୍ଟ୍ରି କରିଥିଲେ । ଏକ ପ୍ରସିଦ୍ଧ ଚକଲେଟ୍ ନିର୍ମାତା କମ୍ପାନୀରେ ଅମ୍ବରୀଶ ପ୍ରାୟ ସାଢ଼େ ପାଞ୍ଚ ବର୍ଷ ଧରି କାମ କରିଥିଲେ । ପରେ ସେ ଆଇସିଆଇସିଆଇ ପ୍ରୁଡେନ୍ସିଆଲରେ ଯୋଗ ଦେଇଥିଲେ । ସେଠାରେ ପ୍ରାୟ ୨ ବର୍ଷ ଧରି କାମ କରିଥିଲେ । ଏହାପରେ ଲେଭିସ (Levis)ରେ ପାଞ୍ଚ ମାସ ଧରି କାମ କରିଥିଲେ । ଆଉ ଏହି ସମୟରେ ସେ ନିଜର ଷ୍ଟାର୍ଟ ଅପ୍‌ ‘ଓରିଜିନ୍ ରିସୋର୍ସେଜ୍’ ଆରମ୍ଭ କରିଥିଲେ । ଏହି ଷ୍ଟାର୍ଟ ଅପ୍‌ ଭାରତୀୟ ମ୍ୟୁଚ୍ୟୁଆଲ ଫଣ୍ଡ୍‌ କମ୍ପାନିଙ୍କ ସାହାଯ୍ୟରେ ପ୍ରସ୍ତୁତ ହୋଇଥିଲା । କିନ୍ତୁ ୨୦୦୫ରୁ ସେ ଏହାକୁ ବନ୍ଦ କରିଦେଇ ବ୍ରିଟାନିଆରେ ମାର୍କେଟିଂ ମ୍ୟାନେଜର ଭାବରେ ଯୋଗ ଦେଇଥିଲେ । ଆଉ ଏହାର 6 ବର୍ଷରେ ମୂର୍ତ୍ତି ଆଶିଷ ଶାହାଙ୍କ ସହ ୨୦୧୧ ରେ ପେପରଫ୍ରାଇ କମ୍ପାନୀ ଆରମ୍ଭ କରିଥିଲେ ।

ସ୍ମୃତିରେ 2023
ସ୍ମୃତିରେ 2023

5. ପରାଗ ଦେଶାଇ: ବାଘ ବକରୀ ଚା କମ୍ପାନୀ ମାଲିକ ତଥା ନିର୍ଦ୍ଦେଶକ ପରାଗ ଦେଶାଇଙ୍କର ଅକ୍ଟୋବର 22 ତାରିଖରେ ପରଲୋକ ଘଟିଥିଲା । ଅକ୍ଟୋବର 15 ତାରିଖରେ ମର୍ଣ୍ଣିଂୱାକ ସମୟରେ ବୁଲା କୁକୁରଙ୍କ କବଳରୁ ବର୍ତ୍ତିବା ପାଇଁ ଚେଷ୍ଟା କରୁଥିବା ବେଳେ ତଳେ ପଡ଼ି ଆହତ ହୋଇଥିଲେ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଫଳରେ ସେ କୋମାକୁ ଚାଲିଯାଇଥିଲେ । ତାଙ୍କୁ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ ଅକ୍ଟୋବର 22 ତାରିଖ ସନ୍ଧ୍ୟାରେ ମାତ୍ର 49 ବର୍ଷ ବୟସରେ ପରାଗ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ସ୍ମୃତିରେ 2023
ସ୍ମୃତିରେ 2023

6. ପୃଥ୍ବୀରାଜ ସିଂହ ଓବେରୟ: ଓବେରୟ ଗ୍ରୁପର ଅଧ୍ୟକ୍ଷ ପୃଥ୍ବୀରାଜ ସିଂହ ଓବେରୟଙ୍କ ନଭେମ୍ବର 14 ତାରିଖରେ ପରଲୋକ ହୋଇଥିଲା । ସେ 95 ବର୍ଷ ବୟସରେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଥିଲେ । 2002 ମସିହାରେ ଓବରୟଙ୍କ ପିତାଙ୍କ ଦେହାନ୍ତ ପରେ ଇଆଇଏଚ ଲିମିଟେଡର ଅଧ୍ୟକ୍ଷ ଏବଂ ନିର୍ଦ୍ଦେଶକ ପଦଭାର ସମ୍ଭାଳି ଥିଲେ । ତେବେ ପର୍ଯ୍ୟଟନ ଓ ହୋଟେସ ଶିଳ୍ପ ପ୍ରତି ଅସାଧାରଣ ଅବଦାନ ପାଇଁ ପୃଥ୍ବୀରାଜଙ୍କୁ ପଦ୍ମ ବୁଭୂଷଣ ସହ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାସହ ପୃଥ୍ବୀରାଜଙ୍କ ଅଦମ୍ୟ ନିଷ୍ଠା ଓ ଆଗ୍ରହ ପାଇଁ "ଦି ଓବେରୟ ଗ୍ରୁପ ହୋଟେଲ" ବିଶ୍ବର ନାମୀଦାମୀ ହୋଟେଲ ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଥିଲା । ଯୁକ୍ତରାଷ୍ଟ୍ର ଆମେରିକା ପତ୍ରିକା ହୋଟେଲସ ତରଫରୁ ପୃଥ୍ବୀରାଜଙ୍କୁ "କର୍ପୋରେଟ୍‌ ହୋଟେଲିୟର୍‌ ଅଫ୍‌ ଦି ୱାର୍ଲଡ୍‌" ପୁରସ୍କାର ପ୍ରଦାନ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......ସ୍ମୃତିରେ ୨୦୨୩: ମହିଳା ସଶକ୍ତିକରଣର ସଫଳ ଅଧ୍ୟାୟ, ଭାରତୀୟ ପ୍ରତିରକ୍ଷା ବଳରେ ଇତିହାସ ରଚିଲେ ୧୦ ମହିଳା

7. ସୁବ୍ରତ ରାୟ: ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରାୟ ସାହାରାଙ୍କର ନଭେମ୍ବର 14 ତାରିଖରେ ପରଲୋକ ଘଟିଥିଲା । ହୃଦଘାତ କରାଣରୁ 75 ବର୍ଷ ବୟସରେ ସୁବ୍ରତ ରାୟ ଶେଷ ନିଶ୍ବାଷ ତ୍ୟାଗ କରିଥିଲେ ।

ସୁବ୍ରତ ରାୟ 1948 ଜୁନ 10ରେ ବିହାରର ଆରାରିଆରେ ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ କୋଲକାତାର ହୋଲି ଚାଇଲ୍ଡ ଇନଷ୍ଟିଚ୍ୟୁଟରେ ପାଠପଢ଼ା ପରେ ୟୁପିର ଗୋରଖପୁରସ୍ଥିତ ଗଭର୍ଣ୍ଣମେଣ୍ଟ୍‌ ଟେକ୍ନିକାଲ ଇନଷ୍ଟିଚ୍ୟୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂ କରିଥିଲେ । ସେଠାରୁ ହିଁ ସେ ତାଙ୍କର ପ୍ରଥମ ବ୍ୟବସାୟ ଆରମ୍ଭ କରିଥିଲେ । ଏହାପରେ ସାହାରା ଫାଇନାନ୍ସର ଦାୟିତ୍ୱ ନେଇ ଏହାକୁ ସାହାରା ଇଣ୍ଡିଆ ପରିବାର ଭାବେ ପ୍ରତିଷ୍ଠା କରିଥିଲେ ସୁବ୍ରତ ରାୟ । ସେ ଦେଶର 'ସାହାରାଶ୍ରୀ' ଭାବରେ ଜଣାଶୁଣା ଥିଲେ ।

ସେହିପରି 1978 ମସିହାରେ ସାହାରା ଇଣ୍ଡିଆ ପରିବାର ପ୍ରତିଷ୍ଠା କରିଥିଲେ । ପରେ ବ୍ୟବସାୟ ଶିଳ୍ପ କ୍ଷେତ୍ରରେ ନିଜର ଦବଦବା ଜାହିର କରିଥିଲେ ସୁବ୍ରତ । ତାଙ୍କ ନେତୃତ୍ୱରେ ସାହାରା ଗ୍ରୁପ୍‌ ଅର୍ଥ, ରିୟଲ ଇଷ୍ଟେଟ୍‌, ମିଡିଆ ଏବଂ ଆତିଥେୟତା ଆଦି ଅନେକ କ୍ଷେତ୍ରରେ ତାଙ୍କର ବ୍ୟବସାୟ ଲମ୍ବିଥିଲା । 2002ରେ ତାଙ୍କୁ 'ବିଜନେସମ୍ୟାନ ଅଫ୍ ଦି ଇୟର' ପୁରସ୍କାର ମିଳିଥିଲା । ସେହି ବର୍ଷ ଶ୍ରେଷ୍ଠ ଶିଳ୍ପପତି ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଥିଲେ ସୁବ୍ରତ ରାୟ । ଏହା ବ୍ୟତୀତ 2010ରେ ବିଶିଷ୍ଟ ରାଷ୍ଟ୍ରୀୟ ଉଡାନ ସମ୍ମାନ, ଭୋକେସନାଲ୍‌ ଆୱାର୍ଡ ଫର୍‌ ଏକ୍ସିଲେନ୍ସ, 1995ରେ କର୍ମବୀର ସମ୍ମାନ, 1994ରେ ଉଦ୍ୟମଶ୍ରୀ, 1992ରେ ବାବା-ଇ-ରୋଜଗାର ଆୱାର୍ଡରେ ସମ୍ମାନିତ ହୋଇଥିଲେ । 2001ରେ ଜାତୀୟ ନାଗରିକ ପୁରସ୍କାର ପାଇଥିଲେ ସୁବ୍ରତ । 2012ରେ ଦେଶର 10 ଶ୍ରେଷ୍ଠ ବ୍ୟବସାୟୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.