ନୂଆଦିଲ୍ଲୀ: ମୁମ୍ବାଇ ଏବଂ ଆବୁଧାବି ମଧ୍ୟରେ ଦୈନିକ non-stop ଉଡ଼ାଣ ଆରମ୍ଭ କରିବାକୁ ଯାଉଛି ଫୁଲ୍ ସର୍ଭିସ୍ କ୍ୟାରିଅର୍ ଭିସ୍ତାରା(Full-service carrier Vistara) । ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟୋଗରେ ଆସନ୍ତା ଅକ୍ଟୋବର 1 ରୁ ଆରମ୍ଭ ହେବ ଏହି ସେବା । ଏହି ସେବା ପାଇଁ A320 ନିଓ ବିମାନ(A320 neo) ବ୍ୟବହାର କରିବ ।
ବୁଧବାର ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରେ ଭିସ୍ତାରା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିନୋଦ କାନ୍ନାନ(Vistara Chief Executive Officer Vinod Kannan) କହିଛନ୍ତି ଯେ, "ଦ୍ୱିତୀୟ ଏମିରେଟ୍ ସହ UAEରେ ଆମର ଉପସ୍ଥିତି ଜାହିର କରିବା ସଙ୍ଗେ ସଙ୍ଗେ ଭାରତର ଏକ ବ୍ୟସ୍ତବହୁଳ ଅନ୍ତର୍ଜାତୀୟ ମାର୍ଗରେ ସର୍ବୋତ୍ତମ ବିମାନ ଉଡ଼ାଣ ବାଛିବାକୁ ଅଫର୍ କରି ବେସ୍ ଆନନ୍ଦିତ ।"
ସେ ଆହୁରି ମଧ୍ୟ କହିଛନ୍ତି, ମୁମ୍ବାଇ ଏବଂ ଆବୁଧାବି ମଧ୍ୟରେ ଅଧିକ ସଂଯୋଗ, ଦୁଇ ଦେଶ ମଧ୍ୟରେ ବଢୁଥିବା ବାଣିଜ୍ୟ ଏବଂ ପର୍ଯ୍ୟଟନକୁ ପୂର୍ଣ୍ଣ କରିବ । ଏହା ପୂର୍ବରୁ ଦୁବାଇକୁ ବିମାନ ସେବା ରହିଛି । ଭିସ୍ତାରା ପାଇଁ ଆବୁଧାବି ଦ୍ୱାଦଶ ବିଦେଶ ଗନ୍ତବ୍ୟସ୍ଥଳ ହେବ । ତେବେ ଭିସ୍ତାରାର 53 ଟି ବିମାନ ଅଛି, ଯେଉଁଥିରେ 41 ଏୟାରବେସ୍ A320, ପାଞ୍ଚଟି ଏୟାରବେସ୍ A321 ନିଓ, ପାଞ୍ଚଟି ବୋଇଙ୍ଗ 737-800NG ଏବଂ ଦୁଇଟି ବୋଇଙ୍ଗ 787-9 Dreamliners ରହିଛି ।