ETV Bharat / business

ଆହୁରି ମହଙ୍ଗା ହେବ ବିମାନଯାତ୍ରା, ଭଡା ବୃଦ୍ଧି ସଙ୍କେତ ଦେଲା SpiceJet

author img

By

Published : Jun 16, 2022, 2:19 PM IST

ମହଙ୍ଗା ହେବ ବିମାନ ଯାତ୍ରା । ଏଟିଏଫ ମୂଲ୍ୟ ବୃଦ୍ଧି ଏବଂ ଟଙ୍କା ମୂଲ୍ୟ ହ୍ରାସ ଯୋଗୁଁ ବିମାନ ଭଡା ବୃଦ୍ଧି କରିବାକୁ ସଙ୍କେତ ଦେଲେ ବିମାନ କମ୍ପାନୀ । ଅଧିକ ପଢନ୍ତୁ

ମହଙ୍ଗା ହେବ ବିମାନ ଯାତ୍ରା, ଭଡା ବଢାଇବା ପାଇଁ ସଙ୍କେତ ଦେଲା SpiceJet

ନୂଆଦିଲ୍ଲୀ: ଆହୁରି ମହଙ୍ଗା ହେବ ବିମାନ ଯାତ୍ରା । ବିମାନ ଯାତ୍ରା ପାଇଁ ଅଧିକ ଟଙ୍କା ଗଣିବେ ଯାତ୍ରୀ । ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଡଲାର ତୁଳନାରେ ଲଗାତାର ଟଙ୍କାର ମୂଲ୍ୟ ହ୍ରାସ ଯୋଗୁଁ ବିମାନ କମ୍ପାନୀଗୁଡିକ ବର୍ତ୍ତମାନ ବିମାନ ଭଡା(hike in airfare) ବୃଦ୍ଧି କରିବା ଦିଗରେ ବିଚାର କରୁଛନ୍ତି । ଦେଶର ପ୍ରମୁଖ ଏୟାରଲାଇନ୍ସ ସ୍ପାଇସଜେଟ ୧୦ରୁ ୧୫ ପ୍ରତିଶତ ବିମାନ ଭଡା ବଢାଇବା ପାଇଁ ଦାବି କରିଛି । ଗୁରୁବାର ବିମାନ ଟରବାଇନ ଇନ୍ଧନ(ଏଟିଏଫ) ମୂଲ୍ୟ ୧୬.୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ଦୃଷ୍ଟିରୁ ବିମାନ ଟିକେଟ ମୂଲ୍ୟ ବଢିବା ଜରୁରୀ ବୋଲି କମ୍ପାନୀ କହିଛି ।

ସ୍ପାଇସଜେଟର ଅଧ୍ୟକ୍ଷ ଅଜୟ ସିଂହ କହିଛନ୍ତି, ''ଆମେରିକା ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏୟାରଲାଇନ୍ସକୁ ପ୍ରଭାବିତ କରୁଛି । ବିମାନ ଇନ୍ଧନ ଦର ବୃଦ୍ଧି ପାଉଛି । ଏହି କାରଣରୁ ଘରୋଇ ବିମାନ କମ୍ପାନୀଙ୍କ ନିକଟରେ ତୁରନ୍ତ ବିମାନ ଭଡା ବୃଦ୍ଧି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ।" ବିମାନର ସୁଲଭ ପରିଚାଳନା ପାଇଁ ଭଡା ଅତିକମରେ ୧୦ରୁ ୧୫ ପ୍ରତିଶତ ବୃଦ୍ଧି ପାଇବାର ଆବଶ୍ୟକତା ରହିଥିବା ଏକ ବିବୃତ୍ତି ଜରିଆରେ କମ୍ପାନୀ ଅଧ୍ୟକ୍ଷ କହିଛନ୍ତି ।

୨୦୨୧ ଜୁନ୍‌ ପରଠୁ ବିମାନ ଟରବାଇନ ଇନ୍ଧନ ୧୨୦ ପ୍ରତିଶତ ବୃଦ୍ଧି ପାଇଛି । ଇନ୍ଧନର ଅହେତୁକ ଦର ବୃଦ୍ଧି ସହ ପୂର୍ବ ନିର୍ଦ୍ଧାରିତ ଭଡାରେ ବିମାନ ସେବା ଯୋଗଇବା କଷ୍ଟସାଧ୍ୟ ହେଉଛି । ଏହାର ସମାଧାନ ପାଇଁ କେନ୍ଦ୍ର ଏବଂ ରାଜ୍ୟଗୁଡିକ ଏଟିଏଫରେ ଟ୍ୟାକ୍ସ କମାଇବା ଦିଗରେ ପଦକ୍ଷେପ ନେବା ଜରୁରୀ ହୋଇପଡିଛି । ବିଗତ କିଛି ମାସ ହେଲା ଆମେ ଇନ୍ଧନ ମୂଲ୍ୟ ବୃଦ୍ଧିର ଅଧିକରୁ ଅଧିକ ବୋଝ ବୋହିବାକୁ ଚେଷ୍ଟା କରୁଛୁ ବୋଲି ବିବୃତ୍ତିରେ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.