ETV Bharat / business

Digital Payment: ଡିଜିଟାଲ ପେମେଣ୍ଟ କରୁଥିଲେ ଜାଣିରଖନ୍ତୁ; ନଚେତ୍ ଖାଲି ହୋଇଯାଇପାରେ ଆକାଉଣ୍ଟ

author img

By

Published : Jul 4, 2023, 3:32 PM IST

ଡିଜିଟାଲ ପେମେଣ୍ଟ କରୁଛନ୍ତି କି ? ତାହାହେଲେ ଏହି ଖବର ଆପଣଙ୍କ ପାଇଁ । ବର୍ତ୍ତମାନ ଡିଜିଟାଲ ପେମେଣ୍ଟ ବଢିବା ସହ ସାଇବର ଅପରାଧିମାନେ ସକ୍ରିୟ ହେଉଛନ୍ତି । ଗୋଟିଏ କ୍ଲିକରେ ଖାଲି ହୋଇଯାଉଛି ଆକାଉଣ୍ଟ । କେମେତି ଏହି ଠକେଇରୁ ବର୍ତ୍ତିବେ ପଢନ୍ତୁ ବିସ୍ତୃତରେ...

Digital Payment
Digital Payment

ହାଇଦ୍ରାବାଦ: ଡିଜିଟାଲ ପେମେଣ୍ଟର ଅନେକ ସୁବିଧା ରହିଛି । ଲୋକଙ୍କୁ ଆଉ ପକେଟରେ ନୋଟ୍ ରଖିବାକୁ ପଡୁନି । ଯେକୌଣସି ଜିନିଷ କିଣିଲେ ଫୋନ ପେ' ଓ ଗୁଗୁଲ ପେ' ଭଳି ଡିଜିଟାଲ ପେମେଣ୍ଟ ଆପ୍ ଜରିଆରେ ଟଙ୍କା ଦେଉଛନ୍ତି । ହକର୍ ଠାରୁ ଆରମ୍ଭ କରି ଛୋଟ ଛୋଟ ବ୍ୟବସାୟୀ ମଧ୍ୟରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାର ଉପଯୋଗ କରୁଛନ୍ତି । ତେବେ ଡିଜିଟାଲ ପେମେଣ୍ଟ ପରିସର ବ୍ୟାପକ ହେବା ସହିତ ଠକେଇ ମଧ୍ୟ ବୃଦ୍ଧି ପାଉଛି । ସାଇବର ଅପରାଧି ସକ୍ରିୟ ହୋଇଯାଇଛନ୍ତି । ସେମାନେ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରାପ୍ତ କରି ସୋସିଆଲ ମିଡିଆରେ ମେସେଜ ପଠାଇ ନିରୀହ ଲୋକଙ୍କୁ ଠକେଇ ଶିକାର କରୁଛନ୍ତି । ସମ୍ପ୍ରତ୍ତି ଏଭଳି ଅନେକ ଘଟଣାମାନ ସାମ୍ନାକୁ ଆସୁଛି । ଗୋଟିଏ ଲିଙ୍କରେ କ୍ଲିକ୍ କରିବା ମାତ୍ରେ ଆକାଉଣ୍ଟ ଟଙ୍କା ଖାଲି ହୋଇଯାଉଛି । ଡିଜିଟାଲ ପେମେଣ୍ଟ କରୁଥିଲେ ଏହି ଖବର ଆପଣଙ୍କ ପାଇଁ ।

ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି ଯେ, ଡିଜିଟାଲ ଠକେଇର ମାତ୍ର ପୂର୍ବାପେକ୍ଷା ପ୍ରାୟ ୨୮ ପ୍ରତିଶତ ବୃଦ୍ଧି ପାଇଛି । ଏହାସତ୍ତ୍ବେ କ୍ଷୀପ୍ରଗତିରେ ଦୌଡୁଥିବା ଦୁନିଆରେ ଡିଜିଟାଲ ପେମେଣ୍ଟ ଅପରିହାର୍ଯ୍ୟ ପାଲଟିଛି । ତେଣୁ ଏ ଦିଗରେ ବ୍ୟାପକ ସଚେତନତା ଓ ସାବଧାନତା ଅତ୍ୟନ୍ତ ଜରୁରୀ । ସମ୍ପ୍ରତ୍ତି ପେମେଣ୍ଟ ପାଇଁ ଅନେକ ଗୁଡିଏ ଡିଜିଟାଲ ଆପ୍ ପ୍ରଚଳିତ ଅଛି । ଏହାର ବ୍ୟବହାର କରିବାକୁ ହେଲେ ଆମକୁ ନିଜର ବ୍ୟାଙ୍କ ଆକାଉଣ୍ଟ ଓ କାର୍ଡ ବିବରଣୀ ପ୍ରଦାନ କରିବାକୁ ପଡିଥାଏ ।

ସେଥିପାଇଁ ଯେକୌଣସି ଆପ୍‌ର ଆରମ୍ଭ କରିବା ବ୍ୟବହାର ପୂର୍ବରୁ ଏହାର ବିଶ୍ବସନୀୟତା ଯାଞ୍ଚ କରନ୍ତୁ । ଆମର ଆର୍ଥିକ ତଥ୍ୟ/ବିବରଣୀ ସୁରକ୍ଷିତ ରଖୁଥିବା ଭଳି ଆପ୍ ଉପଯୋଗ କରିବା ଉଚିତ୍ । ଏହାଦ୍ବାରା ଫର୍ଜି ନେଣଦେଣ ଉପରେ ଲଗାମ ଲାଗିପାରିବ । ସେହିପରି ଆପଣ ବ୍ୟବହାର କରୁଥିବା ଆପ୍ କେତେ ସୀମା ଯାଏଁ ଆପଣଙ୍କ ଆର୍ଥିକ ବିବରଣୀର ଉପଯୋଗ କରୁଛି ତାହା ଜାଣନ୍ତୁ ଏବଂ ଏହାର ନିୟମ ଓ ସର୍ତ୍ତାବଳୀଗୁଡିକୁ ଧ୍ୟାନ ଦେଇ ପଢନ୍ତୁ ।

ଫ୍ରି ୱାଇ-ଫାଇ ବ୍ୟବହାର କରୁଥିଲେ ସାବଧାନ !

ଆଜିକାଲି ବିଭିନ୍ନ ସ୍ଥାନରେ ଫ୍ରି ୱାଇ-ଫାଇ ସୁବିଧା ଉପଲବ୍ଧ ହେଉଛି । ଆପଣ ଅନ୍ୟ କାର୍ଯ୍ୟରେ ଏହି ମାଗଣା ସୁବିଧାର ବ୍ୟବହାର କରିପାରିବେ । ମାତ୍ର କେବେ ଭୁଲିରେ ମଧ୍ୟ ୱାଇ-ଫାଇ ବ୍ୟବହାର କରି ଡିଜିଟାଲ ଆପ୍ ଜରିଆରେ ଟ୍ରାଞ୍ଜାକ୍ସନ କରନ୍ତୁ ନାହିଁ । ବୈଷୟିକ ବିଶେଷଜ୍ଞମାନେ ଚେତାଇଛନ୍ତି ଯେ, ହ୍ୟାକର ବା ସାଇବର ଅପରାଧୀମାନେ ଏହି ଫ୍ରି ୱାଇ-ଫାଇ ନେଟୱାର୍କ ବ୍ୟବହାର କରି ମୋବାଇଲ ଫୋନଗୁଡିକୁ ହ୍ୟାକ୍ କରିଥାନ୍ତି । ମୋବାଇଲରେ ପେମେଣ୍ଟ ଆପ୍ ବ୍ୟବହାର ପାଇଁ ଦ୍ବିସ୍ତରରୀୟ ସିକ୍ୟୁରିଟି ସିଷ୍ଟମ ସେଟ୍ କରନ୍ତୁ । ଆପ୍ ଖୋଲିବା ପାଇଁ ଓ ଟ୍ରାଞ୍ଜାକ୍ସନ ପାଇଁ ଦୁଇଟି ଭିନ୍ନ ପାସ୍‌ୱାର୍ଡ ଦିଅନ୍ତୁ । ଅଥବା ବାଓମେଟ୍ରିକ ମଧ୍ୟ ବ୍ୟବହାର କରିପାରିବେ ।

ସରଳ ପାସୱାର୍ଡ ଦିଅନ୍ତୁ ନାହିଁ:

ଦେଖାଯାଏ ଅନେକ ଲୋକ ଡିଜିଟାଲ ଟ୍ରାଞ୍ଜାକ୍ସନ ପାଇଁ ସରଳ ପାସୱାର୍ଡ ଚୟନ କରିଥାନ୍ତି । ଅଧିକାଂଶ ନିଜ ପାସୱାର୍ଡ 1234 ରଖିଥାନ୍ତି । କିନ୍ତୁ ଏହା ଆଦୌ ସୁରକ୍ଷିତ ନୁହେଁ । ଡିଟିଜାଲ ପେମେଣ୍ଟ ଆପରେ ପେମେଣ୍ଟ ପାଇଁ ୪ରୁ ୬ ଡିଜିଟ ପିନ୍ ଦିଅନ୍ତୁ । ମଝିରେ ମଝିରେ ନିଜର ପାସୱାର୍ଡ ବଦଳାଇବା ଭଲ ।

କ୍ୟୁଆର କୋର୍ଡ ସ୍କାନ କରୁଥିଲେ...

ଦୋକାନଗୁଡିକରେ ପେମେଣ୍ଟ ପାଇଁ କ୍ୟୁଆର କୋର୍ଡ ରହିଛି । ଜଣେ ଏହାକୁ ସ୍କାନ କରି ଚୁଟକିରେ ପେମେଣ୍ଟ କରିପାରିବେ । ବେଳେବେଳେ ଫର୍ଜି କ୍ୟୁଆର କୋର୍ଡ ମଧ୍ୟ ସେଠାରେ ରହିଥାଏ । ଯଦି ଆମେ ଏହାକୁ ଅଜଣାତରେ ସ୍କାନ କରୁଛେ ତାହାହେଲେ ଆମ ଫୋନରେ ଥିବା ସବୁ ତଥ୍ୟ ସାଇବର ଅପରାଧି ପାଖକୁ ଚାଲିଯାଏ । ତେଣୁ କ୍ୟୁଆର କୋଡ୍ ସ୍କାନ କରୁଥିଲେ ଦୁଇ ଥର ଯାଞ୍ଚ କରନ୍ତୁ । ପେମେଣ୍ଟ ସମ୍ପୂର୍ଣ୍ଣ ହେବା ପରେ ଦୋକାନୀ ଠାରୁ ପଚାରି ବୁଝି ନିଅନ୍ତୁ ।

ସମ୍ପ୍ରତ୍ତି ଡିଜିଟାଲ ପେମେଣ୍ଟ ଆମ ଜୀବନର ଏକ ଅଂଶ ପାଲଟିଛି । ସେଥିପାଇଁ ଟ୍ରାଞ୍ଜାକ୍ସନ ସମୟରେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରି ସୁରକ୍ଷା ନିଶ୍ଚିତ କରନ୍ତୁ । ବର୍ତ୍ତମାନ Tata AIA Life Insurance ପଲିସିଧାରକଙ୍କ ପାଇଁ UPI ଜରିଆରେ ସହଜ ପ୍ରିମିୟମ ପେମେଣ୍ଟ ସୁବିଧା କରିଛି । ହ୍ବାର୍ଟ୍ସଆପ୍ ଜରିଆରେ ମଧ୍ୟ ପ୍ରିମିୟମ ପୈଠ କରାଯାଇ ପାରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.