ETV Bharat / business

Demonetisation Row: ବିମୁଦ୍ରୀକରଣ ନିଷ୍ପତ୍ତି ଠିକ୍‌ ଥିଲା ନା ଭୁଲ, ଆଜି ଆସିବ ସୁପ୍ରିମ ରାୟ

author img

By

Published : Jan 2, 2023, 8:41 AM IST

୨୦୧୬ ବିମୁଦ୍ରୀକରଣ ନେଇ ଆଜି ଆସିପାରେ ବଡ ରାୟ । ରାୟ ଶୁଣାଇବେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଅଧିକ ପଢନ୍ତୁ

Demonetisation Row
Demonetisation Row

ନୂଆଦିଲ୍ଲୀ: ଶୀତ ଛୁଟି ପରେ ଆଜିଠୁ ଆରମ୍ଭ ହେବ ସୁପ୍ରିମକୋର୍ଟରେ କାର୍ଯ୍ୟ । ଏହସହ ଆଜି ବିମୁଦ୍ରୀକରଣକୁ ନେଇ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ (Supreme Court to Pronounce Verdict on 58 Petitions)। ଶୀତ ଅବକାଶ ପରେ ଆଜି ପ୍ରଥମ ଦିନରେ ୫ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇବେ ।

କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟରେ ମୋଟ ୫୮ଟି ପିଟିସନ ଦାଖଲ ହୋଇଥିଲା । ୨୦୧୬ ମସିହା ନଭେମ୍ବର ୮ ତାରିଖ ଦିନ କେନ୍ଦ୍ର ସରକାର ଦେଶରେ ପ୍ରଚଳିତ ୫୦୦ ଓ ହଜାରେ ଟଙ୍କିଆ ନୋଟ ଅଚଳ କରିବାକୁ ଚାଲେଞ୍ଜ କରି ପିଟିସନ ଦାଖଲ ହୋଇଥିଲା । ଏହା ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି । ବିମୁଦ୍ରୀକରଣ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ଡିସେମ୍ବର ୭ ତାରିଖରେ କେନ୍ଦ୍ର ସରକାର ଏବଂ RBIକୁ ନିର୍ଦ୍ଦେଶ ଦେବା ସହ ରାୟ ସଂରକ୍ଷିତ ରଖିଥିଲେ । ଜଷ୍ଟିସ ଏସ ଅବଦୁଲ ନଜିର, ବିଆର ଗଭାଇ, ଏଏସ ବୋପନ୍ନା, ଭି ରାମସୁବ୍ରମନ୍ୟମ ଏବଂ ବିଭି ନାଗରତ୍ନାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ରାୟ ଶୁଣାଇବେ ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ରାହୁଲଙ୍କ ବାର୍ତ୍ତା, ପ୍ରତି ଗାଁ ଓ ସହରରେ ଖୋଲିବ ପ୍ରେମର ଦୋକାନ

ପ୍ରକାଶଯୋଗ୍ୟ ଯେ, ୨୦୧୬ ନଭେମ୍ବର ୮ ତାରିଖରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଫେରାଇ ନେବାକୁ ଘୋଷଣା କରିଥିଲେ । ଏନେଇ ଡିସେମ୍ବର ୧୬ ତାରିଖରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.