ETV Bharat / business

Mukesh Ambani Gets Death Threat: 20 କୋଟି ନଦେଲେ ଅମ୍ବାନୀଙ୍କୁ ଗୁଳି କରିବାକୁ ଧମକ

author img

By ETV Bharat Odisha Team

Published : Oct 28, 2023, 9:56 AM IST

ମୁକେଶ ଅମ୍ବାନୀଙ୍କୁ ଧମକ ପୂର୍ଣ୍ଣ ମେଲ । 20 କୋଟି ନ ଦେଲେ ଗୁଳି କରି ହତ୍ୟା କରାଯିବ । ଅଧିକ ପଢନ୍ତୁ

Mukesh Ambani gets death threat
Mukesh Ambani gets death threat

ମୁମ୍ବାଇ: ରିଲିଆନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ । ଇମେଲ ଜରିଆରେ କେହି ଦୁର୍ବୃତ୍ତ ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଛି । 20 କୋଟି ଟଙ୍କା ଦିଅ ନହେଲେ ଗୁଳି କରି ହତ୍ୟା କରାଯିବ ବୋଲି ଧମକ ପୂର୍ଣ୍ଣ ମେଲ ଆସିଛି । ଶୁକ୍ରବାର ଏପରି ମେଲ ଆସିବା ପରେ ମୁମ୍ବାଇର ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ମେଲରେ ଉଲ୍ଲେଖ ରହିଛି ଯେ, 20 କୋଟି ଟଙ୍କା ଦେବାରେ ମୁକେଶ ଅମ୍ବାନୀ ଯଦି ବିଫଳ ହୁଅନ୍ତି ତେବେ ତାଙ୍କୁ ଗୁଳି କରି ହତ୍ୟା କରାଯିବ । ଏହି ଘଟଣା ପରେ ଆଇପିସି ଧାରା 387 ଏବଂ 506 (2)ରେ ଗାମଦେବୀ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ତେବେ କିଏ ମୁକେଶ ଅମ୍ବାନୀଙ୍କୁ ହତ୍ୟା କରିବାକୁ ଧମକପୂର୍ଣ୍ଣ ମେଲ ପଠାଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-Asia's Richest Man: ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ହେଲେ ମୁକେଶ ଅମ୍ବାନୀ

ଗତ 2022 ମୁକେଶ ଅମ୍ବାନୀଙ୍କ ପରିବାରୁ ଦୁଇଥର ହତ୍ୟା ଧମକ ଆସିଥିଲା । ଅଗଷ୍ଟରେ ଜଣେ 56 ବର୍ଷୀୟ ସୁନା ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପରିବାରକୁ ଧମକ ଦେଇଥିଲା । ପୋଲିସ ଅଭିଯୋଗକୁ ଭିତ୍ତି କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ସେ ମୁକେଶ ଅମ୍ବାନୀଙ୍କୁ ମଧ୍ୟ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଅଭିଯୁକ୍ତର ନାଁ ବିଷ୍ଣୁ ବିଧୁ ଭୌମିକ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଥିଲା । ବିଷ୍ଣୁ ୯ଥର ହସ୍ପିଟାଲକୁ ଫୋନ କରି ଧମକ ଦେଇଥିଲା । ଏହାପରେ ପୁଣି ସେପ୍ଟେମ୍ବର ମାସରେ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ଲ୍ୟାଣ୍ଡ ଲାଇନକୁ ଏକ ଅଜଣା ବ୍ୟକ୍ତିଙ୍କର କଲ୍‌ ଆସିଥିଲା । ଯିଏକି ଏପରି ଧମକ ଦେଇଥିଲେ । କଲ୍ କରିଥିବା ବ୍ୟକ୍ତି ଅମ୍ବାନୀ ପରିବାରର କିଛି ଲୋକଙ୍କ ନାଁ ନେଇ ଧମକ ଦେଇଥିଲା । ଏହି ଘଟଣାରେ ରାଜେଶ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା।

ଚଳିତ ବର୍ଷ ଏପ୍ରିଲ ମାସରେ ପ୍ରକାଶିତ ଫୋର୍ବସର ରିୟଲଟାଇମ୍‌ ବିତ୍ତଶାଳୀ ତାଲିକାରେ ପ୍ରଥମ ତାଲିକାରେ ରହିଥିଲେ ମୁକେଶ ଅମ୍ବାନୀ। ଭାରତୀୟ ପ୍ରଥମ ଧନୀ ବ୍ୟକ୍ତି ହୋଇଥିଲେ ମୁକେଶ ଅମ୍ବାନୀ। ରିଲାଏନ୍ସ ଇଣ୍ଡ୍ରଷ୍ଟିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ନିକଟରେ 83.4 ବିଲିୟନ ଡଲାରର ସମ୍ପତ୍ତି ରହିଛି । ଏହାସହ ସେ ଏସିଆର ସବୁଠାରୁ ଧନୀବ୍ୟକ୍ତି ହୋଇଛନ୍ତି । ଅନ୍ୟପଟେ ସେ ବିଶ୍ବର ଧନୀ ତାଲିକାରେ ୯ମ ସ୍ଥାନରେ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.