ETV Bharat / business

ପୁଣି ବଢିଲା ମଦର ଡାଏରୀ କ୍ଷୀର ଦାମ, ଆଜିଠୁ ନୂଆ ଦର ଲାଗୁ

author img

By

Published : Nov 21, 2022, 7:08 AM IST

ପୁଣି ଗ୍ରାହକଙ୍କୁ ଝଟକା । ମହଙ୍ଗା ହେଲା ମଦର ଡାଏରୀ କ୍ଷୀର(Mother Diary Miljk Price Hike)। ଆଜି ଠାରୁ ଦିଲ୍ଲୀରେ ଲାଗୁ ହେବ ନୂଆ ଦର । ଅଧିକ ପଢନ୍ତୁ

ମଦର ଡାଏରୀ କ୍ଷୀର ଦର
ମଦର ଡାଏରୀ କ୍ଷୀର ଦର

ନୂଆଦିଲ୍ଲୀ: ପୁଣି ମହଙ୍ଗା ହେଲା ମଦର ଡାଏରୀ କ୍ଷୀର(Mother Diary Milk Price Hike)। ଦେଶର ପ୍ରମୁଖ କ୍ଷୀର ଉତ୍ପାଦନକାରୀ କମ୍ପାନୀ ମଦର ଡାଏରୀ କ୍ଷୀର ମୂଲ୍ୟରେ 2 ଟଙ୍କା ବୃଦ୍ଧି ଘୋଷଣା କରିଛି । ଏଣିକି ଏହି କମ୍ପାନୀର ଫୁଲ କ୍ରିମ୍ କ୍ଷୀର ପାଇଁ 1ଟଙ୍କା ଓ ଗାଈ କ୍ଷୀର ପାଇଁ ଲିଟର ପିଛା ଅଧିକ ୨ ଟଙ୍କା ଦେବାକୁ ପଡିବ । ଆଜିଠୁ ଦିଲ୍ଲୀ-ଏନସିଆରରେ ଏହି ବର୍ଦ୍ଧିତ ଦର ଲାଗୁ କରାଯାଇଛି । ଏନେଇ ଗତକାଲି ମଦର ଡାଏରୀ ପକ୍ଷରୁ ଘୋଷଣା କରାଯାଇଛି।

ଏହା ମଧ୍ୟ ପଢନ୍ତୁ: ଗରିବୀକୁ ଉପହାସ, ଶୁଦ୍ଧିକ୍ରିୟା ପାଇଁ ଭିକ୍ଷା ମାଗିଥିବା ପରିବାରକୁ ଧନୀ କହିଲା କେନ୍ଦ୍ରାପଡା ପ୍ରଶାସନ

ତେବେ ଫୁଲ କ୍ରିମ କ୍ଷୀର 63 ଟଙ୍କାରୁ ବୃଦ୍ଧି ପାଇଁ 64 ଟଙ୍କା ହୋଇଛି। ଏବଂ ମଇଁଷି କ୍ଷୀର ଲିଟର ପିଛା 50 ଟଙ୍କାରେ ବିକ୍ରି ହେବ। ତେବେ ଚଳିତ ବର୍ଷ 4ର୍ଥ ଥର ପାଇଁ ଆଜି ବଢିଛି ମଦର ଡାଏରୀ କ୍ଷୀର ଦର । ମଦର ଡାଏରୀ ମୁଖପାତ୍ର କହିଛନ୍ତି, " କ୍ଷୀର ଉତ୍ପାଦନ ସହ ଜଡିତ ସମସ୍ତ କଞ୍ଚାମାଲ ଦର ବୃଦ୍ଧି ପାଇଛି । ଚଳିତ ବର୍ଷ କ୍ଷୀରର ଚାହିଦା ଏବଂ ଯୋଗାଣ ମଧ୍ୟରେ ବଡ ବ୍ୟବଧାନ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଆଜିଠାରୁ ଏହି ଦର ଲାଗୁ କରାଯିବ।"

ପ୍ରକାଶଥାଉ କି, ଏହା ପୂର୍ବରୁ ଗତ ଅକ୍ଟୋବର 16 ତାରିଖରେ 2ଟଙ୍କା ବଢିଥିଲା ମଦର ଡାଏରୀ କ୍ଷୀର । ଫୁଲ କ୍ରିମ୍ କ୍ଷୀର ଓ ଗାଈ କ୍ଷୀର ପାଇଁ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା । ମଦର ଡାଏରୀ କ୍ଷୀର ଲିଟର ପିଛା ବୃଦ୍ଧି ପାଇଁ 63ଟଙ୍କା ହୋଇଥିଲା । ଏହା ପୂର୍ବରୁ ଚଳିତ ମାସରେ ଅମୂଲ ଡାଏରୀ କ୍ଷୀରରେ ମଧ୍ୟ ଲିଟର ପିଛା 2ଟଙ୍କା ବୃଦ୍ଧି କରାଯାଇଥିଲା । ଗୁଜୁରାଟ ସମବାୟ ବିପଣନ ସଂଘ ଲିମିଟେଡ(Gujarat Cooperative Milk Marketing Federation Ltd) ବର୍ଦ୍ଧିତ ଦର ଘୋଷଣା କରିଥିଲା । ଏହାପରେ ଅମୂଲର ଫୁଲ କ୍ରିମ୍ କ୍ଷୀର ମୂଲ୍ୟ ଲିଟର ୬୧ ଟଙ୍କା ଥିବାବେଳେ ଏହାକୁ ୬୩ ଟଙ୍କା କରାଯାଇଥିଲା । ସେହିପରି ମଇଁଷି କ୍ଷୀର ଦାମ ମଧ୍ୟ ୨ ଟଙ୍କା ମହଙ୍ଗା ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.