ETV Bharat / business

LIC Share Listing: ଷ୍ଟକ୍‌ ବଜାରରେ ତାଲିକାଭୁକ୍ତ ହେଲା ଏଲଆଇସି ସେୟାର - ଷ୍ଟକ ବଜାରରେ ତାଲିକାଭୁକ୍ତ ହେବ ଏଲଆଇସି

ଆଜି ଷ୍ଟକ ବଜାରରେ ତାଲିକାଭୁକ୍ତ ହେଲା LIC ସେୟାର । ବଜାର ଅସ୍ଥିରତା ଯୋଗୁଁ ସେୟାରର ପ୍ରଦର୍ଶନ ନେଇ ଆଶା ଆଶଙ୍କାରେ ନିବେଶକ । ଅଧିକ ପଢନ୍ତୁ

LIC Share Listing: ଆଜି ଷ୍ଟକ ବଜାରରେ ତାଲିକାଭୁକ୍ତ ହେବ LIC ସେୟାର

author img

By

Published : May 17, 2022, 8:22 AM IST

Updated : May 17, 2022, 2:27 PM IST

ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ତାଲିକାଭୁକ୍ତ ହେଲା ଦେଶର ସର୍ବବୃହତ ବୀମା କମ୍ପାନୀ ଏଲଆଇସି ସେୟାର । ଆଜି LIC ବିଧିବଦ୍ଧ ଭାବେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ହୋଇଛି । କିନ୍ତୁ ଲିଷ୍ଟିଂ ହେବା ପରେ ଏହାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି । ଫଳରେ ନିବେଶକଙ୍କୁ ବଡ ଝଟକା ଲାଗିଛି । ଏଲଆଇସି NSEରେ 8.11 ପ୍ରତିଶତ ହ୍ରାସ ପାଇ 872 ଟଙ୍କାରେ ତାଲିକାଭୁକ୍ତ ହୋଇଛି । ସେହିପରି BSEରେ 8.62 ହ୍ରାସ ସହ 867.20 ଟଙ୍କାରେ ତାଲିକାଭୁକ୍ତ ହୋଇଛି ।

ବିଗତ କିଛି ଦିନ ହେଲା ଷ୍ଟକ ବଜାର କାରବାର ତଳମୁହାଁ ରହିଛି । ବିଦେଶୀ ନିବେଶକମାନେ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରୁଛନ୍ତି । ଅନ୍ୟପଟେ ୟୁକ୍ରେନ-ଋଷିଆ ଯୁଦ୍ଧ ଏବଂ ଦେଶର ଉଚ୍ଚ ମୁଦ୍ରାସ୍ଫୀତିର ପ୍ରଭାବ ଷ୍ଟକ ବଜାରକୁ ପ୍ରଭାବିତ କରୁଥିବା ବେଳେ ଏହାରି ଭିତରେ ଆଜି ବଜାରରେ ଏଣ୍ଟ୍ରି କରିଛି ଏଲଆଇସି ସେୟାର । ଯେଉଁ ନିବେଶକମାନେ କମ୍ପାନୀର ପ୍ରାରମ୍ଭିକ ସର୍ବସାଧାରଣ ଅଫର(IPO)ରେ ଆବେଦନ କରିଛନ୍ତି, ସେମାନେ ଇକ୍ବିଟି ମାର୍କେଟରେ ସିଧାସଳଖ ପ୍ରବେଶ କରିବାର ସୁଯୋଗ ପାଇଛନ୍ତି । ବଜାର ଅସ୍ଥିରତା ମଧ୍ୟରେ ତାଲିକାଭୁକ୍ତ ହେବା ପରେ ଏଲଆଇସିର ସେୟାର ପ୍ରଦର୍ଶନ କିଭଳି ରହିବା ତାହା ଆଶା ଆଶଙ୍କାରେ ରହିଥିଲା ।

ସରକାର ଏଲଆଇସିର 3.5 % ଅଂଶଧନକୁ 21 ହଜାର କୋଟି ଟଙ୍କାରେ ବିକ୍ରି କରିଥିଲେ । ଆଇପିଓରେ ପଲିସିଧାରୀ ସେୟାର ପିଛା 60 ଟଙ୍କା ରିହାତି ପାଇଥିବା ବେଳେ ରିଟେଲ ନିବେଶକ ଏବଂ ଏଲଆଇସି କର୍ମଚାରୀଙ୍କୁ 45 ଟଙ୍କା ରିହାତି ମିଳିଥିଲା ।ଏହାର ଆଇପିଓର ପ୍ରାଇସ୍ ବ୍ୟାଣ୍ଡ୍ 902 ଟଙ୍କାରୁ 949 ଟଙ୍କା ରହିଥିଲା । ଆଇପିଓ ମେ ୪ରୁ ମେ 9 ତାରିଖ ଯାଏଁ ଖୋଲା ରହିଥିଲା । ତେବେ ଏହାକୁ ନିବେଶକଙ୍କ ପକ୍ଷକୁ ମଧ୍ୟ ଭଲ ରେସପନ୍ସ ମିଳିଛି । ହେଲେ ବର୍ତ୍ତମାନ ବଜାର ସ୍ଥିତିକୁ ଦେଖିଲେ ନିବେଶକମାନେ ଏଲଆଇସି ତାଲିକାଭୁକ୍ତ ହେବାର ବିଶେଷ ଲାଭ ପାଇବେ ବୋଲି ଅନୁମାନ କରାଯାଉଥିବା ବେଳେ ତାହା ସତ ହୋଇଛି ।

Last Updated : May 17, 2022, 2:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.