ବେଙ୍ଗାଲୁର: ଆଧୁନିକ ଜ୍ଞାନ କୌଶଳକୁ କଣ ଭାରତୀୟ କମ୍ପାନୀ ଆପଣେଇ ପାରିଛନ୍ତି ? କେବଳ 26 ପ୍ରତିଶତ ଭାରତୀୟ କମ୍ପାନୀ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ପରିଚାଳିତ ଟେକ୍ନୋଲୋଜିର ବ୍ୟବହାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଭାରତୀୟ କମ୍ପାନୀ ନୂଆ ଟେକ୍ନୋଲୋଜିର (AI)କୁ ଆପଣଇବା କ୍ଷେତ୍ରରେ ଟିକିଏ ପଛରେ ରହିଯାଇଛନ୍ତି । 70 ପ୍ରତିଶତ କମ୍ପାନୀଙ୍କ ମତରେ ଆର୍ଟିଫିସିଆଲ ଇଣ୍ଟେଲିଜେଂସି (AI) ପରିଚାଳନା ଛଡ଼ା ତାଙ୍କ ପାଖରେ ଅନ୍ୟ ରଣନୀତି ରହିଛି । ଲାଗୁଛି ଭାରତୀୟ କମ୍ପାନୀ ସମୟର ପରବର୍ତ୍ତୀ ଦିଗରେ ଚାଲୁଛନ୍ତି ।
ଦେଶରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)ର ବ୍ୟବହାର ଧୀରେଧୀରେ ବଢ଼ିବାରେ ଲାଗିଛି । ଗତ ବର୍ଷ ତୂଳନାରେ ଏଆଇ(AI) ନିଜର ସାର୍ବଜନିନ ଉପଲବ୍ଧିକୁ ବଢ଼ାଇଛି । ତାହା ଛଡ଼ା ଜେନେରେଟିଭ ଏଆଇରେ ମଧ୍ୟ ପରିବର୍ତ୍ତନ ଆସିଛି । ସମୟ ସହ ପରିବର୍ତ୍ତନ ଓ ନୂତନ ସମ୍ଭାବନାକୁ ମଧ୍ୟ ଗ୍ରହଣ କରିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) । ସିସ୍କୋ (CISCO) ଅଧ୍ୟାପକ ଲିଜ୍ ଷ୍ଟେଟୋନୀ କହିଛନ୍ତି, "ଯେମିତି ଦିନକୁ ଦିନ କମ୍ପାନୀ ଏଆଇ (AI)କୁ ଗ୍ରହଣ କରୁଛନ୍ତି, କାର୍ଯ୍ୟ ଭାର ବଢ଼ିବା ସହିତ ଯେମିତି ଏଆଇ (AI) ଆହୁରି ଫଳପ୍ରଦ ହେଉ । ଏବଂ କେଉଁଠି ନିବେଶର ଆବଶକ୍ୟତା ରହିଛି ଜାଣେଇବା ଜରୁରୀ ।"
ଏହାକୁ ମଧ୍ୟ ପଢ଼ନ୍ତୁ...Cyber Fraud: ଅନଲାଇନ୍ରେ ଜାଲ ବିଛାଇଛନ୍ତି ସାଇବର ଠକ, ଏପରି ରୁହନ୍ତୁ ସତର୍କ
ଯଦି କେଉଁ କମ୍ପାନୀ ଏଆଇ (AI) ମାଧ୍ୟମରେ କିମ୍ବା ଟଙ୍କା ନିବେଶ କରିବା ପାଇଁ ଏଆଇ (AI) ସହଯୋଗରେ ନେଉଁଛନ୍ତି, ତେବେ ରିଟନ୍ ଇନ୍ ଇନଭେଷ୍ଟ୍ମେଣ୍ଟ୍ (ROI) ଉପରେ ମଧ୍ୟ ଧ୍ୟାନଦେବା ଆବଶ୍ୟକ । ବିଶେଷ କରି ଯଦି କୌଣସି ଆବଶକ୍ୟ ନିଷ୍ପତି ପାଇଁ ଏଆଇ (AI)ର ବ୍ୟବହାର କରୁଥିଲେ ଧ୍ୟାନର ସହ ସମସ୍ତ ବିକଳ୍ପକୁ ଭଲ ଭାବରେ ଦେଖିନେବା ଉଚିତ ବୋଲି ଷ୍ଟେଟୋନୀ କହିଛନ୍ତି ।
ରିପୋର୍ଟ ଅନୁସାରେ, 10 ମଧ୍ୟରୁ 8 କମ୍ପାନୀ ଆଶିଂକ ରୂପେ ଆଇ (AI) ପରିଚାଳିତ ଟେକ୍ନୋଲୋଜିର ବ୍ୟବହାର କରିବା ପାଇଁ ପ୍ରସ୍ତୁତ ଥିବାବେଳେ 1 ପ୍ରତିଶତ ରାଜି ନଥିବା ଜଣାପଡ଼ିଛି । 93 ପ୍ରତିଶତଙ୍କ ମତରେ ତାଙ୍କ ବ୍ୟବସାୟ ଉପରେ ଏଆଇ (AI)ର ପ୍ରଭାବ ପଡ଼ିବ ବୋଲି କହିଛନ୍ତି । ତଥ୍ଯର ଗୋପନୀୟତା ଓ ସୁରକ୍ଷା ଏକ ପ୍ରକାର ଚିନ୍ତାର ବିଷୟ ବୋଲି ମତ ଦେଇଛନ୍ତି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI)କୁ ଗ୍ରହଣ ନକରିବାର ଏହା ଏକ ପ୍ରମୁଖ କାରଣ ବୋଲି ମତଦାତା କହିଛନ୍ତି ।
ବ୍ୟୁରେ ରିପୋର୍ଟ, ଇଟିଭି ଭାରତ