ETV Bharat / business

ଘର କିଣିବା ହେଉ ଅବା କାର୍, ଜାଣନ୍ତୁ ସହଜରେ କେମିତି ମିଳିବ ଲୋନ - ସହଜରେ କେମିତି ମିଳିବ ଲୋନ

ଲୋନରେ କାର୍ କିମ୍ବା ଘର କିଣି ଆପଣ ଏହି ପାର୍ବଣ ଋତୁକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି ? ତାହାହେଲେ କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ ଦ୍ବାରା ଲୋନ ମଞ୍ଜୁର ପାଇଁ ଉଦ୍ଧିଷ୍ଟ ବିଭିନ୍ନ ପର୍ଯ୍ୟାୟ ସମ୍ପର୍କରେ ଭଲ ଭାବେ ଯାଞ୍ଚ କରନ୍ତୁ । ଏହା ଜାଣିବା ପରେ ଆପଣ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦାଖଲ କରି ସହଜରେ ଲୋନ ପାଇପାରିବେ ।

ଘର କିଣିବା ହେଉ ଅବା କାର୍, ଜାଣନ୍ତୁ ସହଜରେ କେମିତି ମିଳିବ ଲୋନ

author img

By

Published : Oct 5, 2022, 8:47 AM IST

ହାଇଦ୍ରାବାଦ: ରୋଜଗାର ବଢିବା ସହ ଲୋକମାନେ ନିଜର ସ୍ବପ୍ନ ସାକାର କରିବାକୁ ପ୍ରୟାସ କରିଥାନ୍ତି । ତାହା ନିଜସ୍ବ ଘର ହେଉ ଅବା କାର୍‌ଟିଏ କିଣିବା ହେଉ । ଯଦି ଆପଣ ମଧ୍ୟ ହୋମ ଲୋନ କିମ୍ବା ନେଇ କାର୍ ଲୋନ ନେଇ ଚଳିତ ପାର୍ବଣକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି, ତେବେ ଏହାପୂର୍ବରୁ କିପରି ଆପଣ ବ୍ୟାଙ୍କରୁ ସହଜରେ ଲୋନ ପାଇବେ ସେ ସମ୍ପର୍କରେ ଜାଣି ରଖନ୍ତୁ । ଲୋନ ପାଇଁ ଆପଣ ଯାହା ଦସ୍ତାବିଜ୍ ଦାଖଲ କରିବେ ବ୍ୟାଙ୍କ ପ୍ରଥମେ ଏହାକୁ ଯାଞ୍ଚ କରିବ । ଏହାବାଦ୍ ବ୍ୟାଙ୍କ ଲୋନ ରାଶି ମଞ୍ଜୁର କରିବାକୁ ନିଷ୍ପତ୍ତି ନେବ । ଲୋନ ମଞ୍ଜୁରରେ ଆପଣଙ୍କ ଦ୍ବାରା ଦାଖଲ ଦସ୍ତାବିଜ ଏବଂ ସମ୍ପତ୍ତିର ଭ୍ୟାଲୁ ପ୍ରମୁଖ ଭୂମିକା ନିର୍ବାହ କରେ ।

ବ୍ୟକ୍ତିଗତ କିମ୍ବା ମଟଗେଜ୍ ଲୋନ କ୍ଷେତ୍ରରେ ବ୍ୟାଙ୍କ ଋଣକର୍ତ୍ତାଙ୍କ ଆକାଉଣ୍ଟରେ ଏକ ବୃହତ ପରିମାଣ ଜମା କରିଥାଏ । ଯାହାକୁ ପୂର୍ଣ୍ଣ ଦେୟ(full payment) ବୋଲି କୁହାଯାଏ । ହୋମ ଲୋନ ଏବଂ ଶିକ୍ଷା ଲୋନରେ ବ୍ୟାଙ୍କ ପ୍ରଥମେ କେତେ ଟଙ୍କା ଆକାଉଣ୍ଟରୁ ଟ୍ରାନ୍ସଫର କରିବ ତାହା ପୂର୍ବରୁ ଜଣାଇଥାଏ । ଏହାବାଦ୍ ବିଲ୍ଡର କିମ୍ବା ଶୈକ୍ଷିକ ଅନୁଷ୍ଠାନ ଦ୍ବାରା ଦିଆଯାଇଥିବା ସୂଚନା ଆଧାରରେ ପର୍ଯ୍ୟାୟକ୍ରମେ ବାକି ଟଙ୍କା ଜାରି କରିଥାଏ । ଘର ନିର୍ମାଣ ଆରମ୍ଭ ହେବାଠୁ ନେଇ ସମ୍ପୂର୍ଣ୍ଣ ହେବା ଯାଏଁ ବିଭିନ୍ନ ପର୍ଯ୍ୟାୟରେ ହୋମ ଲୋନ ପ୍ରଦାନ କରାଯାଏ । ଯଦି ଗ୍ରାହକ ଘର କିଣି ସାରିବା ପରେ ଲୋନ ପାଇଁ ଆବେଦନ କରନ୍ତି, ଏ କ୍ଷେତ୍ରରେ ବ୍ୟାଙ୍କ ସମ୍ପୃକ୍ତ ଘର ମାଲିକ ଏବଂ ବିକ୍ରେତାଙ୍କ ମଧ୍ୟରେ ହୋଇଥିବା ସେଲ୍ ଏଗ୍ରିମେଣ୍ଟ ଆଧାରରେ ଲୋନ ମଞ୍ଜୁର କରିଥାଏ ।

ସେହିପରି ଲୋନ ମଞ୍ଜୁର କରିବା ପୂର୍ବରୁ ବ୍ୟାଙ୍କ ଅଧିକାରୀ ନିର୍ମାଣଧୀନ ଘରର ନିରୀକ୍ଷଣ କରିଥାନ୍ତି । ଏହି ଅଧିକାରୀମାନେ ଘରର ଅବସ୍ଥିତି, ଠିକଣା, ନିର୍ମାଣ ମାନ ଏବଂ ଏଥିପାଇଁ ଆବଶ୍ୟକୀୟ ସରକାରୀ ଯାଞ୍ଚ କରିଥାନ୍ତି । ବ୍ୟାଙ୍କର ଘରର ଭ୍ୟାଲୁ ମଧ୍ୟ ନିର୍ଦ୍ଧାରଣ କରିଥାନ୍ତି । ଯଦି ଘରର ଭ୍ୟାଲୁ ଲୋନ ଆବେଦନ ରାଶି ଠାରୁ କମ୍ ହୋଇଥାଏ, ତେବେ ସଂସ୍ଥା ଲୋନ ରାଶି ହ୍ରାସ କରିଥାଏ । ମୋଟାମୋଟି ଭାବେ ବ୍ୟାଙ୍କ କେତେ ପରିମାଣର ଲୋନ ମଞ୍ଜୁର କରିବା ତାହା ଘରର ଭ୍ୟାଲୁ ଏବଂ ଲୋନ ଅନୁପାତ ଉପରେ ନିର୍ଭର କରିଥାଏ । ଏହାବ୍ୟତୀତ ଏଥିରେ ଲୋନ ଟର୍ମ ମଧ୍ୟ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ । ତେବେ ଅନେକ ସମୟରେ ଅନୁମୋଦିତ ଲୋନ ରାଶି ପରବର୍ତ୍ତୀ ସମୟରେ ହ୍ରାସ ପାଇବାର ସମ୍ଭାବନା ମଧ୍ୟ ରହିଥାଏ ।

ଶିକ୍ଷା ଲୋନ(educational loans) କ୍ଷେତ୍ରରେ ବ୍ୟାଙ୍କ ପର୍ଯ୍ୟାୟକ୍ରମେ ଲୋନ ରାଶି ଜମା କରେ । ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ଯେତେବେଳେ ଫି' ସଂଗ୍ରହ କରିବେ ସେହି ସମୟରେ ବ୍ୟାଙ୍କ ମଧ୍ୟ ଟଙ୍କା ଜମା କରିଥାଏ । ଅନେକ ସମୟରେ ଲୋନ ରାଶି ସିଧାସଳଖ ସେହି ଅନୁଷ୍ଠାନର ଆକାଉଣ୍ଟକୁ ଯାଇଥାଏ । କେତେକ ବ୍ୟାଙ୍କ କେବଳ ଲୋନର ପ୍ରାଥମିକ ପ୍ରାପକଙ୍କ ଆକାଉଣ୍ଟରେ ଜମା କରିଥାନ୍ତି । ଯଦିଓ ଟ୍ୟୁସନ ଫି' ବ୍ୟତୀତ ଅନ୍ୟ ଖର୍ଚ୍ଚ ସମ୍ବନ୍ଧୀୟ ଲୋନ ଗ୍ରାହକଙ୍କ ଆକାଉଣ୍ଟରେ ଜମା ହୋଇଥାଏ ।

କାର୍ କିମ୍ବା ହୋମ ହୋନ ନେଉଥିବା ବ୍ୟକ୍ତିଙ୍କୁ କିଛିଟା ଡାଉନ ପେମେଣ୍ଟ କରିବାକୁ ପଡିବ । ମୁଖ୍ୟତଃ ବ୍ୟାଙ୍କଗୁଡିକ ଘରର ମୋଟ ଭ୍ୟାଲୁର ୮୦ରୁ ୯୦ ପ୍ରତିଶତ ଲୋନ ପ୍ରଦାନ କରିଥାନ୍ତି । ଋଣକର୍ତ୍ତା ତଥା ଘର କିଣୁଥିବା ବ୍ୟକ୍ତିଙ୍କୁ ବାକି ଅର୍ଥ ନିଜ ପକେଟରୁ ଦେବାକୁ ପଡିଥାଏ । ଋଣକର୍ତ୍ତା ଡାଉନ ପେମେଣ୍ଟ ବା ମାରଜିନ ମନିର ପ୍ରମାଣ ଦେବା ପରେ ହିଁ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଛାଡିଥାଏ ।

ଲୋନ ରାଶି ଜମା କରିବାର ତୁରନ୍ତ ବାଦ୍ ବ୍ୟାଙ୍କ ସୁଧ ହିସାବ କରିଥାଏ ଏବଂ ମାସିକ କିସ୍ତା ବା EMI(equated monthly instalments) ସଂଗ୍ରହ କରିବା ଆରମ୍ଭ କରେ । ତେଣୁ ଲୋନ ନେବା ପୂର୍ବରୁ ଏ ସମସ୍ତ ତଥ୍ୟ ବ୍ୟାଙ୍କ ଠାରୁ ଅବଗତ ହେବା ଜରୁରୀ । ଲୋନ ନେବା ସମୟରେ ଗ୍ରାହକ କୌଣସି ତଥ୍ୟ ନ ଲୁଚାଇ ସମସ୍ତ ସୂଚନା ଦେବା ଉଚିତ୍ । ଏହାପରେ ହିଁ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ବିନା କୌଣସି ପ୍ରତିବନ୍ଧକରେ ଶେଷ ଲୋନ ରାଶି ଜାରି କରିଥାନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.