ହାଇଦ୍ରାବାଦ: ସୁନା ହେଉ କି ରୂପା, ସବୁ ଧାତୁର ଉଚ୍ଚ ଚାହିଦା ରହିଛି । ନିବେଶ ଦୃଷ୍ଟିକୋଣରୁ ବିଚାର କଲେ, ଏହି ବହୁମୂଲ୍ୟ ଧାତୁ ଉତ୍ତମ ନିବେଶ ବିକଳ୍ପ ଭାବେ ଲୋକଙ୍କୁ ଆକୃଷ୍ଟ କରୁଛି । ଆଜିକାଲି ଲୋକମାନେ ଡିଜିଟାଲ ଭାବେ ସୁନାରେ ନିବେଶ କରିବା ପ୍ରତି ଆଗ୍ରହୀ ହେଉଛନ୍ତି । ଗୋଲ୍ଡ ବଣ୍ଡ, ଗୋଲ୍ଡ ବିନିମୟ ବ୍ୟାପାର ନିଧି(ଇଟିଏଫ) ଏବଂ ମ୍ୟୁଚୁଆଲ ଫଣ୍ଡ ଦ୍ବାରା ସୁନାରେ ନିବେଶ କରାଯାଉଛି । ବିଶେଷକରି ସୁନା ଏକ୍ସଚେଞ୍ଜ ଟ୍ରେଡ୍ ଫଣ୍ଡଗୁଡିକ ଆରମ୍ଭ ହେବା ଦିନଠୁ ଲୋକପ୍ରିୟତା ହାସଲ କରୁଛି । ଲୋକେ ନିବେଶକୁ ଇକ୍ଟିଟି ମଧ୍ୟରେ ସୀମିତ ନ କରି ନିଜର ନିବେଶ ବିକଳ୍ପକୁ ବିସ୍ତାର କରୁଛନ୍ତି । ତେବେ ବିବିଧ ନିବେଶ କ୍ଷେତ୍ରରେ ଗୋଲ୍ଡ ଓ ସିଲଭର ETF ସର୍ବୋକୃଷ୍ଟ ବିକଳ୍ପ ଭାବେ ପରିଗଣିତ ହୋଇଛି ।
ଏହା ମଧ୍ୟ ପଢନ୍ତୁ: Zero cost life insurance: ପଲିସି ବନ୍ଦ କଲେ ବି ମିଳିବ ପ୍ରିମିୟମ
Gold ETF ନିବେଶ କରିବାର ସବୁଠୁ ବଡ ଲାଭ ହେଉଛି ଆପଣ ବହୁ କମ୍ ଟଙ୍କାରେ ମଧ୍ୟ ସୁନା କିଣିପାରିବେ । ତେବେ କେବଳ ସୁନା ନୁହେଁ ରୂପାରେ ମଧ୍ୟ ଏହି ନିବେଶ ସୁଯୋଗ ରହିଛି । ଏଭଳି ନିବେଶ ପାଇଁ ମୋତିଲାଲ ଓସୱାଲ ମ୍ୟୁଚୁଆଲ ଫଣ୍ଡ(Motilal Oswal Mutual Fund) ନିକଟରେ ଓସୱାଲ ଗୋଲ୍ଡ ଏବଂ ସିଲଭର ଏକ୍ସଚେଞ୍ଜ ଟ୍ରେଡ ଫଣ୍ଡର ପ୍ରଚଳନ କରିଛନ୍ତି । ଏହି ଯୋଜନାର ନୂତନ ଫଣ୍ଡ ଅଫର(NFO) ଆସନ୍ତା ନଭେମ୍ବର ୭ ତାରିଖରେ ଶେଷ ହୋଇଯିବ । ଏହି NFOରେ ସର୍ବନିମ୍ନ ନିବେଶ ୫୦୦ ଟଙ୍କା ଅଟେ । ଅଭିରୂପ ମୁଖାର୍ଜୀ ଏହି ଫଣ୍ଡ ମ୍ୟାନେଜର ଅଟନ୍ତି । ଏହି ଯୋଜନା ଅଧୀନରେ ଅନ୍ୟ ମ୍ୟୁଚୁଆଲ ଫଣ୍ଡର ଗୋଲ୍ଡ ଓ ସିଲଭର ଇଟିଏଫ ମଧ୍ୟ ଏଠାରେ କିଣା ଯାଇପାରିବ ।
ଏହା ମଧ୍ୟ ପଢନ୍ତୁ: ମାତିଛନ୍ତି ଡିଜିଟାଲ ଠକ: କ୍ଷଣିକରେ ହେଉଛି ଆକାଉଣ୍ଟ ଖାଲି, ଜାଣନ୍ତୁ କିପରି ରହିବେ ସୁରକ୍ଷିତ
ସୁନାରେ ନିବେଶର ଅନ୍ୟ ବିକଳ୍ପ ମଧ୍ୟରେ ICICI Prudential Gold ETF, ନିପ୍ପୋନ ଇଣ୍ଡିଆ ଇଟିଏଫ ଗୋଲ୍ଡ ବିଇଜ, ଏସବିଆଇ-ଇଟିଏଫ ଗୋଲ୍ଡ( SBI-ETF Gold), କୋଟକ ଗୋଲ୍ଡ ଇଟିଏଫ(Kotak Gold ETF) ଏବଂ ଏଚଡିଏଫସି ଗୋଲ୍ଡ ଇଟିଏଫ(HDFC Gold ETF) ଇତ୍ୟାଦି ରହିଛି । ସେହିପରି ସିଲଭର ବା ରୂପାରେ ଡିଜିଟାଲ ନିବେଶ ପାଇଁ ICICI Prudential Gold ETF, ନିପ୍ପୋନ ଇଣ୍ଡିଆ ଇଟିଏଫ ଗୋଲ୍ଡ ଏବଂ ଆଦିତ୍ୟ ବିର୍ଲା ସିଲଭର ଇଟିଏଫକୁ ମଧ୍ୟ ଚୟନ କରାଯାଇପାରେ ।
ଏହାମଧ୍ୟ ପଢନ୍ତୁ: ଭଲ ରିଟର୍ଣ୍ଣ ଚାହୁଁଥିଲେ ବାଛନ୍ତୁ ୟୁନିଟ ଲିଙ୍କଡ ନିବେଶ ପ୍ଲାନ
ମୋଟ ନିବେଶ ରାଶିର ୭୦ ପ୍ରତିଶତ ଗୋଲ୍ଡ ଇଟିଏଫ ଏବଂ ଅତିରିକ୍ତ ରାଶି ସିଲଭର ଇଟିଏଫ ୟୁନିଟରେ ଆବଣ୍ଟିତ କରାଯାଇପାରିବ । ଏହି ଯୋଜନା ସେହିସବୁ ନିବେଶକଙ୍କ ପାଇଁ, ଯେଉଁମାନେ ନିଜ ନିବେଶରେ ବିବିଧତା ଆଣିବାକୁ ଚାହାନ୍ତି । ଆଦିତ୍ୟ ବିର୍ଲା ସନ ଲାଇଫ ମ୍ୟୁଚୁଆଲ ଫଣ୍ଡ( Aditya Birla Sun Life Mutual Fund) ଏକ ଏକକ ମ୍ୟୁଚୁଆଲ ଫଣ୍ଡ ଯୋଜନା ମାଧ୍ୟମରେ ବିବିଧ ନିବେଶ ଯୋଜନା ସହିତ ଏକ ଅଭିନବ ଫଣ୍ଡର ବିକାଶ କରିଛି । ଏହାର ନାମ ଆଦିତ୍ୟ ବିର୍ଲା ସନ ଲାଇଫ ମଲ୍ଟି-ଇଣ୍ଡେକ୍ସ ଫଣ୍ଡ ଅଫ୍ ଫଣ୍ଡସ୍(FOF) ରଖାଯାଇଛି । ଏହି ଫଣ୍ଡ ଅଫର ନଭେମ୍ବର ୧୦ରେ ବନ୍ଦ ହୋଇଯିବ । ଏଥିରେ ସର୍ବନିମ୍ନ ୧୦୦ ଟଙ୍କା ନିବେଶ କରାଯାଇପାରିବ ।