ETV Bharat / business

ବାଥ୍‌ରୁମ୍ ସିଙ୍କ ଧରି ଟ୍ବିଟର ହେଡକ୍ବାର୍ଟରରେ ପହଞ୍ଚିଲେ ଏଲନ ମସ୍କ - ଏଲନ ମସ୍କ

ହାତରେ ବାଥ୍‌ରୁମ୍ ସିଙ୍କ ଧରି ଟ୍ବିଟର ହେଡକ୍ବାର୍ଟରରେ ପହଞ୍ଚିଲେ ଏଲନ ମସ୍କ । ଭାଇରାଲ ହେଉଛି ଭିଡିଓ । ଅଧିକ ପଢନ୍ତୁ

ବାଥ୍‌ରୁମ୍ ସିଙ୍କ ଧରି ଟ୍ବିଟର ହେଡକ୍ବାର୍ଟରରେ ପହଞ୍ଚିଲେ ଏଲନ ମସ୍କ

author img

By

Published : Oct 27, 2022, 1:31 PM IST

ୱାଶିଂଟନ: ଟେସଲା ସିଇଓ ଏଲନ ମସ୍କ ଓ ଟ୍ବିଟର ଡିଲ୍‌କୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଛି । ଏହାରି ଭିତରେ ଆଜି ଟ୍ବିଟର ହେଡକ୍ବାର୍ଟରରେ ପହଞ୍ଚିଛନ୍ତି ଶିଳ୍ପପତି ଏଲନ ମସ୍କ(Billionaire Elon Musk) । ମସ୍କ ଆଜି ଆମେରିକାର ସନ ଫ୍ରାନ୍ସିସ୍କୋ ସ୍ଥିତ ଟ୍ବିଟର ଅଫିସ୍ ଯାଇଛନ୍ତି । ତେବେ ସେ ହାତରେ ବାଥରୁମ୍ ସିଙ୍କ ଧରି ହେଟକ୍ବାର୍ଟରରେ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଭିଡିଓ ଖୋଦ୍ ମସ୍କ ଟ୍ବିଟ୍ କରିଛନ୍ତି । ଯାହାକି ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

୨୮ ଅକ୍ଟୋବର ସୁଦ୍ଧା ଟ୍ବିଟର ସହ ୪୪ ବିଲିୟନ ଡଲାରର ଡିଲ୍ ସମ୍ପୂର୍ଣ୍ଣ କରିବା ପାଇଁ ଏଲନ ମସ୍କଙ୍କୁ (Tesla CEO) ଆମେରିକା କୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ନଚେତ୍ ତାଙ୍କ ବିରୁଦ୍ଧରେ କୋର୍ଟରେ ଶୁଣାଣି ଆରମ୍ଭ ହେବ । ଏଥିପାଇଁ ମସ୍କ ଟ୍ବିଟର ହେଡକ୍ବାର୍ଟରରେ ପହଞ୍ଚିଛନ୍ତି । ଏପରିକି ସେ ନିଜର ଟ୍ବିଟର ପ୍ରୋଫାଇଲରେ ଲୋକେସନକୁ ଟ୍ବିଟର ହେଡକ୍ବାର୍ଟର କରିବା ସହ ବାୟୋର ଚିଫ୍ ଟ୍ବିଟ୍(Chief Twit) ବୋଲି ଲେଖିଛନ୍ତି ।

ଏଲନ ମସ୍କ ଟ୍ବିଟର ଅଫିସ ପହଞ୍ଚିବା ସମୟର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ନିଜ ହାତରେ ବାଥରୁମ୍ ସିଙ୍କ ଧରି ଅଫିସରେ ପ୍ରବେଶ କରୁଥିବାର ଦେଖିବାକୁ ମିଳିଛି । ଏଥିରେ କ୍ୟାପସନ ଲେଖିଛନ୍ତି Entering Twitter HQ – let that sink in!'

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଏପ୍ରିଲରେ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟ୍ବିଟର ଅଧିଗ୍ରହଣ କରିବାକୁ ଘୋଷଣା କରିଥିଲେ । ମାତ୍ର କିଛି ଦିନ ପରେ ପୁଣିଥରେ ଏହି ଡିଲ୍‌କୁ ଅଟକାଇ ଦେଇଥିଲେ । ଏହାକୁ ନେଇ ଟ୍ବିଟର ଆଇନର ଆଶ୍ରୟ ନେବାପରେ କୋର୍ଟ ମସ୍କଙ୍କୁ ୨୮ ଅକ୍ଟୋବର ସନ୍ଧ୍ୟା ୫ଟା ସୁଦ୍ଧା ଡିଲ୍ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.