ୱାସିଂଟନ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ବିଟରର(Twitter) ଶତ ପ୍ରତିଶତ ମାଲିକ ହେବାକୁ ଚାହୁଁଛନ୍ତି ଏଲନ ମସ୍କ । ଟ୍ବିଟରକୁ କିଣିବାକୁ ସେ ଯଥାସମ୍ଭବ ପ୍ରଚେଷ୍ଟା କରୁଛନ୍ତି । ଏଥିପାଇଁ ଟେଲସା ସିଇଓ ତଥା ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ମସ୍କ 46.5 ବିଲିୟନ ଡଲାର ଯୋଗାଡ କରିଥିବା କହିଛନ୍ତି(Musk says he has $46.5B in financing ready to buy Twitter) ଏବଂ କମ୍ପାନୀ ସହ ଚୁକ୍ତି କରିବା ପାଇଁ ଉଦ୍ୟମ କରୁଛନ୍ତି । ଗତ ସପ୍ତାହରେ ଟ୍ବିଟର ଶେୟାର ପିଛା ୫୪.୨୦ ଡଲାର ହିସାବରେ ମୋଟ ୪୩ ବିଲିୟନ ଡଲାର ଦେଇ ସେ ଏହି ମାଇକ୍ରୋ ବ୍ଲଗିଂ ସାଇଟ କିଣିବାକୁ ଅଫର ଦେଇଥିଲେ । ହେଲେ ଏହି ଅଧିଗ୍ରହଣର ବିତ୍ତପୋଷଣ କିପରି କରିବେ ତାହା ଜଣାଇନଥିଲେ ।
ଟ୍ବିଟର କିଣିବା ପାଇଁ ବ୍ୟାଙ୍କ ଅଫ୍ ଆମେରିକା, ମୋର୍ଗାନ ଷ୍ଟାନଲି(Morgan Stanley) ଏବଂ ଅନ୍ୟ କେତେକ ବ୍ୟାଙ୍କ ଏଲନ ମସ୍କକୁ ପାଣ୍ଠି ଦେବାକୁ ରାଜି ହୋଇଛନ୍ତି । ମର୍ଗାନ ଷ୍ଟାନଲି ଟ୍ବିଟର ସବୁଠୁ ବଡ ସେୟାରହୋଲ୍ଡର ମଧ୍ୟରୁ ଅନ୍ୟତମ । ଏଲନ ମସ୍କ କହିଛନ୍ତି, ମୋର୍ଗାନ ଷ୍ଟାନଲି ଅନ୍ୟ ଅନ୍ୟାନ୍ୟ ବ୍ୟାଙ୍କ ୧୩ ବିଲିୟନ ଡଲାର ପ୍ରଦାନ କରିବେ । ସେହିପରି ଟେଲସା ଷ୍ଟକରୁ ୧୨.୫ ବିଲିୟନ ଡଲାର ଲୋନ ମିଳିବା ସହ ସେ ଇକ୍ବିଟିରୁ ୨୧ ବିଲିୟନ ଡଲାର ପ୍ରତିବଦ୍ଧତା ହାସଲ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଏଲନ ମସ୍କ ହେଉଛନ୍ତି ଟ୍ବିଟରର ଦ୍ବିତୀୟ ବଡ ସେୟାର ହୋଲ୍ଡର । ତାଙ୍କ ପାଖରେ କମ୍ପାନୀର ୯.୨ ପ୍ରତିଶତ ଷ୍ଟକ ରହିଛି । ହେଲେ ସେ ପୁରା କମ୍ପାନୀର ମାଲିକାନା ନିଜ ହାତକୁ ନେବାକୁ ଚାହୁଁଛନ୍ତି ।
AP