ETV Bharat / business

ଟ୍ବିଟର କିଣିଲେ ଏଲନ ମସ୍କ, ବିଦା ହେଲେ CEO ପରାଗ ଅଗ୍ରୱାଲ - ଟ୍ବିଟରରୁ ବିଦା ହେଲେ ପରାଗ ଅଗ୍ରୱାଲ

ଟ୍ବିଟର କିଣିଲେ Tesla CEO ଏଲନ ମସ୍କ । କମ୍ପାନୀକୁ ନିଜ ନିୟନ୍ତ୍ରଣକୁ ନେବା ପରେ ସିଇଓ ପରାଗ ଅଗ୍ରୱାଲଙ୍କୁ ବିଦା କଲେ ମସ୍କ । ଅଧିକ ପଢନ୍ତୁ

ଟ୍ବିଟରକୁ କିଣିଲେ ଏଲନ ମସ୍କ, ବିଦା ହେଲେ CEO ପରାଗ ଅଗ୍ରୱାଲ

author img

By

Published : Oct 28, 2022, 8:59 AM IST

ୱାଶିଂଟନ: ଟ୍ବିଟର କିଣିଲେ ଏଲନ ମସ୍କ । ବିଶ୍ବର ସବୁଠୁ ଧନୀ ତଥା Tesla CEO ଏଲନ ମସ୍କ ବିଧିବଦ୍ଧ ଭାବେ ଟ୍ବିଟରର ପରିଚାଳନା ଦାୟିତ୍ବ ନିଜ ହାତକୁ ନେଇଛନ୍ତି । ଟ୍ବିଟରକୁ ନିୟନ୍ତ୍ରଣକୁ ନେବା ପରେ ପ୍ରଥମେ ସେ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(CEO) ପରାଗ ଅଗ୍ରୱାଲକୁ ବିଦା କରିଛନ୍ତି । ପରାଗଙ୍କ ସମେତ ମସ୍କ କମ୍ପାନୀର ତିନି ଜଣ ଶୀର୍ଷ ଅଧିକାରୀଙ୍କୁ ପଦରୁ ବହିଷ୍କୃତ କରିଛନ୍ତି । ଆଜି ଆମେରିକା ମିଡିଆ ରିପୋର୍ଟରେ ଏନେଇ ଖବର ପ୍ରକାଶ ପାଇଛି ।

ପୂର୍ବରୁ ମସ୍କ ଟ୍ବିଟରର ୭୫ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବେ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଚିଫ୍ ଟ୍ବିଟ ଭାବେ ଦାୟିତ୍ବ ଗ୍ରହଣ ପରେ ସେ ପରାଗ ଅଗ୍ରୱାଲଙ୍କ ସମେତ ଅନ୍ୟ ତିନି ଜଣଙ୍କୁ ବିଦା କରିଦେଇଛନ୍ତି । ଏହାପରେ ଚିଫ୍ ଏକଜିକ୍ୟୁଟିଭ ପରାଗ ଓ କମ୍ପାନୀର ଚିଫ୍ ଫାଇନାନସିଆଲ ଅଫିସର ନେଡ ସେଗଲ(Chief Financial Officer Ned Sega) ଟ୍ବିଟରର ସାନ ଫ୍ରାନ୍ସିସ୍କୋ ସ୍ଥିତ ହେଡକ୍ବାର୍ଟର ଛାଡିଥିବା ସୂଚନା ମିଳିଛି ।

ନିକଟରେ ଟ୍ବିଟର କିଣିବାକୁ ଏଲନ ମସ୍କ ୪୪ ବିଲିୟନ ଡଲାରର ଡିଲ୍ କରିଥିଲେ । ଚଳିତ ବର୍ଷ ଏପ୍ରିଲରେ ଏନେଇ ସେ ଘୋଷଣା କରିଥିଲେ । ଟ୍ବିଟର ଅଧିକାରୀମାନେ ଫେକ୍ ଆକାଉଣ୍ଟ ପ୍ରସଙ୍ଗରେ ତାଙ୍କୁ ଓ ଟ୍ବିଟର ନିବେଶମାନଙ୍କୁ ସଠିକ୍ ସୂଚନା ଦେଇଥିବା ଅଭିଯୋଗରେ ମସ୍କ ଏହି ଡିଲ୍‌କୁ ଅଟକାଇ ଦେଇଥିଲେ । ସେ ଚୁକ୍ତିରୁ ଓହରିବା ପାଇଁ ଘୋଷଣା କରିବା ପରେ ଟ୍ବିଟର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ମାମଲାର ବିଚାର କରି କୋର୍ଟ ମସ୍କଙ୍କୁ ଅକ୍ଟୋବର ୨୭ ସୁଦ୍ଧା ଏହି ଡିଲ୍ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ: ବାଥ୍‌ରୁମ୍ ସିଙ୍କ ଧରି ଟ୍ବିଟର ହେଡକ୍ବାର୍ଟରରେ ପହଞ୍ଚିଲେ ଏଲନ ମସ୍କ

ଏହାପରେ ଅକ୍ଟୋବର ୨୭ ବା ଗତକାଲି ଏଲନ ମସ୍କ ସନ ପ୍ରାନ୍ସିସକୋ ସ୍ଥିତ ଟ୍ବିଟର ହେଡକ୍ବାର୍ଟରରେ ପହଞ୍ଚିଥିଲେ । ହାତରେ ସେ ବାଥରୁମ ସିଙ୍କ ଧରି ଅଫିସ ଭିତରେ ବୁଲୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ଯାହାକି ସେ ନିଜେ ପୋଷ୍ଟ କରିଥିଲେ । ପରେ ସେ ଟ୍ବିଟରର ପରିଚାଳନା ଦାୟିତ୍ବ ଗ୍ରହଣ କରିଥିବା ସୂଚନା ମିଳିଛି । ଏହାସହିତ ପରାଗ ଅଗ୍ରୱାଲ କମ୍ପାନୀରୁ ବିଦା ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.