ETV Bharat / business

ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ ଏୟାର ଇଣ୍ଡିଆ, ମଞ୍ଜୁରୀ ଦେଲା CCI

ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ ଏୟାର ଇଣ୍ଡିଆ । ଭାରତୀୟ ପ୍ରତିଯୋଗିତା ଆୟୋଗ( Competition Commission of India) ଏନେଇ ମଞ୍ଜୁରୀ ପ୍ରଦାନ କରିଛି । ଅଧିକ ପଢନ୍ତୁ

author img

By

Published : Jun 15, 2022, 2:00 PM IST

ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ ଏୟାର ଇଣ୍ଡିଆ, ମଞ୍ଜୁରୀ ଦେଲା CCI
ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ କରିବ ଏୟାର ଇଣ୍ଡିଆ, ମଞ୍ଜୁରୀ ଦେଲା CCI

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ସହ ମିଶିବ ଏୟାର ଏସିଆ ଇଣ୍ଡିଆ । ଏୟାର ଏସିଆ ଇଣ୍ଡିଆର ଅଂଶଧନ କିଣିବା ପାଇଁ ଏୟାର ଇଣ୍ଡିଆର ପ୍ରସ୍ତାବକୁ ଭାରତୀୟ ପ୍ରତିଯୋଗିତା ଆୟୋଗ( Competition Commission of India) ମଞ୍ଜୁରୀ ଦେଇଛି । ଏହି ଦୁଇଟି ଯାକ ଏୟାରଲାଇନ୍ସ ଟାଟା ଗ୍ରୁପ୍ ଦ୍ବାରା ପରିଚାଳିତ । ଚଳିତ ବର୍ଷ ଜାନୁୟାରୀରେ ଏୟାର ଇଣ୍ଡିଆ ଅଧିଗ୍ରହଣ କରିଥିଲା ଟାଟା କମ୍ପାନୀ । ଏୟାର ଏସିଆ ଇଣ୍ଡିଆ ପ୍ରାଇଭେଟ ଲିମିଟେଡରେ ଟାଟା ସନ୍ସ ପ୍ରାଇଭେଟ ଲିମିଡେଟ(TSPL) ର ୮୩.୬୭ ପ୍ରତିଶତ ଅଂଶଧନ ରହିଛି । ବାକି ୧୬.୩୩ ପ୍ରତିଶତ ଏୟାର ଏସିଆ ଇନଭେଷ୍ଟମେଣ୍ଟ(AAIL) ପାଖରେ ଅଛି ।

  • CCI approves acquisition of entire shareholding in Air Asia India by Air India, a wholly-owned subsidiary of Tata Sons pic.twitter.com/TqUE8kFiYC

    — CCI (@CCI_India) June 14, 2022 " class="align-text-top noRightClick twitterSection" data=" ">

ଏୟାର ଏସିଆ ଇଣ୍ଡିଆକୁ ଅଧିଗ୍ରହଣ ପାଇଁ ଏୟାର ଇଣ୍ଡିଆ ଗତ ଏପ୍ରିଲରେ ଭାରତୀୟ ପ୍ରତିଯୋଗିତା ଆୟୋଗକୁ ପ୍ରସ୍ତାବ ପଠାଇଥିଲା । ଚୁକ୍ତି ଅନୁଯାୟୀ, ଏୟାର ଏସିଆର ୧୬.୩ ପ୍ରତିଶତ ଅଂଶଧନକୁ ଏୟାର ଇଣ୍ଡିଆ ୧୩୯ କୋଟି ଟଙ୍କାରେ ଅଧିଗ୍ରହଣ କରିବ । ଏହି ଦୁଇ ଏୟାରଲାଇନ୍ସ ମିଶିବା ପରେ ଭାରତର ଘରୋଇ ବିମାନ ଯାତ୍ରୀ ବଜାରରେ ସେମାନଙ୍କର ଅଂଶଧନ ୧୫.୭ ପ୍ରତିଶତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.