ETV Bharat / business

ଟେକଅଫ୍ ପୂର୍ବରୁ ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ଟେକଅଫ୍ ପୂର୍ବରୁ ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ

ଟେକଅଫ୍ ପୂର୍ବରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ ଇଞ୍ଜିନରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିରେ ୧୮୪ ଯାତ୍ରୀ । ଅଧିକ ପଢନ୍ତୁ

ଟେକଅଫ୍ ପୂର୍ବରୁ ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By

Published : Oct 29, 2022, 8:57 AM IST

Updated : Oct 29, 2022, 9:09 AM IST

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ ଏକ ବଡ ଅଘଟଣ ଟଳି ଯାଇଛି । ଗତକାଲି ରାତିରେ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ନିଆଁ ଲାଗିଯାଇଥିଲା(Bengaluru-bound IndiGo flight) । ବିମାନ ଟେକଅଫ୍ କରିବାର କିଛି ସେକେଣ୍ଡ ପୂର୍ବରୁ ଏହାର ଇଞ୍ଜିନିରେ ନିଆଁ ଲାଗି ଯାଇଥିବାର ଦେଖିବାକୁ ମିଳିଥିଲା । ଏହାପରେ ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା । ଯେଉଁ କାରଣରୁ ୧୮୪ ଜଣ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି । ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବରକୁ ସୁରକ୍ଷିତ ଭାବେ ବିମାନରୁ ବାହାରକୁ ନିଆଯାଇଛି ।

ଟେକଅଫ୍ ପୂର୍ବରୁ ଇଣ୍ଡିଗୋ ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସୂଚନା ମୁତାବକ, ଶୁକ୍ରବାର ରାତିରେ ଦିଲ୍ଲୀରୁ ଇଣ୍ଡିଗୋର 6E-2131 ବିମାନ ବେଙ୍ଗାଲୁରୁ ଅଭିମୁଖେ ଉଡାଣ ଭରିଥିଲା । ବିମାନରେ ମୋଟ ୧୮୪ ଜଣ ଯାତ୍ରୀ ଥିଲେ । ବିମାନଟି ରନୱେ ଚାଲୁଥିବା ସମୟରେ ଏହାର ଡାହାଣ ପଟ ଇଞ୍ଜିନରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଥିଲା । ଏହା ଦେଖି ସମସ୍ତ ଯାତ୍ରୀ ଖୁବ୍ ଭୟଭୀତ ହୋଇ ପଡିଥିଲେ । ନିଆଁ ଲାଗିବା ଜାଣିବା ପରେ ପାଇଲଟ ସଙ୍ଗେ ସଙ୍ଗେ ବିମାନ ଉଡାଣକୁ ଅଟକାଇ ଦେଇଥିଲେ । ଏହି ଘଟଣାର ପୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଗତକାଲି ବିଳମ୍ବିତ ରାତିରେ ଅନ୍ୟ ଏକ ବିମାନରେ ଯାତ୍ରୀଙ୍କୁ ବେଙ୍ଗାଲୁରୁ ନିଆଯାଇଥିବା ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ପକ୍ଷୀ ମାଡ ହେବାରୁ ଜରୁରୀକାଳୀନ ଅବତରଣ କଲା ଆକାଶ ଏୟାର ବିମାନ

ଏହାପୂର୍ବରୁ ଅହମ୍ମଦାବାଦରୁ ଦିଲ୍ଲୀ ଯାଉଥିବା ଆକାଶ ଏୟାର ବିମାନ ମଝି ଆକାଶରେ ଉଡୁଥିବା ବେଳେ ଏକ ପକ୍ଷୀ ମାଡ ହୋଇଥିଲା । ଫଳରେ ବିମାନକୁ ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା ।

Last Updated : Oct 29, 2022, 9:09 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.