ETV Bharat / business

ଆଦାନୀ ପରିବାର ସବୁଜ ଶକ୍ତି ବାହୁରେ 9350 କୋଟିର ବିନିଯୋଗ

author img

By ETV Bharat Odisha Team

Published : Dec 27, 2023, 9:33 AM IST

Adani to Invest Crores in Green Energy Arm: ଗୌତମ ଆଦାନୀ ଏବଂ ତାଙ୍କ ପରିବାର କନଗ୍ଲୋରେଟର ସବୁଜ ଶକ୍ତି ବାହୁରେ 9,350 କୋଟି ଟଙ୍କା ବିନିଯୋଗ କରିବେ । ଆଗକୁ ପଢ଼ନ୍ତୁ

ସବୁଜ ଶକ୍ତି ବାହୁରେ 9350 କୋଟିର ବିନିଯୋଗ
ସବୁଜ ଶକ୍ତି ବାହୁରେ 9350 କୋଟିର ବିନିଯୋଗ

ନୂଆଦିଲ୍ଲୀ: ଗୌତମ ଆଦାନୀ ଏବଂ ତାଙ୍କ ପରିବାର କନଗ୍ଲୋରେଟର ସବୁଜ ଶକ୍ତି ବାହୁରେ 9,350 କୋଟି ଟଙ୍କା ବିନିଯୋଗ କରିବେ । 2030 ସରିବା ସୁଦ୍ଧା 45 GW ଲକ୍ଷ୍ୟ ହାସଲ କରିବା ତଥା ଋଣ ଦେୟ ପୂରଣ କରିବା ପାଇଁ ଆଦାନୀ ଏହି ନିଷ୍ପତି ନେଇଛନ୍ତି । ଆଦାନୀ ଗ୍ରୀନ୍ ଏନର୍ଜି ଲିମିଟେଡ୍ (AGEL) ବୋର୍ଡ ପ୍ରୋମୋଟର୍ ଗ୍ରୁପ୍ କମ୍ପାନୀ, ଅର୍ଡର୍ ଇନଭେଷ୍ଟମେଣ୍ଟ୍‌ ହୋଲ୍ଡିଂ ଲିମିଟେଡ୍ ଏବଂ ଆଦାନୀ ପ୍ରପର୍ଟିଜ୍‌ ପିଭି ଲିମିଟେଡ୍‌କୁ 6.31 କୋଟି ୱାରେଣ୍ଟ ପ୍ରଦାନ କରିବାକୁ ଯୋଜନା କରିଛି । ତେବେ AGELରେ ବିନିଯୋଗ ଏବଂ ତ୍ୱରାନ୍ୱିତ ପୁଞ୍ଜି ବ୍ୟୟ ତାଙ୍କ ପାଇଁ ଲାଭବାନ ହେବ ବୋଲି ଆଶା କରାଯାଇଛି ।

ଜାନୁଆରୀରେ ହିଣ୍ଡେନବର୍ଗ ରିସର୍ଚ୍ଚ ଦ୍ବାରା କର୍ପୋରେଟ୍ ଠକେଇର ଅଭିଯୋଗ ହେତୁ ଏହି ଫଣ୍ଡ ଇନଫ୍ୟୁଜନ୍ ଆଦାନୀଙ୍କ ପ୍ରତ୍ୟାବର୍ତ୍ତନ ରଣନୀତିର ଏକ ଅଂଶ ବୋଲି କୁହାଯାଉଛି । କମ୍ପାନୀ ପକ୍ଷରୁ ଏହି ଆରୋପକୁ ଅସ୍ୱୀକାର କରିଥିବାବେଳେ ଆଦାନୀ ଗ୍ରୁପ କମ୍ପାନୀ ଗୁଡିକ ସର୍ବନିମ୍ନ ବଜାର ମୂଲ୍ୟରେ 50 ବିଲିୟନ ଡଲାରରୁ ଅଧିକ ହରାଇଛନ୍ତି । ସେହି କ୍ଷୟକ୍ଷତିର କିଛି ମାସ ପରେ ତାହା ପୁନରୁଦ୍ଧାର କରାଯାଇଥିଲା । ଏହି ପୁଞ୍ଜି ବିନିଯୋଗକାରୀ କମ୍ପାନୀ ସଂସ୍ଥାଗୁଡ଼ିକୁ 3.833 ପ୍ରତିଶତ ଇକ୍ୱିଟି ଅଂଶ ପ୍ରଦାନ କରିବ । ଆଜି ବିଏସଇ (BSE)ରେ ଏଜିଏଲ (AGEL) 4.3 ପ୍ରତିଶତ ବୃଦ୍ଧି ପାଇ 1,599.90 ଟଙ୍କାରେ ବନ୍ଦ ହୋଇଛି । କମ୍ପାନୀର ଆସନ୍ତା ବର୍ଷ 1.2 ବିଲିୟନ ଡଲାରର ବଣ୍ଡ ମ୍ୟାଚୁୟର ରହିଛି ଏବଂ ସେଗୁଡିକର ପରିଶୋଧ କିମ୍ବା ରିଫାଇନାନ୍ସ ପାଇଁ ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରାଯାଇସାରିଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ.... ଇନଫୋସିସ ସହ 1.5 ବିଲିୟନ ଡଲାର ଚୁକ୍ତିନାମା ରଦ୍ଦ କଲା ବୈଶ୍ବିକ କମ୍ପାନୀ

ସବୁଜ ଶକ୍ତି ବିକାଶକାରୀଙ୍କ ପାଖରେ 19.8 GWର ପାୱାର କ୍ରୟ ଚୁକ୍ତି (PPA) ଟାଇ-ଅପ୍ ଅଛି । 2030 ଶେଷ ସୁଦ୍ଧା 45 ଗିଗାୱାଟ (GW) ସବୁଜ ଶକ୍ତି କ୍ଷମତାର ଲକ୍ଷ୍ୟ ରଖିଥିବା କମ୍ପାନୀର ବୋର୍ଡ ପ୍ରମୋଟରମାନଙ୍କୁ ସେୟାର ପିଛା 1,480.75 ଟଙ୍କା ମୂଲ୍ୟରେ 9,350 କୋଟି ଟଙ୍କା ପାଇଁ ୱାରେଣ୍ଟ ପ୍ରଦାନକୁ ଅନୁମୋଦନ କରାଯାଇଛି । ଜାନୁଆରୀ 18, 2024ରେ ଧାର୍ଯ୍ୟ ହୋଇଥିବା ସାଧାରଣ ବୈଠକ (EGM)ରେ ନିୟାମକ ତଥା ବିଧିଗତ କର୍ତ୍ତୃପକ୍ଷ ତଥା କମ୍ପାନୀର ଅଂଶୀଦାରଙ୍କ ଅନୁମୋଦନ ଅନୁଯାୟୀ ଏହା ପ୍ରଦାନ କରାଯିବ ବୋଲି ଏକ କମ୍ପାନୀ ବିବୃତ୍ତିରେ କୁହାଯାଇଛି । ଏହାପୂର୍ବରୁ, AGEL ଭାରତର ବୃହତ୍ତମ ସୋଲାର ପାର୍କ ଗୁଜୁରାଟର ଖାଭଡାଠାରେ 2,167 ମେଗାୱାଟ୍‌ର ସୋଲାର ଶକ୍ତି ପ୍ରକଳ୍ପ ପାଇଁ ଆଠଟି ଅଗ୍ରଣୀ ବ୍ୟାଙ୍କ୍‌ ଦ୍ୱାରା 1.36 ବିଲିୟନ ଡଲାର ନିର୍ମାଣ ସୁବିଧା ଘୋଷଣା କରିଥିଲା । ତେବେ ଚେୟାରମ୍ୟାନ୍ ଗୌତମ ଆଦାନୀ କହିଛନ୍ତି, ’’ଅକ୍ଷୟ ଶକ୍ତି କ୍ଷେତ୍ରରେ ଭାରତରେ ଅଗ୍ରଣୀ ହେବାରେ ଲାଗିଛି ଏବଂ ଆଦାନୀ ଗ୍ରୀନ୍ ଏନର୍ଜି ଏହି ବିପ୍ଳବର ସହ ରହିଛି । ଆମ ଦେଶର ସ୍ୱଚ୍ଛ ଶକ୍ତି ସ୍ୱପ୍ନ ଏକ ବାସ୍ତବତା କିନ୍ତୁ ଏକ ସମାନ ଶକ୍ତି ପରିବର୍ତ୍ତନ ପାଇଁ ଯେଉଁଠାରେ ଆମେ ପାରମ୍ପରିକ ଶକ୍ତି ଉତ୍ସଗୁଡିକୁ ଫେଜ୍ କରିବା ସହିତ ଏକକାଳୀନ ସବୁଜ, ସୁଲଭ ବିକଳ୍ପ ଗୁଡିକ ଆମର ଅଭିବୃଦ୍ଧି ଏବଂ ବିକାଶ ପାଇଁ ଇନ୍ଧନ ଦେବା ଆବଶ୍ୟକ ।’’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.