ETV Bharat / business

ଡିଜେଲ ମହଙ୍ଗା, ଆକାଶଛୁଆଁ ପରିବା ଦାମ - vegetable price

କୋରୋନା ସଙ୍କଟ, ବର୍ଷା ମାଡ ତା ଉପରେ ଡିଜେଲ ଦାମ ମହଙ୍ଗା ଯୋଗୁଁ ପରିବା ଦାମରେ ଲାଗିଛି ନିଆଁ । ଦାମ ଶୁଣିଲେ କିଲେ ବଦଳରେ 250 ଗ୍ରାମ କିଣିବାକୁ ବାଧ୍ୟ ହେଉଛନ୍ତି ଖାଉଟି । ଗତ ମାସେ ମଧ୍ୟରେ ପରିବା ଦାମ 25 ପ୍ରତିଶତରୁ 200 ପ୍ରତିଶତ ପର୍ଯ୍ୟନ୍ତ ବଢିଛି । ଅଧିକ ପଢନ୍ତୁ..

ଡିଜେଲ ମହଙ୍ଗା, ଆକାଶଛୁଆଁ ପରିବା ଦାମ
ଡିଜେଲ ମହଙ୍ଗା, ଆକାଶଛୁଆଁ ପରିବା ଦାମ
author img

By

Published : Jul 6, 2020, 2:23 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସଙ୍କଟ ସମୟରେ ଖାଦ୍ୟ-ପାନୀୟ ସାମଗ୍ରୀର ଦାମ ମହଙ୍ଗା ହେବାରେ ଲାଗିଛି । ବିଶେଷ କରି ପରିବା ଦାମ ଗତ 1 ମାସ ମଧ୍ୟରେ ପ୍ରବଳ ବୃଦ୍ଧି ପାଇଛି । ପ୍ରାୟ ସବୁ ପରିବାର ଖୁଚୁରା ଦାମ 25 ପ୍ରତିଶତରୁ 200 ପ୍ରତିଶତ ପର୍ଯ୍ୟନ୍ତ ବଢିଛି ।

ଟମାଟୋ ଦାମ ସବୁଠୁ ଅଧିକ ବଢିଛି । ପରିବା ବ୍ୟବସାୟୀଙ୍କ କହିବା ଅନୁଯାୟୀ ବର୍ଷା ଯୋଗୁଁ ଫସଲ ଖରାପ ଯୋଗୁଁ ଯୋଗାଣ କମିଛି । ଏପେଟ ଡିଜେଲ ଦାମ ଲିଟର ପିଛା 80 ଟଙ୍କା ଟପିଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢିଛି । ଫଳରେ ବୋଝ ଉପରେ ନଳିତା ବିଡା ପରି ପରିବା ଦାମ ହୁ ହୁ ହୋଇ ବଢୁଛି ।

ଏସିଆର ସର୍ବବୃହତ ଫଳ ଓ ପନିପରିବା ମଣ୍ଡି ଆଜାଦପୁରରେ ମଧ୍ୟ ଦାମ ବଢିଚାଲିଛି । ଜୁନ 5ରେ ମଣ୍ଡିରେ ଆଳୁର ହାରାହାରି ହୋଲସେଲ ଦାମ କିଲୋ ପ୍ରତି 15 ଟଙ୍କା 25 ପଇସା ଟଙ୍କା ରହିଥିଲା ବେଳେ ଜୁଲାଇ 4 ରେ 16 ଟଙ୍କା 15 ପଇସା ରହିଛି । ସେହୁରି ଟମାଟୋ ଦାମ 2 ଟଙ୍କା 75 ପଇସା ରହିଥିଲା ବେଳେ ଏବେ 29 ଟଙ୍କା ରହିଛି । ଜୁନ 4ରେ କୋବି କିଲୋ 14.75 ଟଙ୍କା , ପିଆଜ 6 ଟଙ୍କା , ଭେଣ୍ଡି 14 ଟଙ୍କା ରହିଥିଲା । ହେଲେ ଜୁଲାଇ 4 ରେ ଏହା ଯଥାକ୍ରମେ 36 ଟଙ୍କା , 9.50 ପଇସା, 16 ଟଙ୍କା 50 ପଇସା ରହିଛି ।

ଏହାର ପ୍ରଭାବରେ ଖୁଚୁରା ବଜାରରେ ମଧ୍ୟ ଆଳୁ, ଟମାଟୋ, କୋବି, ପିଆଜ, ଭେଣ୍ଡି, ବାଇଗଣ ଭଳି ପରିବା ଦାମରେ ହାତ ମାରିବାକୁ ଖାଉଟି ଡରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.