ETV Bharat / business

ବର୍ଷା ସିଜନରେ ପରିବା ଦାମରେ ଲାଗିଲା ନିଆଁ - vegetable prices on the sky due to rain

ପରିବା ବଜାରରେ ନିଆଁ । ସବୁଜ ପରିବା ଦାମ 50 ତଳକୁ ମିଳୁନି । ଆଉ 20 ଟଙ୍କାରେ ମିଳୁଥିବା ପିଆଜ, ଏବେ 30 ଟଙ୍କାରୁ ଖସୁନି । ଫଳରେ କିଲୋ ବଦଳରେ ଏବେ ଅଢେଇଶ ନେଇ ଘରକୁ ଯାଉଛନ୍ତି ଖାଉଟି । ଅଧିକ ପଢନ୍ତୁ..

ବର୍ଷା ସିଜନରେ ପରିବା ଦାମରେ ଲାଗିଲା ନିଆଁ
ବର୍ଷା ସିଜନରେ ପରିବା ଦାମରେ ଲାଗିଲା ନିଆଁ
author img

By

Published : Aug 21, 2020, 8:15 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ସବୁଜ ପନିପରିବା ନଷ୍ଟ ହୋଇଛି । ଯେଉଁଥିପାଇଁ ଏସବୁର ଦାମ ବହୁତ ବୃଦ୍ଧି ପାଇଛି ।

ଆଳୁ, ପିଆଜ ଏବଂ ଟମାଟୋ ସହିତ ସବୁଜ ପନିପରିବାର ମୂଲ୍ୟ ଆକାଶଛୁଆଁ ହୋଇଛି । ଦିଲ୍ଲୀ-ଏନସିଆରରେ ବାଇଗଣ, ଲାଉ କିଲୋ ପିଛା 50 ଟଙ୍କାରେ ବିକ୍ରି ହୋଇଛି । ଫୁଲକୋବି କିଲୋ 120 ଟଙ୍କା ଏବଂ କ୍ୟାପସିକମ କିଲୋ 100 ଟଙ୍କା କିଲୋଗ୍ରାମରେ ପରିଣତ ହୋଇଛି । ସେହିପରି 20 ଟଙ୍କାର ପିଆଜ କିଲୋ ଏବେ 30 ଟଙ୍କାକୁ ଟପିଛା ।

ଆଜାଦପୁର ମଣ୍ଡି ପିଆଜ ବ୍ୟବସାୟୀ ସଂଘର ସଭାପତି ରାଜେନ୍ଦ୍ର ଶର୍ମା କହିଛନ୍ତି ଯେ ଦକ୍ଷିଣ ଭାରତରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଫସଲ ନଷ୍ଟ ହେଉଛି । ଫଳରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପିଆଜ ଚାହିଦା ଦକ୍ଷିଣ ଭାରତରେ ବୃଦ୍ଧି ପାଇଛି । ଏଥିଯୋଗୁଁ ଦାମ ମଧ୍ୟ ବଢିଚାଲିଛି କିନ୍ତୁ ଉତ୍ପାଦନ ବଢିଲେ ଆଗାମୀ 1 ମାସ ମଧ୍ୟରେ ପିଆଜ ଦାମ ପୁଣି କମିବ ।

ପନିପରିବାର ମୁଦ୍ରାସ୍ଫୀତି ଗତ ଦୁଇ ମାସ ଧରି ଜାରି ରହିଛି । ଗତ ମାସ ଜୁଲାଇରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ପୀତି 6.93 ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ସିପିଆଇ ଆଧାରିତ ଖାଦ୍ୟସାମଗ୍ରୀର ଖୁଚୁରା ମୁଦ୍ରାସ୍ପୀତି 9.62 ପ୍ରତିଶତ ରହିଥିଲା । ଏଥିରେ ପନିପରିବାର ମୁଦ୍ରାସ୍ଫୀତି ଗତ ବର୍ଷ ସମାନ ମାସ ତୁଳନାରେ ଜୁଲାଇରେ 11.29 ପ୍ରତିଶତ ବୃଦ୍ଧି ପାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.