ନୂଆଦିଲ୍ଲୀ: ବଢିବ ଟାଟା ମୋଟର୍ସର ଯାତ୍ରୀବାହୀ ଯାନ ଦର । ଆସନ୍ତା ସପ୍ତାହରୁ ସମସ୍ତ ଯାତ୍ରାବାହୀ ଗାଡି ଦରରେ ବୃଦ୍ଧି ପାଇଁ ଯୋଜନା କରୁଛି କମ୍ପାନୀ । କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଦର ବୃଦ୍ଧିର ଉଦ୍ଦେଶ୍ୟ ଷ୍ଟିଲ ଏବଂ ମୂଲ୍ୟବାନ ଧାତୁ ଭଳି ଆବଶ୍ୟକ ସମାଗ୍ରୀର କ୍ରୟ ମୂଲ୍ୟରେ ମାତ୍ରାଧିକ ବୃଦ୍ଧିକୁ ହ୍ରାସ କରିବା । ମୁମ୍ବାଇସ୍ଥିତ ଏହି ଅଟୋମୋବାଇଲ କମ୍ପାନୀ ଟିଆଗୋ, ନେକ୍ସନ, ହ୍ୟାରିଅର, ସଫାରୀ ଭଳି ଯାତ୍ରାବାହୀ ଯାନ ବିକ୍ରୟ କରିଥାଏ ।
ଟାଟା ମୋଟର୍ସ ପାସେଞ୍ଜର ଭେହିକିଲ ବିଜନେସ ୟୁନିଟ ସଭାପତି ଶୈଶସ ଚନ୍ଦ୍ର କହିଛନ୍ତି, ଆମେ ବହୁମୂଲ୍ୟ ଧାତୁ ଓ ଷ୍ଟିଲ ଦରରେ ତୀବ୍ର ବୃଦ୍ଧି ଦେଖିବାକୁ ପାଉଛୁ । ଏହି ଦର ବୃଦ୍ଧିର ଆର୍ଥିକ ପ୍ରଭାବ ଗତ ଏକ ବର୍ଷ ମଧ୍ୟରେ ଆମ ରାଜସ୍ବ 8 ରୁ 8.5 ପ୍ରତିଶତ ମଧ୍ୟରେ ରହିଛି । କମ୍ପାନୀ ଇନପୁଟ ଖର୍ଚ୍ଚର କେବଳ ଏକ ଛୋଟ ଅଂଶ ଏବେ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଦେବାରେ ସକ୍ଷମ ହୋଇଛି । କମ୍ପାନୀ ଦୃଷ୍ଟିକୋଣରୁ ଆମେ ମାତ୍ର 2.5 ପ୍ରତିଶତ ପାସ୍ କରିଛୁ । ଯାହା ଏକ୍ସ ଶୋ'ରୁମ୍ ଦୃଷ୍ଟିକୋଣରୁ 3 ପ୍ରତିଶତ ହେବ । ଏଣୁ ଯେଉଁ ବୃଦ୍ଧି ହୋଇଛି ଏବଂ ଯାହା ଆମେ ବଜାରରେ ପାସ୍ କରିବାରେ ସକ୍ଷମ ହୋଇଛୁ ତାହା ମଧ୍ୟରେ ଏକ ବଡ ଅନ୍ତର ରହିଛି ବୋଲି ସେ କହିଛନ୍ତି ।
@PTI