ନୂଆଦିଲ୍ଲୀ: ପୁରୁଣା ବା ସେକେଣ୍ଡ ହ୍ୟାଣ୍ଡ କାର ବଜାରରେ ତୀବ୍ର ଗତିରେ ସୁଧାର ଦେଖିବାକୁ ମିଳିଛି । ଏବର୍ଷ ଏପ୍ରିଲ-ଜୁଲାଇ ଅବଧିରେ ପୁରୁଣା କାର ବଜାରରେ ବୃଦ୍ଧି ରେକର୍ଡ ସ୍ତରରେ ପହଞ୍ଚିଛି । ତେବେ ଚଳିତ ମାସରେ ଏଭଳି କାର ଚାହିଦା ଫେବୃଆରୀ ତୁଳନାରେ 25 ପ୍ରତିଶତ ବଢିଥିବା ଏକ ରିପୋର୍ଟରେ ପ୍ରକାଶ କରାଯାଇଛି ।
ପୁରୁଣା ସାମଗ୍ରୀ ବିକ୍ରି କରୁଥିବା ଅନଲାଇନ ପ୍ଲାର୍ଟଫର୍ମ OLX ଅନୁଯାୟୀ ଜୁଲାଇରେ ପୁରୁଣା କାରଗୁଡିକ ମଧ୍ୟରେ ସେଡାନର ଚାହିଦା ସବୁଠୁ ଅଧିକ ରହିଛି । ଏହା ପରେ ଏସୟୁଭି ଓ ହ୍ୟାଚବ୍ୟାକ ନମ୍ବର ରହିଛି ।
OLXର ଅଟୋ ନୋଟର ଚତୁର୍ଥ ସଂସ୍କରଣରେ କୁହାଯାଇଛି କି, ଉପଭୋକ୍ତାଙ୍କ ଧାରଣା ମୁତାବକ ଏହି ସର୍ଭେରେ 55 ପ୍ରତିଶତ ଲୋକଙ୍କ କହିବା ଅନୁସାରେ ଆସନ୍ତା 6 ମାସରେ ନିଜ ବ୍ୟକ୍ତିଗତ ଗାଡି ବ୍ୟବହାର ନେଇ ଯୋଜନା ରହିଛି । ଆଉ ଏହି ଚାହିଦାରେ ଅଣ-ମହାନଗରର ଭୂମିକା ଗୁରତ୍ବପୂର୍ଣ୍ଣ ରହିଛି ।
ରିପୋର୍ଟ ମୁତାବକ, ସେକେଣ୍ଡ ହ୍ୟାଣ୍ଡ ଗାଡି ଚାହିଦା ବୃଦ୍ଧିର ଏକମାକ୍ର କାରଣ ହେଉଛି ସ୍ବଚ୍ଛତାକୁ ନେଇ ତେଜିଥିବା ଚିନ୍ତା । ଏପରିକି ଏବେ ଲୋକଙ୍କ ନିଜସ୍ବ ଗାଡି କିଣିବା ବଜେଟ ବି କମ ରହିଛି । କାରଣ କୋରୋନା ସଙ୍କଟ ମଧ୍ୟରେ ଆୟ କମିଛି । ସେପଟେ ସୁରକ୍ଷା ଚିନ୍ତା ମଧ୍ୟ ଘାରିଛି ।
ଉଦ୍ୟୋଗର ଗଣନା ହିସାରେ ପୁରୁଣା ଗାଡିର ଚାହିଦା ନୂଆ ଗାଡି ତୁଳନାରେ 30 ପ୍ରତିଶତ ଅଧିକ ରହିଛି । ଏହି ସର୍ଭେରେ ସାମିଲ 55 ପ୍ରତିଶତ ଲୋକଙ୍କ କହିବା ଅନୁସାରେ ସେମାନେ ଭବିଷ୍ୟତରେ ନିଜ କାରରେ ଯାତ୍ରା କରିବାକୁ ଚାହିଁବେ । ତେବେ କୋଭିଡ -19 ପୂର୍ବରୁ ଏଭଳି କରୁଥିବା ଲୋକଙ୍କ ସଂଖ୍ୟା 49 ପ୍ରତିଶତ ଥିଲା । ଏସବୁରୁ ସ୍ପଷ୍ଟ କି ଗାଡି ଉଦ୍ୟୋଗରେ ସୁଧାର ଆଶା ରହିଛି ।
ରିପୋର୍ଟ ଅନୁସାରେ ନୂଆ କାର ପାଇଁ 39 ପ୍ରତିଶତ ଲୋକଙ୍କ ବଜେଟ 3 ଲକ୍ଷରୁ କମ ରହିଛି । ସେହିପରି 24 ପ୍ରତିଶତଙ୍କ ବଜେଟ 4 ରୁ 7 ଲକ୍ଷ ଟଙ୍କା ଅଛି । ପୁରୁଣା କାର ପାଇଁ 50 ପ୍ରତିଶତ ଲୋକଙ୍କ ବଜେଟ 3 ଲକ୍ଷ ଟଙ୍କାରୁ କମ ଅଛି । ସେହିପରି 20 ପ୍ରତିଶତ ଲୋକଙ୍କ ବଜେଟ 4 ରୁ 7 ଲକ୍ଷ ଟଙ୍କା ରହିଛି । ଏହି ସର୍ଭେ ଏପ୍ରିଲ-ଜୁନ ମାସ ମଧ୍ୟରେ ଓଏଲଏକ୍ସ ଓ ଓଏଲଏକ୍ସ କ୍ୟାସମାଇକାର କରିଥିଲା । ଏଥିରେ 3,800 ଲୋକଙ୍କ ମତାମତ ନିଆଯାଇଛି ।