ETV Bharat / business

ବଜାରରେ ବମ୍ପର ପ୍ରଫିଟ, 834 ପଏଣ୍ଟ ବଢିଲା ସେନସେକ୍ସ

author img

By

Published : Jan 19, 2021, 6:26 PM IST

ଆଜି ପ୍ରବଳ ପ୍ରଫିଟ ସହ ବନ୍ଦ ହୋଇଛି ପୁଞ୍ଜି ବଜାର । ସେୟାର ସୂଚକାଙ୍କ ଉପରମୁହାଁ ସହ ସେନସେକ୍ସ 834 ପଏଣ୍ଟ ବଢିଥିଲା ବେଳେ ନିଫ୍ଟି 14 ହଜାର 500 ସ୍ତର ପାର କରିଛି । ଅଧିକ ପଢନ୍ତୁ..

ବଜାରରେ ବମ୍ପର ପ୍ରଫିଟ, 834 ପଏଣ୍ଟ ବଢିଲା ସେନସେକ୍ସ
ବଜାରରେ ବମ୍ପର ପ୍ରଫିଟ, 834 ପଏଣ୍ଟ ବଢିଲା ସେନସେକ୍ସ

ମୁମ୍ବାଇ: ନିବେଶକ ମାଲାମାଲ । ଇକ୍ୟୁଟି ମାର୍କେଟ ଉପରମୁହାଁ । ଗୋଟିଏ ଦିନର ପ୍ରବଳ ହ୍ରାସ ପରେ ପୁଣି ବମ୍ପର ପ୍ରଫିଟରେ ବନ୍ଦ ହୋଇଛି ପୁଞ୍ଜି ବଜାର । ଏଚଡିଏଫସି , ଆଇସିଆଇ ବ୍ୟାଙ୍କ , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଭଳି ପ୍ରମୁଖ ସେୟାର ସୂଚକାଙ୍କ ଉପରମୁହାଁ ଯୋଗୁଁ ସେନସେକ୍ସ ମଙ୍ଗଳବାର 834 ପଏଣ୍ଟ ବୃଦ୍ଧି ହୋଇଛି ।

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 834.02 ପଏଣ୍ଟ ବଢି ସର୍ବୋଚ୍ଚ ସ୍ତର 49,398.29 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 239.85 ପଏଣ୍ଟର ବମ୍ପର ବୃଦ୍ଧି ସହ 14,521.15. ପଏଣ୍ଟରେ ପହଞ୍ଚିଛି ।

7 ପ୍ରତିଶତ ବୃଦ୍ଧି ସହ ବଜାଜ ଫିନସର୍ଭ ଟପ ଲାଭାର୍ଥୀ ହୋଇଥିଲା ବେଳେ ସେନସେକ୍ସ ସେୟାର ମଧ୍ୟରେ ବଜାଜ ଫାଇନାନ୍ସ , ଏଚଡିଏଫସି , ଏଲ ଆଣ୍ଡ ଟି , ଆଇସିଆଇସିଆଇ ବ୍ୟାଙ୍କ, ସନ ଫାର୍ମା ଏବଂ ଏଣ୍ଟିପିସି ରହିଛି । ଅନ୍ୟପଟେ ଟେକ ମହିନ୍ଦ୍ରା , ଆଇଟିସି ଏବଂ ଏମ ଆଣ୍ଡ ଏମ ତଳକୁ ଖସିଛି ।

ୟୁରୋପର ମଧ୍ୟ ଷ୍ଟକ ଏକ୍ସଚେଞ୍ଜ ଆଜି ସକରାତ୍ମକ ସଙ୍କେତ ମଧ୍ୟରେ କାରବାର ବନ୍ଦ କରିଛି । ବୈଶ୍ବିକ ବଜାରରେ ମଜବୁତ ରୂପରେଖ ଯୋଗୁଁ ଘରୋଇ ବଜାର ସୁଦୃଢ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.