ETV Bharat / business

କାରବାର କ୍ରାସ, 984 ପଏଣ୍ଟ ଖସିଲା ସେନସେକ୍ସ

author img

By

Published : Apr 30, 2021, 9:24 PM IST

ଖସିଲା ଆର୍ଥିକ କମ୍ପାନୀର ସେୟାର । 4 ଦିନର ଅଭିବୃଦ୍ଧିରେ ବ୍ରେକ ଲାଗିବା ସହ ଶୁକ୍ରବାର 984 ପଏଣ୍ଟ ହ୍ରାସ ହୋଇଛି ସେନସେକ୍ସ । ଅଧିକ ପଢନ୍ତୁ..

Sensex slips 984 points; shares of financial companies break
କାରବାର କ୍ରାସ, 984 ପଏଣ୍ଟ ଖସିଲା ସେନସେକ୍ସ

ମୁମ୍ବାଇ: ଗତ 4 ଦିନର ପ୍ରଫିଟରେ ଲାଗିଲା ବ୍ରେକ । ସପ୍ତାହରେ ଶେଷ କାରବାର ଦିବସରେ କାରବାର କ୍ରାସ । ଶୁକ୍ରବାର କୋଭିଡ ମାମଲା ବୃଦ୍ଧି ମଧ୍ୟରେ ବଜାର ରେଡ ଆଲର୍ଟରେ ହୋଇଛି ବନ୍ଦ । ସେପଟେ ଡଲାର ତୁଳନାରେ ଟଙ୍କା 2 ପଇସା ହ୍ରାସ ହୋଇଛି ।

ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 983.58 ପଏଣ୍ଟ ବଢି 48,782.36 ରେ ପହଞ୍ଚିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 263.80 ପଏଣ୍ଟ ଉଛୁଳି 14,631.10 ପଏଣ୍ଟରେ ବନ୍ଦ ହୋଇଛି ।

ସେନସେକ୍ସର ସେୟାରରେ ସର୍ବାଧିକ କ୍ଷତି ଏଚଡିଏଫସି ବ୍ୟାଙ୍କ ଓ ଏଚଡିଏଫସି ଲିମିଟେଡର ହୋଇଛି । ଏହା ବ୍ୟତିତ ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ଏସିଆନ ପେଣ୍ଟସ , ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା , ଏଚୟୁଏଲ , ଟିସିଏସ ଓ ମାରୁତି ଆଦି ସେୟାରରେ ହ୍ରାସ ହୋଇଛି । ଅନ୍ୟପଟେ ଓଏନଜିସି , ସନଫାର୍ମା , ଡ. ରେଡ୍ଡୀଜ ଓ ବଜାଜ ଅଟୋ ଲାଭରେ ରହିଛି ।

ସେପଟେ ଅନ୍ତରାଷ୍ଟ୍ରୀୟ ତେଲ ମାନକ ବ୍ରେଣ୍ଟ କ୍ରୁଡ 1.31 ପ୍ରତିଶତ ହ୍ରାସ ହୋଇ ବ୍ୟାରେଲ ପ୍ରତି

67.15 ଡଲାରରେ ପହଞ୍ଚିଛି । ଅନ୍ୟପଟେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ଶୁକ୍ରବାର ହ୍ରାସ ହୋଇ 74.09 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.