ମୁମ୍ବାଇ: ସେୟାର ମାର୍କେଟରେ କାରବାର ମାନ୍ଦା । ମଙ୍ଗଳବାର କାରବାର ଆରମ୍ଭରୁ ୪୫୦ ପଏଣ୍ଟ ଖସିଲା ସେନସେକ୍ସ । ବ୍ୟାଙ୍କିଙ୍ଗ ଏବଂ ଅଟୋ ଷ୍ଟକରେ ଭାରୀ ବିକ୍ରୟ ଚାପ ଯୋଗୁଁ ସେନସେକ୍ସ ହ୍ରାସ ପାଇଛି ।
ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(BSE)ର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ(Sensex) ନାଲି ସଙ୍କେତ ସହ 58,059.76 ପଏଣ୍ଟରେ ଖୋଲିଥିଲା ଏବଂ ପ୍ରାରମ୍ଭିକ କାରବାରରେ 57,843.12 ପଏଣ୍ଟକୁ ଖସି ଯାଇଥିଲା । କିଛି ସମୟରେ ପରେ BSE ସୂଚକାଙ୍କ ପୁଣି ରିକଭରି କରିବା ସହ 58,187.91 ପଏଣ୍ଟ ଛୁଇଁଥିଲା । ମାତ୍ର ୧୦ଟା ୫୦ ମିନିଟ୍ ସମୟରେ ପୁନର୍ବାର ହ୍ରାସ ପାଇ 57,832.77 ପଏଣ୍ଟକୁ ଖସିଥିଲା ଏହି ସୂଚକାଙ୍କ । ଅର୍ଥାତ୍ ଆଜି ସେନସେକ୍ସରେ 0.77 % ବା 450.65 ପଏଣ୍ଟ ହ୍ରାସ ସହ ଚିତପଟ୍ଟାଙ୍ଗ ହୋଇଛି ।
ଅପରପକ୍ଷେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(National Stock Exchange) ନିଫ୍ଟ (Nifty) 17,283.20 ପଏଣ୍ଟରେ ଖୋଲିଥିଲା ଏବଂ ଦିନ ୧୦ଟା ୫୦ ମିନିଟ୍ ସମୟରେ ଏହା 17,234.45 ପଏଣ୍ଟରେ କାରବାର କରିଥିଲା । ଯାହାକି ପୂର୍ବ କାରବାର ତୁଳନାରେ 0.77 % କମ୍ । ଗତ କାରବାର ଦିବସରେ NSE ନିଫ୍ଟ 17,368.25 ପଏଣ୍ଟରେ କାରବାର ବନ୍ଦ କରିଥିଲା ।
ସେନସେକ୍ସ ପ୍ୟାକରେ ଆଜି ବଜାଜ(Bajaj Finserv) ସବୁଠୁ ଅଧିକ କ୍ଷତି ସହିଛି । କମ୍ପାନୀ ସେୟାର ମୂଲ୍ୟ 2.39% ହ୍ରାସ ସହ 16906.40 ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସ ପ୍ୟାକରେ କ୍ଷତି ସହିଥିବା ଅନ୍ୟ କମ୍ପାନୀଗୁଡିକ ହେଲେ କୋଟକ ବ୍ୟାଙ୍କ(Kotak Bank), ଆଇଟିସି(ITC ), ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା(Mahindra & Mahindra), ଏଚଡିଏଫସି(HDFC ) ଏବଂ IndusInd Bank । ୩୦ ଷ୍ଟକରୁ କେବଳ ୮ଟି ଷ୍ଟକ ଆଜି ପଜିଟିଭ କାରବାର କରିଛନ୍ତି ।
ସେହିପରି ସେନସେକ୍ସ ପ୍ୟାକରେ ପ୍ରମୁଖ ଲାଭ ହାସଲକାରୀ ଷ୍ଟକଗୁଡିକ ହେଉଛନ୍ତି ହିନ୍ଦୁସ୍ଥାନ ୟୁନିଲେଭର( Hindustan Unilever ), ଡ଼ ରେଡ୍ଡୀ( Dr Reddy ) ଏବଂ NTPC ।
@ANI