ETV Bharat / business

ଆର୍ଥିକ ବର୍ଷ ଆରମ୍ଭରୁ ଚମକିଲା ବଜାର, ସେନସେକ୍ସ 50 ହଜାର ଟପିଲା

ସକରାତ୍ମକ ବୈଶ୍ବିକ ସଙ୍କେତ ଓ ଭଲ କାରବାର ମଧ୍ୟରେ ଆରମ୍ଭରୁ ଉପରମୁହାଁ ସେୟାର ସୂଚକାଙ୍କ । ବିଏସଇ ସେନସେକ୍ସ 520 ପଏଣ୍ଟ ବୃଦ୍ଧିର ସହ ପୁଣି 50,000 ଟପିଛି ।

author img

By

Published : Apr 1, 2021, 6:04 PM IST

ଆର୍ଥିକ ବର୍ଷ ଆରମ୍ଭରୁ ଚମକିଲା ବଜାର, ସେନସେକ୍ସ 50 ହଜାର ଟପିଲା
ଆର୍ଥିକ ବର୍ଷ ଆରମ୍ଭରୁ ଚମକିଲା ବଜାର, ସେନସେକ୍ସ 50 ହଜାର ଟପିଲା

ମୁମ୍ବାଇ: ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ଉତ୍ସାହିତ ପୁଞ୍ଜିବଜାର । ସକରାତ୍ମକ ବୈଶ୍ବିକ ସଙ୍କେତ ଓ ଭଲ କାରବାର ମଧ୍ୟରେ ଆରମ୍ଭରୁ ଉପରମୁହାଁ ସେୟାର ସୂଚକାଙ୍କ । ବିଏସଇ ସେନସେକ୍ସ 520 ପଏଣ୍ଟ ବୃଦ୍ଧିର ସହ ପୁଣି 50,000 ଟପିଛି ।

ଗୁରୁବାର କାରବାର ଶେଷରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 520.68 ପଏଣ୍ଟ ବୃଦ୍ଧି ହୋଇ 50,029.83 ପଏଣ୍ଟରେ ପହଞ୍ଚିଛି । ସେନସେକ୍ସର 30 ସେୟାର ମଧ୍ୟରୁ 25 ସେୟାର ବୃଦ୍ଧିର ସହ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 176.65 ପଏଣ୍ଟ ଉଛୁଳି 14,867.35 ପଏଣ୍ଟରେ ବନ୍ଦ ହୋଇଛି ।

ଇଣ୍ଡସଇଣ୍ଡ ବ୍ୟାଙ୍କ, କୋଟାକ ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ସନ ଫାର୍ମା, ବଜାର ଫାଇନାନ୍ସ ଓ ଅଲ୍ଟ୍ରାଟେକ ସିମେଣ୍ଟ ସେୟାର ପ୍ରଫିଟରେ ରହିଛି । ସେହିପରି ଏଚୟୁଏଲ , ନେସଲେ, ଏଚଡିଏଫସି ବ୍ୟାଙ୍କ, ଟିସିଏସ, ଟାଇଟନ ଓ ଟେକ ମହିନ୍ଦ୍ରା ସେୟାର ନାଲି ସଙ୍କେତରେ ବନ୍ଦ ହୋଇଛି ।

ଘରୋଇ ସେୟାର ବଜାରରେ କୋଭିଡ-19 ମାମଲା ବୃଦ୍ଧି ତୁଳନାରେ ସକରାତ୍ମକ ବୈଶ୍ବିକ ସଙ୍କେତକୁ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି କାଳରେ ବିଶେଷ କରି ଆର୍ଥିକ ତଥା ଅଟୋମୋବାଇଲ ସେୟାରରେ ମଜବୁତ କ୍ରୟ ଦେଖିବାକୁ ମିଳିଛି । ଏଥିମଧ୍ୟରେ ବୈଶ୍ବିକ ତେଲ ବେଞ୍ଚମାର୍କ କ୍ରୁଡ 0.6 ପ୍ରତିଶତ ଖସି ବ୍ୟାରେଲ ପ୍ରତି 63.95 ଡଲାର ରହିଛି ।

ସେୟାର ବଜାର ତଥ୍ୟ ଅନୁସାରେ ବିଦେଶୀ ନିବେଶକ ବୁଧବାର ଭାରତୀୟ ବଜାରରେ ମୋଟ ଆଧାରରେ 1,685.91 କୋଟି ଟଙ୍କାର ସେୟାର ବିକ୍ରି କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.