ETV Bharat / business

୨୦୨୨ ଶେଷ ସୁଦ୍ଧା ୮୦,୦୦୦ ପଏଣ୍ଟ ଛୁଇଁବ sensex ! - ୮୦୦୦୦ ପାର୍ କରିବ ସେନସେକ୍ସ

ଆଗାମୀ ଦିନରେ ଷ୍ଟକ୍ ମାର୍କେଟରେ ଉତ୍ସାହ ଦେଖାଯିବ । ୨୦୨୨ ଡିସେମ୍ବର ସୁଦ୍ଧା ୮୦ ହଜାର ପଏଣ୍ଟ ପାର୍ କରିବ ସେନସେକ୍ସ (sensex) । ଷ୍ଟକ ବଜାର ବିଶେଷଜ୍ଞଙ୍କ ଆକଳନ । ଅଧିକ ପଢନ୍ତୁ

୨୦୨୨ ଶେଷ ସୁଦ୍ଧା ୮୦,୦୦୦ ପଏଣ୍ଟ ଛୁଇଁବ ସେନସେକ୍ସ !

author img

By

Published : Nov 20, 2021, 1:22 PM IST

ମୁମ୍ବାଇ: ଆଗାମୀ ଦିନରେ ଷ୍ଟକ୍ ମାର୍କେଟରେ ଉତ୍ସାହ ଦେଖାଯିବ । ଅଧିକ ରିଟର୍ଣ୍ଣ ଆଶା କରୁଥିବା ନିବେଶକଙ୍କ ପାଇଁ ସକରାତ୍ମକ ପରିବେଶ ସୃଷ୍ଟି ହେବ । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନସେକ୍ସ(sensex) ଏକ ନୂଆ ରେକର୍ଡ ଛୁଇଁବ । ସେନସେକ୍ସ ଯାହା ଏବେ ୬୦ ହଜାର ପଏଣ୍ଟରେ ରହିଛି ତାହା ୨୦୨୨ ଡିସେମ୍ବର ସୁଦ୍ଧା ୮୦ ହଜାର ପଏଣ୍ଟ ପାର୍ କରିବ । ଏଭଳି ଆଶାପୋଷଣ କରିଛନ୍ତି ଷ୍ଟକ ବଜାର ବିଶେଷଜ୍ଞ ।

ଏକ ମିଡିଆ ରିପୋର୍ଟ ଅନୁଯାୟୀ, Morgan Stanley’s equity strategist ରିଧମ ଦେଶାଇ କହିଛନ୍ତି ଯେ, ସେୟାର ବଜାର କମ୍ପାନୀଗୁଡିକର ଆୟ ୨୭% ଯାଏଁ ବୃଦ୍ଧି ପାଇବ । ଆସନ୍ତା ବର୍ଷ ଶେଷ ସୁଦ୍ଧା ସେନସେକ୍ସ ୧୬% ଉଛୁଳିବ ଏବଂ ୭୦,୦୦୦ ପଏଣ୍ଟ ଛୁଇଁବ । ଯଦି ମାର୍କେଟରେ ଏଭଳି ଉତ୍ସାହ ଜାରି ରହେ ତେବେ ସେନସେକ୍ସ ଫିଗର ୮୦,୦୦୦ ପଏଣ୍ଟରେ ପହଞ୍ଚିପାରିବ । ଏଥିପାଇଁ ସାମ୍ଭାବ୍ୟ ତୃତୀୟ ଲହର ଦେଶକୁ ନ ଆସିବା ଏବଂ ପୂର୍ବଭଳି ଲକଡାଉନ ସ୍ଥିତି ନ ଉପୁଜିବା ଆବଶ୍ୟକ । ସେହିପରି ଅଶୋଧିତ ତୈଳ ଦର ଏବଂ ଡଲାର ମୂଲ୍ୟ ନିୟନ୍ତ୍ରଣାଧୀନ ରହିବା ସହ ଆରବିଆଇର ଚିପ୍ ଲୋନ ମଧ୍ୟ କଣ୍ଟ୍ରୋଲରେ ରହିବା ଦରକାର ।

ଆହୁରି ମଧ୍ୟ ରିଧମ ଦେଶାଇ ଦେଶାଇ କହିଛନ୍ତି କି, କମ୍ପାନୀଗୁଡିକର ଲାଭରେ ଉନ୍ନତି ଯୋଗୁଁ ଭାରତୀୟ ଷ୍ଟକ ମାର୍କେଟ ବିଶ୍ବର ଅନ୍ୟ ଦେଶ ତୁଳନାରେ ଭଲ ପ୍ରଦର୍ଶନ କରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.