ETV Bharat / business

ଡଲାର ଧରାଶାୟୀ, ଟଙ୍କା ଶକ୍ତିଶାଳୀ

author img

By

Published : Mar 3, 2021, 5:25 PM IST

ବୁଧବାର ଶକ୍ତିଶାଳୀ ହୋଇଛି ଟଙ୍କା । ଡଲାର ତୁଳନାରେ ଟଙ୍କା 65 ପଇସା ସୁଦୃଢ । ଫଳରେ 1 ଡଲାର ମୂଲ୍ୟ 72.72 ଟଙ୍କାରେ ପହଞ୍ଚିଛି । ଅଧିକ ପଢନ୍ତୁ..

ଡଲାର ଧରାଶାୟୀ, ଟଙ୍କା ଶକ୍ତିଶାଳୀ
ଡଲାର ଧରାଶାୟୀ, ଟଙ୍କା ଶକ୍ତିଶାଳୀ

ମୁମ୍ବାଇ: ଶକ୍ତିଶାଳୀ ହେଲା ଟଙ୍କା । ଚିତପଟ୍ଟାଙ୍ଗ ସବୁଠୁ ଦାମୀ ଆମେରକୀୟ ମୁଦ୍ରା ଡଲାର । ବୁଧବାର ଡଲାର ତୁଳନାରେ ଟଙ୍କା 65 ପଇସା ସୁଦୃଢ ହୋଇଛି ।

ବୈଶ୍ବିକ ବଜାରରେ ବିପଦ ବଢୁଥିବାରୁ ଆମେରିକୀୟ ଡଲାରର ଦୁର୍ବଳ ହେଉଛି । ଫଳରେ ଟଙ୍କାକୁ ସମର୍ଥନ ମିଳିବା ସହ ଏହା ରେକର୍ଡ ସୃଷ୍ଟି କରିଛି । ଆଜି ଡଲାର ତୁଳନାରେ ଟଙ୍କା 65 ପଇସା ମଜବୁତ ହୋଇ 72.72 ରହିଛି ।

ଅନ୍ତରବ୍ୟାଙ୍କ ବିଦେଶୀ ବଜାରରେ ଟଙ୍କାର ବିନିମୟ ମୂଲ୍ୟ 73.26 ରେ କାରବାର ଆରମ୍ଭ କରିଥିଲା । ତେବେ କାରବାର ମଧ୍ୟରେ ଏହା ସର୍ବାଧିକ 72.71 ଓ ସର୍ବନିମ୍ନ 73.26 ରେ ପହଞ୍ଚିଛି । ଶେଷରେ ଟଙ୍କା ଆମେରିକୀୟ ମୁଦ୍ରା ତୁଳନାରେ ବଳବାନ ହୋଇ 72.72 ରହିଛି ।

ମଙ୍ଗଳବାର ଡଲାର ତୁଳନାରେ ଟଙ୍କା 73.37 ରେ ବନ୍ଦ ହୋଇଛିଲା । ସରକାରଙ୍କ ପକ୍ଷରୁ ବ୍ୟାପକ ଉତ୍ସାହ ପ୍ୟାକେଜ୍, କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ସହଜ ମୁଦ୍ରା ନୀତି ଏବଂ ଟୀକାକରଣ କାର୍ଯ୍ୟକ୍ରମରେ ଅଗ୍ରଗତି ଅର୍ଥନୈତିକ ଅଭିବୃଦ୍ଧିକୁ ଉତ୍ସାହିତ ଦ୍ବାରା ବଜାର ଭାବନା ଉନ୍ନତ ରହିଛି ।

ସେପଟେ ଡଲାର ସୂଚକାଙ୍କ 6 ଅନ୍ୟ ମୁଦ୍ରା ତୁଳନାରେ 0.12 ପ୍ରତିଶତ ଖସି 90.67 ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.