ମୁମ୍ବାଇ: କୋରୋନା ସଙ୍କଟ ସହ ବଳବାନ ହେଉଛି ଡଲାର । ଫଳରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୁଲ୍ୟ ସବୁ ରେକର୍ଡ ଭାଙ୍ଗି ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଟଙ୍କାର ବିନିମୟ ମୁଲ୍ୟ ଏବେ 76 ଟଙ୍କା 88 ପଇସାରେ ପହଞ୍ଚିଛି । ଏହା ପୂର୍ବରୁ ଏପ୍ରିଲ 16ରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା 76ଟଙ୍କା 78 ପଇସାକୁ ଖସିଥିଲା ।
ମୁଦ୍ରା କାରବାରୀଙ୍କ କହିବା ଅନୁଯାୟୀ, ବିଦେଶୀରେ ଡଲାର ମୁଲ୍ୟ ବଢୁଥିବାରୁ ଟଙ୍କା ଦୁର୍ବଳ ହେଉଛି । ଏପଟେ ନିବେଶକ ମଧ୍ୟ ସୁରକ୍ଷିତ ନିବେଶ ଲକ୍ଷ୍ୟରେ ଡଲାରରେ ଅଧିକ ପୁଞ୍ଜି ଖଟାଉଛନ୍ତି ।
ଅନ୍ତରାଷ୍ଟ୍ରୀୟ ବିଦେଶୀ ମୁଦ୍ରା ବଜାରରେ ବୁଧବାର ଟଙ୍କା 76ଟଙ୍କା 86 ପଇସାରେ କାରବାର ଆରମ୍ଭ କରିଥିଲା । ପରେ ପୁଣି 5 ପଇସା ଦୁର୍ବଳ ସହ 76 ଟଙ୍କା 88 ପଇସାରେ ପହଞ୍ଚିଛି ।ମଙ୍ଗଳବାର ଡଲାର ତୁଳନାରେ ଟଙ୍କା 76 ଟଙ୍କା 83 ପଇସାରେ ବନ୍ଦ ହୋଇଛି ।