ନୂଆଦିଲ୍ଲୀ: ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ 2 ପଇସା ହ୍ରାସ ପାଇଛି । ଯାହା ଫଳରେ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ 71.73ରେ ରହିଛି । ବ୍ୟାଙ୍କ ଓ ଆମଦାନୀକାରୀଙ୍କ ଦ୍ବାରା ଅଧିକ ଡଲାର ଆବଶ୍ୟକ ହେବାରୁ ଏହି ହ୍ରାସ ଦେଖାଯାଇଛି ।
ଅଶୋଧିତ ତୈଳର ଦାମରେ ବୃଦ୍ଧି ହେତୁ ଟଙ୍କା କାରବାରରେ ପ୍ରଭାବ ପକାଇଥିବା ଜଣାପଡିଛି । ସେହିପରି ଘରୋଇ ଇକ୍ବିଟି ବଜାରରେ କାରବାର ଆରମ୍ଭରୁ ଉଚ୍ଚ କାରବାର ହୋଇଥିବା ବେଳେ ଲଗାତାର ବୈଦେଶିକ ପାଣ୍ଠିର ପ୍ରବାହ ପାଇଁ ଟଙ୍କା ମୂଲ୍ୟ ହ୍ରାସରେ ରୋକ ଲାଗିଥିବା ଜଣାପଡିଛି ।
ଇଣ୍ଟର ବ୍ୟାଙ୍କ ଫରେନ ଏକ୍ସଚେଞ୍ଜରେ କାରବାର 71.68 ଟଙ୍କାରେ ଆରମ୍ଭ ହୋଇଥିବା ବେଳେ ପୂର୍ବ ତୁଳନାରେ 3 ପଇସା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା । ଯେଉଁଠାରେ ଘରୋଇ କ୍ଷେତ୍ରରେ ଏହାର କାରବାର ପ୍ରତି ଡଲାର ତୁଳନାରେ ଭାରତୀୟ ମୁଦ୍ରା 71.73 ରହିଛି । ଗତ ଶୁକ୍ରବାର ଏହାର ପରିମାଣ 71.71ଟଙ୍କା ରହିଥିଲା ।
ଏହା ଫଳରେ ଆନ୍ତର୍ଜାତିକ ସ୍ତରରେ ଅଶୋଧିତ ତୈଳ ବ୍ୟାରେଲ ପିଛା 0.21 ପ୍ରତିଶତ ବୃଦ୍ଧି ପାଇ 63.52 ଡଲାରରେ ପହଞ୍ଚିଛି । ସେହିପରି ଶୁକ୍ରବାର ବିଦେଶୀ ନିବେଶକ 305.72 କୋଟିର ଇକ୍ବିଟି କିଣିଥିବା ସୂଚନା ମିଳିଛି ।
ସୋମବାର ସକରାତ୍ମକ ସଙ୍କେତ ସହ ଘରୋଇ ସେୟାର ବଜାରରେ ସେନସେକ୍ସ 143 ଅଙ୍କ ବଢିବା ସହ 40,502.82 ପଏଣ୍ଟ ପର୍ଯ୍ୟନ୍ତ ବୃଦ୍ଧିପାଇଛି । ସେହିପରି ନିଫ୍ଟିରେ 0.44 ପ୍ରତିଶତ ବୃଦ୍ଧି ପାଇ କାରବାର 11,967.20ରେ ପହଞ୍ଚିଛି। ଅନ୍ୟପଟେ ଡଲାର ସୂଚକାଙ୍କ 0.04 ପ୍ରତିଶତ ହ୍ରାସ ପାଇ 98.25ରେ ପହଞ୍ଚିଛି ।