ETV Bharat / business

40 ଡଲାର ତଳେ ଅଶୋଧିତ ତୈଳ

author img

By

Published : Sep 9, 2020, 6:17 PM IST

କୋରୋନା ମାମଲା ବଢିବା ସହ ସମଗ୍ର ଦୁନିଆରେ ଆର୍ଥିକ ଗତିବିଧିରେ ପ୍ରଭାବ ପଡିଛି । ପରିବହନ ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଯାହା ଫଳରେ ଚାହିଦା ହ୍ରାସ ଆଶଙ୍କା ମଧ୍ୟରେ ଅଶୋଧିତ ଦାମ ଖସୁଛି । ଅଧିକ ପଢନ୍ତୁ..

Oil prices settle at lowest since June, with Brent prices below 40 dollar

ନୂଆଦିଲ୍ଲୀ: କୋରୋନା ସଙ୍କଟ ଗୁରୁତର ହେବା ସହ ଅଶୋଧିତ ତୈଳ ଦାମରେ ଭାରୀ ହ୍ରାସ ହୋଇଛି । ବେଞ୍ଚମାର୍କ ଅଶୋଧିତ ତୈଳ ବ୍ରେଣ୍ଟ କ୍ରୁଡ ଦାମ ବ୍ୟାରେଲ ପ୍ରତି 40 ଡଲାର ତଳକୁ ଖସିଆସିଛି । ଯାହାକି ଜୁନ ପରେ ସର୍ବନିମ୍ନ ସ୍ତର । ଅନ୍ତରାଷ୍ଟ୍ରୀୟ ବଜାରରେ ବ୍ରେଣ୍ଟ କ୍ରୁଡ ଆଜିକୁ ଲଗାତାର 6 ଦିନ ଧରି ଦୁର୍ବଳ ସହ କାରବାର କରୁଛି ।

କୋରୋନା ମାମଲା ବଢିବା ସହ ସମଗ୍ର ଦୁନିଆରେ ଆର୍ଥିକ ଗତିବିଧିରେ ପ୍ରଭାବ ପଡିଛି । ପରିବହନ ଶିଳ୍ପ ମଧ୍ୟ କ୍ଷତିଗ୍ରସ୍ଥ ହୋଇଛି । ଯାହା ଫଳରେ ତେଲ ଚାହିଦା ହ୍ରାସ ଆଶଙ୍କା ମଧ୍ୟରେ ଦାମ ଖସୁଛି । ଗତ କାରବାର ଅଧିବେସରେ ବ୍ରେଣ୍ଚ କ୍ରୁଡ 5 ପ୍ରତିଶତରୁ ଅଧିକ କମିଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ଯୋଗୁଁ ଭାରତୀୟ ଫ୍ୟୁଚର ବଜାରରେ ଅଶୋଧିତ ତୈଳ ଦାମ ଚୁକ୍ତି ଦୁର୍ବଳ ସହ କାରବାର କରୁଛି ।

ବୁଧବାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ପରେ ଅଶୋଧିତ ତୈଳ ଦାମ ହ୍ରାସ ହୋଇ ବ୍ୟାରେଲ ପିଛା 2,699 ଟଙ୍କାରେ କାରବାର କରିଛି । ପ୍ରକାଶ ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମ ହ୍ରାସ ଦ୍ବାରା ଏହାର ପ୍ରଭାବରେ ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦାମ କମିବ । ଯାହା ଫଳରେ ମହଙ୍ଗା ତୈଳ ଦାମରୁ ଗ୍ରାହକଙ୍କୁ ଆଶ୍ବସ୍ତି ମିଳିବ ବୋଲି ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.