ନୂଆଦିଲ୍ଲୀ: କାର କିଣିବାକୁ ପ୍ଲାନିଂ କରୁଛନ୍ତି କି ? ତେବେ ବଜାରକୁ ଆସିଛି ନୂଆ ଅଫର । ଦେଶର ସର୍ବବୃହତ୍ତ କାର ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକି ତାର ସ୍ପେଶାଲ ମଡେଲ ଗାଡିର ଦାମ 5 ହଜାର ଟଙ୍କା କମାଇଛି । ବୁଧବାର ଏ ନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।
ଅଲ୍ଟୋ 800, ଅଲ୍ଟୋର 10, ସ୍ବିଫ୍ଟ ଡିଜେଲ, ସେଲେରିୟୋ, ବଲେନୋ ଡିଜଲ, ଇଗ୍ରିସ, ଡିଜାୟର ଡିଜଲ, ଟୁର ଏସ ଡିଜେଲ, ବିଟାରା ବ୍ରିଜା ଓ ଏସ ଫ୍ରାନ୍ସର ସମସ୍ତ ସଂସ୍କରଣ ଦାମ କମ କରାଯାଇଥିବା କମ୍ପାନୀ ସୂଚନା ଦେଇଛ । ଏସବୁ ମଡେଲ ଦାମ 2.93 ଲକ୍ଷରୁ ଆରମ୍ଭ ହୋଇ 11.49 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।
କମ୍ପାନୀର ଏହି ନିଷ୍ପତ୍ତି ଆଜିଠାରୁ(ସେପ୍ଟମ୍ବର 25) ସମଗ୍ର ଦେଶରେ ଲାଗୁ ହେବ । କମ୍ପାନୀର ଏହି ନୂଆ ଅଫର ପାର୍ବଣ ମଉଜକୁ ଡବଲ କରିବ ବୋଲି ଆଶା ରହିଛି ।