ନୂଆଦିଲ୍ଲୀ: ମହାମାରୀ ସଙ୍କଟ ଯୋଗୁଁ ବିପର୍ଯ୍ୟସ୍ତ ବିଶ୍ବ ବଜାର । ତେବେ ଏଥର ମୌସୁମୀ ଓ ଟୀକାକରଣ ଅଭିଯାନ ଉପରେ ସେୟାର ବଜାରର ଦିଗ ନିର୍ଦ୍ଧାରଣ ହେବ ବୋଲି ଅନୁମାନ କରିଛନ୍ତି ବିଶ୍ଳେଷକ ।
ବିଶ୍ଳେଷକ କହିଛନ୍ତି ଯେ ଏହି ସପ୍ତାହରେ ଘରୋଇ ସାମ୍ମୁଖ୍ୟରେ କୌଣସି ପ୍ରମୁଖ ଆର୍ଥିକ ରିପୋର୍ଟ ଆସିବ ନାହିଁ । ଏଣୁ ବିଶ୍ବ ବଜାର ଉପରେ ରହିବ ନିବେଶକମାନଙ୍କ ନଜର । ମାସିକ ଡେରିଭେଟିଭ୍ସ ଚୁକ୍ତିନାମା ବ୍ୟବସ୍ଥା ଯୋଗୁଁ ବଜାର ଅସ୍ଥିର ରହିପାରେ ବୋଲି କୁହାଯାଉଛି ।
ଲିଗେୟର ବ୍ରୋକିଙ୍ଗ ଉପାଧ୍ୟକ୍ଷ ଅଜିତ ମିଶ୍ର କହିଛନ୍ତି ଯେ ବଜାର ଅଧିକାଂଶ ସମୟ ଏକ ସୀମା ମଧ୍ୟରେ ରହିବ। ଜୁନ ମାସରେ ଡେରିଭେଟିଭ ଚୁକ୍ତିନାମା ବ୍ୟବସ୍ଥା ହେତୁ ବଜାରରେ ଅସ୍ଥିରତା ଦେଖାଯିବ । ବଜାର ଅଂଶଗ୍ରହଣକାରୀଙ୍କ ନଜର ବିଶ୍ବ ବଜାର ଉପରେ ରହିବ ବୋଲି କହିଛନ୍ତି ମିଶ୍ର ।
ଏକ୍ସପର୍ଟ କହିଛନ୍ତି, ମୌସୁମୀର ଅଗ୍ରଗତି ଏବଂ ଟୀକାକରଣ ଅଭିଯାନ ମଧ୍ୟ ବଜାରର ଦିଗ ନିର୍ଣ୍ଣୟ କରିବ । ଗତ ସପ୍ତାହରେ 30 ସେୟାର ବିଶିଷ୍ଟ ସେନସେକ୍ସ 130.31 ପଏଣ୍ଟ ତଥା 0.24 ପ୍ରତିଶତ ହ୍ରାସ ପାଇଛି । ରିଲାଏନ୍ସ ସିକ୍ୟୁରିଟିର ରଣନୀତି ମୁଖ୍ୟ ବିନୋଦ ମୋଦି କହିଛନ୍ତି ଯେ ନିକଟ ଭବିଷ୍ୟତରେ ନିବେଶକମାନଙ୍କ ନଜର ସଂକ୍ରମଣ ହାର, ଟୀକାକରଣର ଗତି ଏବଂ ମୌସୁମୀର ଅଗ୍ରଗତି ଉପରେ ରହିବ। ଏହା ବ୍ୟତୀତ ନିବେଶକମାନେ ଅଶୋଧିତ ତୈଳ, ଟଙ୍କାର ଅସ୍ଥିରତା ଏବଂ ବିଦେଶୀ ପାଣ୍ଠି ପ୍ରବାହ ଉପରେ ମଧ୍ୟ ନଜର ରଖିବେ ବୋଲି ବିନୋଦ କହିଛନ୍ତି।